www.samajalive.in
Saturday, December 13, 2025
17.1 C
Bhubaneswar

ଓଡ଼ିଶା ଖେଳାଳିଙ୍କୁ ନିୟମିତ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ: ପ୍ରଜ୍ଞାନ

କଟକ: ଦେବାଶିଷ ମହାନ୍ତି ହୁଅନ୍ତୁ କି ସଞ୍ଜୟ ରାଉଳ ଅବା ଶିବସୁନ୍ଦର ଦାସ; ଘରୋଇ କ୍ରିକେଟରେ ନିୟମିତ ପ୍ରଦର୍ଶନ ବଳରେ ଜାତୀୟ ଦଳରେ ସ୍ଥାନ ପାଇବାରେ ସକ୍ଷମ ହୋଇଥିଲେ। ଘରୋଇ କ୍ରିକେଟରେ ନିୟମିତ ଭଲ ପ୍ରଦର୍ଶନ କଲେ କୌଣସି ଖେଳାଳିଙ୍କ ପାଇଁ ଜାତୀୟ ଦଳ ଅପହଞ୍ଚ ହେବନାହିଁ। ଓଡ଼ିଆ ଖେଳାଳିଙ୍କୁ ଜାତୀୟ ଦଳରେ ସୁଯୋଗ ପାଇବାକୁ ହେଲେ ନିୟମିତ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ପୂର୍ବତନ ଅନ୍ତର୍ଜାତୀୟ ଓଡ଼ିଆ କ୍ରିକେଟର ତଥା ଆଇପିଏଲ ପରିଚାଳନା ପରିଷଦ ସଦସ୍ୟ ପ୍ରଜ୍ଞାନ ଓଝା ମତ ଦେଇଛନ୍ତି।
ବୁଧବାର ଓସିଏଲ ଫାଇନାଲ ମ୍ୟାଚ୍‌ ଅବସରରେ ଓସିଏ ପକ୍ଷରୁ ପ୍ରଜ୍ଞାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଏହି ଅବସରରେ ଗଣମାଧ୍ୟମକୁ ପ୍ରଜ୍ଞାନ କହିଥିଲେ, ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ଟ୍ବେଣ୍ଟି୨୦ ଲିଗ୍‌ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହା ଦ୍ବାରା ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ବଢ଼ିବା ସହ ଯୁବ ଖେଳାଳି ବାହାରିପାରିବେ। ମୁମ୍ବଇ ଓ ଦିଲ୍ଳୀ ଖେଳାଳି ଘରୋଇ କ୍ରିକେଟରେ ନିୟମିତ ଭଲ ପ୍ରଦର୍ଶନ କରି ଜାତୀୟ ଦଳରେ ସ୍ଥାନ ପାଇ ପାରୁଛନ୍ତି। ଓଡ଼ିଆ ଖେଳାଳିଙ୍କ ପାଇଁ ଏବେ ଭଲ ଖବର ଯେ ଦେବାଶିଷ ମହାନ୍ତି ଜାତୀୟ ସିନିୟର ମନୋନୟନ କମିଟିର ସଦସ୍ୟ ରହିଛନ୍ତି। ଓଡ଼ିଶା ଖେଳାଳିଙ୍କୁ ଜାତୀୟ ଦଳରେ ସ୍ଥାନପାଇବା ପାଇଁ ନିୟମିତ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। କ୍ରିକେଟରୁ କ୍ରିକେଟ ପ୍ରଶାସକ ଦାୟିତ୍ବକୁ ନେଇ ପ୍ରଜ୍ଞାନ କହିଥିଲେ, ପରିବାରର ସହଯୋଗ ବଳରେ ମୁଁ କ୍ରିକେଟରେ ଏତେ ବାଟ ଆସିପାରିଛି। ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ନେଇ ପରିବାରର ବହୁତ ବଡ଼ ଭୂମିକା ରହିିଛି। ଖେଳିବା ଓ ପ୍ରଶାସନିକ ଦାୟିତ୍ବ ତୁଲାଇବା ମଧ୍ୟରେ ବହୁତ ଫରକ ରହିଛି। ଆଇପିଏଲ ଯୁବ ଖେଳାଳି ସୃଷ୍ଟି କରିବାରେ ସକ୍ଷମ ହେଉଛି। ଆଇପିଏଲ ପରିଚାଳନା ପରିଷଦ ସଦସ୍ୟ ଦାୟିତ୍ବ ଆଉ ଏକ ଆହ୍ବାନ ବୋଲି ପ୍ରଜ୍ଞାନ କହିଛନ୍ତି। ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତକୁ ନେଇ ପ୍ରଜ୍ଞାନ କୁହନ୍ତି, ଏକାଧିକ ସିନିୟର ଖେଳାଳିଙ୍କ ବିନା ଭାରତୀୟ ଦଳ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଯେଉଁଭଳି ପ୍ରଦର୍ଶନ କରୁଛି; ତାହା ଯୁବ ଖେଳାଳିମାନଙ୍କ ପାଇଁ ପ୍ରେରଣା। ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ୨ୟ ଟେଷ୍ଟରେ ବିଜୟ ଓ ୩ୟ ଟେଷ୍ଟ ଡ୍ର ଭଳି ପ୍ରଦର୍ଶନଠାରୁ ଆଉ କ’ଣ ଅଧିକ ଆଶା କରା ଯାଇପାରେ? ୪ର୍ଥ ଟେଷ୍ଟରେ ଭାରତ ଏକାଧିକ ସିନିୟର ଖେଳାଳିଙ୍କ ବିନ​‌ା ଖେଳିବ। ତଥାପି ଭାରତ ଭଲ ପ୍ରଦର୍ଶନ କରିବ। ସିଡ୍‌ନୀରେ ଅଷ୍ଟ୍ରେଲିଆ ଦର୍ଶକଙ୍କ ବର୍ଣ୍ଣବୈଷମ୍ୟ ଆଚରଣ କ୍ରୀଡ଼ା ପାଇଁ ଆଦୌ ଗ୍ରହଣୀୟ ନୁହେଁ। ଆଇସିସି ଓ କ୍ରିକେଟ ଅଷ୍ଟ୍ରେଲିଆ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ପ୍ରଜ୍ଞାନ କହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories