www.samajalive.in
Friday, December 12, 2025
26.1 C
Bhubaneswar

କଳାବ୍ୟାଚ୍‍ ପିନ୍ଧିଲେ ସ୍ୱାସ୍ଥ୍ୟକର୍ମୀ

ପିପିଲି : କୋଭିଡ୍‍ ଟିକାକରଣ ସମୟରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କଳା ବ୍ୟାଚ୍‍ ପିନ୍ଧି କାର୍ଯ୍ୟରେ ସହଯୋଗ କରିଛନ୍ତି ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ, ପରିଦର୍ଶକ ଓ ପରିଦର୍ଶିକାମାନେ । କ୍ୟାଡର ନିୟମ ପ୍ରଚଳନ, ପଦବୀର ନାମ ପରିବର୍ତ୍ତନ, ପଦବୀର ପୁନଃର୍ଗଠନ ଓ ପଦବୀରେ ପଦୋନ୍ନତି ପ୍ରଦାନ ଦାବିରେ ମଙ୍ଗଳପୁର ସିଏଚ୍‍ସି ଏଏନ୍‍ଏମ୍‍ ସଂଘର ସଭାନେତ୍ରୀ ସରୋଜିନୀ ନାୟକଙ୍କ ନେତୃତ୍ୱରେ ୪୫ଜଣ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ କଳାବ୍ୟାଚ୍‍ ପିନ୍ଧିବା ସହ କୋଭିଡ୍‍ ଟିକା ନେବାକୁ ସଂପୂର୍ଣ୍ଣ ମନା କରିଦେଇଥିଲେ । ତେବେ କରୋନା ଟିକାକରଣ କାର୍ଯ୍ୟରେ ସେମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଏସଂପର୍କିତ ଏକ ଦାବିପତ୍ରକୁ ସେମାନେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡାକ୍ତର ଜାମିନି ଭୂଷଣ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ କଳାବ୍ୟାଚ୍‍ ପିନ୍ଧି କାର୍ଯ୍ୟ କରିବେ ଓ କୋଭିଡ୍‍ ଟିକା ଗ୍ରହଣ କରିବେ ନାହିଁ ବୋଲି ରୋକ୍‍ଠୋକ କହିଥିଲେ । କରୋନା ମହାମାରୀ ସମୟରେ ଆଗଧାଡିରେ କାର୍ଯ୍ୟ କରୁଥିବା ଏହି ସ୍ୱାସ୍ଥ୍ୟକର୍ମୀମାନେ ସରକାରଙ୍କ ସ୍ୱାସ୍ଥ୍ୟସେବାର ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ତେବେ କ୍ୟାଡର ନିୟମ ପରିବର୍ତ୍ତନ ସହ ରହିଥିବା ପଦବୀକୁ ପରିବର୍ତ୍ତନ କରି ଉପକେନ୍ଦ୍ର ଜନସ୍ୱାସ୍ଥ୍ୟ ଅଧିକାରୀ କରିବାକୁ ୧୦ ବର୍ଷ ହେଲା ଦାବି ହୋଇ ଆସୁଥିଲେ ମଧ୍ୟ ଏଦିଗରେ ବିଭାଗ କୌଣସି ପଦକ୍ଷେପ ନେଉନଥିବା ସଂପର୍କରେ ସରୋଜିନୀ ନାୟକ ଗୁରୁତର ଅଭିଯୋଗ କରିଛନ୍ତି । ସେମାନଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories