www.samajalive.in
Monday, December 8, 2025
16.1 C
Bhubaneswar

ସାବଧାନ ! ରାଜଧାନୀରେ ବିକ୍ରି ହେଉଛି ବାସି ଚିକେନ ରୋଲ୍‌, ବିରିୟାନି

ଭୁବନେଶ୍ବର: ସାବଧାନ! ରାଜଧାନୀର ଅଧିକାଂଶ ଜଳଖିଆ, ରେସ୍ତୋରାଁ, ହୋଟେଲରେ ବିକ୍ରି ହେଉଛି ବାସି ଏବଂ ନିମ୍ନମାନର ଖାଦ୍ୟ। ଏହାସହିତ ଖାଦ୍ୟରେ ରଙ୍ଗ ମିଶାଯାଉଛି। ଖାଦ୍ୟ ସୁରକ୍ଷା ଆଇନ ଅନୁପାଳନ ହେଉନି। ଖାଦ୍ୟ ପ୍ରସ୍ତୁତି ଏବଂ ବସି ଖାଇବା ସ୍ଥାନ ପରିଷ୍କାର ପରିଚ୍ଛନ୍ନ ରହୁନାହିଁ। ପିଇବା ପାଣି ମଧ୍ୟ ଭଲ ନ ଥିବା ଜଣାପଡ଼ିଛି। ଏଦିଗରେ ବିଏମ୍‌ସି ବ୍ୟବସାୟୀଙ୍କୁ ଚେତାବନୀ ଦେଇଛି। ବ୍ୟବସାୟୀମାନେ ବ୍ୟବସାୟ ପ୍ରତିଷ୍ଠାନରେ ଲାଇସେନ୍ସ ଝୁଲାଇବ‌ାକୁ ବାଧ୍ୟ ବୋଲି ନିର୍ଦେଶ ଦିଆଯାଇଛି। ଯେଉଁମାନଙ୍କର ଲାଇସେନ୍ସ ‌ନାହିଁ ଶୀଘ୍ର ଲାଇସେନ୍ସ କରାଇ ନେବାକୁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି।

ରାସ୍ତାପାର୍ଶ୍ବ ଖାଦ୍ୟ ଯାଞ୍ଚ ଅଭିଯାନ ଜୋରଦାର ହୋଇଛି। କିଛିଦିନ ହେଲା ବିଏମ୍‌ସି ଏବଂ ସ୍ବାସ୍ଥ୍ୟ ବିଭାଗର ମିଳିତ ସ୍କ୍ବାଡ୍‌ ପକ୍ଷରୁ ସହରର ବିଭିନ୍ନ ସ୍ଥାନ​‌​‌ରେ ଥିବା ଦୋକାନ, ବଜାର ଏବଂ ରାସ୍ତାପାର୍ଶ୍ବରେ ବିକ୍ରି ହେଉଥିବା ଖାଦ୍ୟର ମାନ ଧରପଗଡ଼ ଚାଲିଛି। ବୁଧବାର ସିଆର୍‌ପିଏଫ୍‌, ଫାୟାର ଷ୍ଟେସନ ଅଞ୍ଚଳରୁ ଦେଢ଼ କୁଇଣ୍ଟାଲ ଏବଂ ଗୁରୁବାର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୪୦ କେଜି ବାସି ଏବଂ ନିମ୍ନମାନର ଖାଦ୍ୟ ନଷ୍ଟ କରାଯାଇଥିବାବେ‌େ‌ଳ ଶୁକ୍ରବାର ମାଷ୍ଟରକ୍ୟାଣ୍ଟିନ୍‌, ରାମମନ୍ଦିର, ରେଳଷ୍ଟେସନ ଅଞ୍ଚଳରେ ଏହି ଅଭିଯାନ ଚାଲିଥିଲା। ଉକ୍ତ ଅଞ୍ଚଳର ୭ଟି ଜଳଖିଆ ଦୋକାନରୁ ୬୦କେଜି ବାସି ଏବଂ ଅପମିଶ୍ରିତ ଖାଦ୍ୟ ଜବତ ପରେ ନଷ୍ଟ ହେବା ସହିତ ବ୍ୟବସାୟୀଙ୍କଠାରୁ ୨୬ ହଜାର ଟଙ୍କା ଜୋରିମାନା ଆକାରରେ ଆଦାୟ ହୋଇଛି। ଗ୍ରିନ୍‌ ଚିଲି, ଖଟାମିଠା, ରାମ ମନ୍ଦିର ଟିଫିନ ଷ୍ଟଲ୍‌, ହୋଟେଲ ସାଇକୃପା, ମା’ ତାରିଣୀ, କୁକୁ ଡ଼ୋ କୋ ରେସ୍ତୋରାଁ, ରେଳ ଷ୍ଟେସନ ପାଣିପୁରି ଆଦିରେ ଚିକେନ୍‌ ବିରିୟାନି, ଚିକେନ୍‌ ରୋଲ୍‌, ମାଛ, ଡାଲ୍‌ମା, ପନିର ଆଦି ନିମ୍ନମାନର ବିକ୍ରି ହେଉଥିଲା ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଖାଦ୍ୟ ସୁରକ୍ଷା ଆଇନ ଉଲ୍ଲଘଂନ କରାଯାଇ ଖାଦ୍ୟରେ ରଙ୍ଗ ମିଶାଯାଉଥିବା ଯାଞ୍ଚକାରୀ ଦଳ ଜାଣିବାକୁ ପାଇଛି।

- Advertisement -

ସ୍ବାସ୍ଥ୍ୟ ସୁରକ୍ଷା ଅଧିକାରୀ ଏସ୍‌. ପଟେଲ କହିଛନ୍ତି, ଶୁକ୍ରବାର ଜୋରିମାନା ଆଦାୟ ହୋଇଥିବା ବ୍ୟବସାୟୀଙ୍କ ଦୋକାନରେ ବାସି ଖାଦ୍ୟ ବିକ୍ରି ହେଉଥିଲା। ଖାଦ୍ୟ ପ୍ରସ୍ତୁତିରେ ନିୟମ ଅନୁପାଳନ ହୋଇ ନ ଥିବା ଦେଖିବାକୁ ମିଳିଥିଲା ଏଥିପାଇଁ ଆଗକୁ ସହରର ବିଭିନ୍ନ ସ୍ଥାନରେ ଖାଦ୍ୟ ଯାଞ୍ଚ ଜୋରଦାର ହେବ ବୋଲି ସେ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories