www.samajalive.in
Saturday, December 13, 2025
17.1 C
Bhubaneswar

ଆଉ ୨ବର୍ଷ; ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ବକପ ଭାରତ-୨୦୨୩

କଟକ: ଓଡ଼ିଶାରେ ଲଗାତାର ଦ୍ବିତୀୟ ଥର ପାଇଁ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ-୨୦୨୩ ଖେଳାଯିବ। ୨୦୧୮ ଚତୁର୍ଦଶତମ ସଂସ୍କରଣ ପରେ ବିଶ୍ବର ପ୍ରଥମ ଭେନ୍ୟୁ ଭାବେ ଓଡ଼ିଶାରେ ଲଗାତାର ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜିତ ହେବାକୁ ଯାଉଛି। ୨୦୨୩ ଜାନୁଆରୀ ୧୩ରୁ ୨୯ ପର୍ୟ୍ୟନ୍ତ ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ବକପ ଖେଳାଯିବ। ଉକ୍ତ ପ୍ରତିଯୋଗିତା ଆଉ ଦୁଇବର୍ଷ ରହିଥିବାବେଳେ ଏଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି।

ଓଡ଼ିଶା ସରକାର ଓ ହକି ଇଣ୍ଡିଆର ମିଳିତ ସହଯୋଗରେ କଳିଙ୍ଗ ଷ୍ଟାଡ଼ିୟମରେ ୨୦୧୮ରେ ଚତୁର୍ଦଶତମ ପୁରୁଷ ହକି ବିଶ୍ବକପ-୨୦୧୮ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ୟ୍ୟନ୍ତ ଖେଳାଯାଇଥିଲା। ହକି ବିଶ୍ବକପରେ ପ୍ରଥମ ଥର ପାଇଁ ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରି ଓଡ଼ିଶା ବିଶ୍ବରେ ବେଶ ଚର୍ଚ୍ଚିତ ଥିଲା। ବିଶ୍ବକପକୁ ସଫଳ ଆୟୋଜନ ପାଇଁ ୨୦୧୮ ପୁରୁଷ ହକି ବିଶ୍ବକପକୁ ଏଫ୍‌ଆଇଏଚ୍‌ ଶ୍ରେଷ୍ଠ ଆୟୋଜନର ମାନ୍ୟତା ପ୍ରଦାନ କରିଥିଲା। ଭାରତ ଲଗାତାର ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ-୨୦୨୩ ଆୟୋଜନ ନେଇ ଦାବିଦାର ହାସଲ କରିବା ପରେ ହକି ଇଣ୍ଡିଆ ପ୍ରଥମ ପସନ୍ଦର ଭେନ୍ୟୁ ଭାବେ ଓଡ଼ିଶାକୁ ଗ୍ରହଣ କରିଛି। ଓଡ଼ିଶା ସରକାରଙ୍କ ଉତ୍ସାହ କ୍ରମେ ଓଡ଼ିଶାରେ ୨୦୨୩ ହକି ବିଶ୍ବକପ ଆୟୋଜନ ନେଇ ନିଷ୍ପତ୍ତି ନିଆଯାଇଛି। ଭେନ୍ୟୁ ଭାବେ କ୍ରୀଡ଼ା ରାଜଧାନୀ ଭୁବନେଶ୍ବର ସହ ହକିର ଗଡ଼ ରାଉରକେଲା ସ୍ଥାନ ପାଇଛି। ହକି ବିଶ୍ବକପ ପଞ୍ଚଦଶତମ ସଂସ୍କରଣ ଆଉ ଦୁଇବର୍ଷ ବାକି ରହିଥିବାବେଳେ ଓଡ଼ିଶା ସରକାର ରାଉରକେଲାରେ ହକି ଭିତ୍ତିଭୂମି ସୃଷ୍ଟି ଉପରେ ଗୁରୁତ୍ବ ଦେଇଛନ୍ତି। ଗତ ଡିସେମ୍ବର ୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ବିଶ୍ବସ୍ତରୀୟ ତଥା ଭାରତର ଶ୍ରେଷ୍ଠ ହକି ଷ୍ଟାଡ଼ିୟମ ନିର୍ମାଣ ନେଇ ଘୋଷଣା କରିଛନ୍ତି। ଉକ୍ତ ଷ୍ଟାଡ଼ିୟମ କାର୍ୟ୍ୟ ୨୦୨୨ ଡିସେମ୍ବର ପୂର୍ବରୁ ଶେଷ ହେବା ସହିତ ୨୦୨୩ ହକି ବିଶ୍ବକପର କିଛି ମ୍ୟାଚ ମଧ୍ୟ ଖେଳାଯିବ। କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ବସ୍ତରୀୟ ହକି ଭିତ୍ତିଭୂମି ରହିଥିବାବେଳେ ରାଉରକେଲାରେ ବିଶ୍ବସ୍ତରୀୟ ଷ୍ଟାଡ଼ିୟମ ନିର୍ମାଣ କରାଯିବ।ଏଥିପାଇଁ ଜୋରଦାର କାର୍ୟ୍ୟ ଆରମ୍ଭ ହୋଇଛି। ଆମ ହାତରେ ଆଉ ଦୁଇବର୍ଷ ସମୟ ରହିଛି। ଉକ୍ତ ସମୟ ପୂର୍ବରୁ ରାଉରକେଲାରେ ହକି ଷ୍ଟାଡ଼ିୟମ ନିର୍ମାଣ କାର୍ୟ୍ୟ ଶେଷ କରାଯିବା ନେଇ କୌଣସି ସମସ୍ୟା ହେବ ନାହିଁ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି। ସେହିପରି ହକି ଇଣ୍ଡିଆ ସଭାପତି ଜ୍ଞାନେ​‌େ​‌​‌ନ୍ଦ୍ରା ନିଙ୍ଗୋମବାମ୍‌ କହିଛନ୍ତି ଯେ, ୨୦୧୮ ହକି ବିଶ୍ବକପ ଶ୍ରେଷ୍ଠ ଆୟୋଜନର ମାନ୍ୟତା ପାଇଥିଲା। ୨୦୨୩ ହକି ବିଶ୍ବକପରେ ଯେଭଳି ଅଧିକ ସଫଳତା ହାସଲ କରିବ ସେ ନେଇ ଆମେ ଆଶାବାଦୀ ରହିଛୁ। ପୂର୍ବରୁ ୧୯୮୨ ମୁମ୍ବଇ, ୨୦୧୦ ଦିଲ୍ଲୀ ଓ ୨୦୧୮ ଭୁବନେଶ୍ବରରେ ହକି ବିଶ୍ବକପ ଆୟୋଜନ ନେଇ ଅଭିଜ୍ଞତା ରହିଛି ବୋଲି ଜ୍ଞାନେ​‌​‌େ​‌ନ୍ଦ୍ରା କହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories