ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ
ଅଦା ରସୁଣ ବଟା – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଜିରା ଗୁଣ୍ଡ – ଅଳ୍ପ
ଚାର୍ଟ ମସଲା – ଅଳ୍ପ
ଲେମ୍ବୁ ରସ – ଅଳ୍ପ
ଧନିଆ ପତ୍ର – ଅଳ୍ପ
କଟା ପିଆଜ – ୨ଟି
ବଟର – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ତେଲ, ଅଦା ରସୁଣ ବଟା, ଚାର୍ଟ ମସଲା, ଜିରା ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ୧ ଘଣ୍ଟା ରଖନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଳାଇ ରଖିଥିବା ଚିକେନକୁ ଛାଣନ୍ତୁ। ଭଲ ଭାବେ ଛାଣିବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଏହି ଛଣା ଚିକେନ ଉପରେ ବଟର ଲଗାଇ ଏହାକୁ ଗ୍ୟାସରେ ଭଲ ଭାବେ ସେକନ୍ତୁ। ଏବେ ଏକ ପାତ୍ରରେ କଟା ପିଆଜ, ଧନିଆ ପତ୍ରକୁ ପକାଇ ଚିକେନକୁ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବଟର ପୋଡା ଚିକେନ। ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।
ଘରେ ପ୍ରସ୍ତୁତ କରନ୍ତୁ ବଟର ପୋଡା ଚିକେନ
Popular Categories



