www.samajalive.in
Sunday, December 14, 2025
26.1 C
Bhubaneswar

ବିଜେପିରେ ଯୋଗଦେଲେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅରବିନ୍ଦ ଶର୍ମା, ମୋଦୀଙ୍କ ସହ ୨୦ ବର୍ଷ କରିଥିଲେ କାମ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅରବିନ୍ଦ ଶର୍ମା ଗୁରୁବାର ବିଜେପିରେ ଯୋଗଦେଇଛନ୍ତି। ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସ୍ବତନ୍ତ୍ରଦେବ ସିଂହ ଶର୍ମାଙ୍କ ଉପସ୍ଥିତିରେ ସେ ସଦସ୍ୟତା ଗ୍ରହଣ କରିଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା, ରାଜ୍ୟ ସାଧାରଣ ସମ୍ପାଦକ ଜେ.ପି.ଏସ. ରାଠୋର, ଗୋବିନ୍ଦ ଶୁକ୍ଳା, କ୍ୟାବିନେଟ ମନ୍ତ୍ରୀ ଦାରା ସିଂହ ଚୌହ୍ବାନ ଉପସ୍ଥିତ ଥିଲେ।

ଉତ୍ତରପ୍ରଦେଶର ମଉ ଜିଲାରେ ଶର୍ମାଙ୍କ ଘର। ସେ ୨୦ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଗୁଜରାଟ ଏବଂ ପିଏମଓରେ କାର୍ଯ୍ୟ କରିଛନ୍ତି। ଚାକିରିର ଦୁଇ ବର୍ଷ ପୂର୍ବରୁ ସେ ଇଚ୍ଛାକୃତ ଅବସର ନେଇଛନ୍ତି। ବିଜେପିରେ ସାମିଲ ହେବା ପରେ ଶର୍ମା କହିଛନ୍ତି, ବିଜେପିରେ ଯୋଗଦେଇ ବହୁତ ଖୁସି। ଆମ ଦେଶରେ ବହୁତ ରାଜନୈତିକ ଦଳ ଅଛନ୍ତି। କିନ୍ତୁ ବିଜେପି ସବୁଠୁ ବଡ଼ ଦଳ।

- Advertisement -

ମୋ ଭଳି ସାଧାରଣ ବ୍ୟକ୍ତି, ଯାହାର କୌଣସି ରାଜନୈତିକ ପୃଷ୍ଠଭୂମି ନାହିଁ, ତା’କୁ ହିଁ ବିଜେପି ଏକ ବଡ଼ ସ୍ଥାନ ଦେଇପାରିବ। ମୁଁ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଉଛି। ପ୍ରଧାନମନ୍ତ୍ରୀ ଏବଂ ବିଜେପିର ଆଶା ପୂରଣ କରିବାକୁ ମୁଁ ଚେଷ୍ଟା କରିବି ବୋଲି ଶର୍ମା କହିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories