ନୂଆଦିଲ୍ଲୀ: ବିଟ୍କଏନରେ ଅର୍ଥ ନିବେଶ କରି କୋଟିପତି ହୋଇଥିବା ଜଣେ ବ୍ୟକ୍ତି ଏବେ ଫକଡରାମ୍। ଷ୍ଟେଫାନ ଥମାସ ନାମକ ଏହି ବ୍ୟକ୍ତି ନିଜ ପାସ୍ୱାର୍ଡ ଭୁଲି ଯିବାରୁ ଟଙ୍କାଟିଏ ପାଇପାରି ନାହାନ୍ତି। ଥମାସ୍ ୭୦୦୨ଟି ବିଟ୍କଏନ୍ର ମାଲିକ ଥିଲେ। ଗୋଟିଏ ବିଟ୍କଏନ୍ର ମୂଲ୍ୟ ଭାରତୀୟ ମୁଦ୍ରାରେ ୨୫ଲକ୍ଷ ୨୫ହଜାର ୮୭ଟଙ୍କା। ତେଣୁ ଥମାସଙ୍କ ମାଲିକାନାରେ ଥିବା ବିଟ୍କଏନ୍ର ମୂଲ୍ୟ ପ୍ରାୟ ୧୮୦୦ କୋଟି ଟଙ୍କା। ବିଟ୍କଏନ୍ ଏକ ଡିସେଣ୍ଟ୍ରାଲାଇଜଡ୍ ଡିଜିଟାଲ କରେନ୍ସି। ଏହି କରେନ୍ସିକୁ କୌଣସି ବ୍ୟାଙ୍କ ପରିଚାଳନା କରି ନଥାଏ। ଏହା ଏକ ଦୁର୍ବୋଧ୍ୟ ବିଷୟ। ତେବେ ଅନେକ ଲୋକ ଏହାର ଦୃଢ ସମର୍ଥକ। କମ୍ପ୍ୟୁଟର ନେଟୱର୍କ ମାଧ୍ୟମରେ ଏହି କରେନ୍ସିକୁ ପରିଚାଳନା କରାଯାଇଥାଏ। ଏଥିପାଇଁ ସାଙ୍କେତିକ ଲିଖନ (ପାସୱାର୍ଡ) ବ୍ୟବହାର କରାଯାଇଥାଏ। ଥମାସ୍ ତାଙ୍କର ପାସୱାର୍ଡକୁ ଭୁଲିଯିବାରୁ ଟଙ୍କାଟିଏ ପାଇପାରି ନାହାନ୍ତି।
୧୮୦୦ କୋଟି ଟଙ୍କାର ବିଟ୍କଏନ୍ର ମାଲିକ ଫକଡରାମ; ପାସ୍ୱାର୍ଡ ଭୁଲି ଯିବାରୁ ଟଙ୍କାଟିଏ ପାଇଲେନି
Popular Categories



