www.samajalive.in
Sunday, December 14, 2025
14.1 C
Bhubaneswar

ଶକ୍ତିଶାଳୀ ହେବ ବାୟୁ ସେନା: ବିମାନ ବାହିନୀ ପାଇଁ ହିନ୍ଦୁସ୍ଥାନ ଏରୋନେଟିକ୍ସରୁ କିଣାଯିବ ୮୩ ଲଢ଼ୁଆ ‘ତେଜସ’

ନୂଆଦିଲ୍ଲୀ: ଭାରତ ସରକାର କ୍ରମାଗତ ଭାବରେ ସେନାକୁ ସୁଦୃଢ଼ କରିବାକୁ ପଦକ୍ଷେପ ନେଉଛନ୍ତି । ଫ୍ରାନ୍ସରୁ  ରାଫେଲ ଯୁଦ୍ଧ ବିମାନ ଆମଦାନୀ ପରେ   ଭାରତୀୟ ବାୟୁସେନା ପାଇଁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ଼ ବା ହାଲ୍‍ଠାରୁ ୮୩ଟି ହାଲୁକା ଲଢୁଆ ବିମାନ କିଣିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି। ସେଥିମଧ୍ୟରୁ ୭୩ଟି ତେଜସ୍‍ ଏମ୍‍କେ-୧ଏ ଲଢୁଆ ବିମାନ ଶ୍ରେଣୀର ହୋଇଥିବାବେଳେ ୧୦ଟି ଏମ୍‍-କେ ବିମାନ ତାଲିମ ପାଇଁ ଉଦ୍ଦିଷ୍ଟ। ଏହି ୮୩ଟିଯାକ ବିମାନ ୪୫,୬୯୬ କୋଟି ଟଙ୍କାରେ କିଣାଯିବ। ଏହି ବ୍ୟୟରେ ନକ୍ସା ଏବଂ ଭିତ୍ତିଭୂମି ବିକାଶ ବାବଦରେ ୧୨୦୨ କୋଟି ଟଙ୍କା ଅନ୍ତର୍ଭୁକ୍ତ।

ଏହି ତେଜସ୍‍ ଶ୍ରେଣୀର ବିମାନର ନିର୍ମାଣ କୌଶଳ ସ୍ୱଦେଶୀ ବିଦ୍ୟାରେ ପ୍ରସ୍ତୁତ ହୋଇଛି। ଏହା ଏକ ଅତ୍ୟାଧୁନିକ ଚତୁର୍ଥ ପିଢିର ଯୁଦ୍ଧ ବିମାନ। ଏଥିରେ ଆଏସା ରେଡାର ରହିଛି ଯାହା ଦୃଶ୍ୟ ପରିସର ବାହାରେ ଥିବା ସାମଗ୍ରୀ, କ୍ଷେପଣାସ୍ତ୍ର ଓ ଶତ୍ରୁର ଘାଟିକୁ ଠାବ କରିବାକୁ ସକ୍ଷମ। ଏହା ମଧ୍ୟ ଇଲେକ୍‍ଟ୍ରୋନିକ ୱାର ଫେୟାର ପାଇଁ ସମର୍ଥ।

- Advertisement -

ଉଡାଣବେଳେ ମଧ୍ୟ ଏଥିରେ ଆକାଶପଥରେ ଇନ୍ଧନ ଭରିବାର ସୁବିଧା ରହିଛି। ଭାରତୀୟ ବାୟୁସେନାର ବ୍ୟବହାର ପାଇଁ ଏହା ବିଶେଷ ଉପଯୋଗୀ ହେବ ବୋଲି କୁହାଯାଉଛି। ଏହା ଭାରତୀୟ ଜ୍ଞାନକୌଶଳ ଓ ନକ୍ସାରେ ନିର୍ମିତ, ବିକଶିତ ଏବଂ ଉତ୍ପାଦିତ। ଏହା ପ୍ରଥମ ସ୍ୱଦେଶୀ ହାଲୁକା ଲଢୁଆ ବିମାନ ଯାହା ଭାରତ ପ୍ରଥମ ଥର ପାଇଁ କିଣିବାକୁ ଯାଉଛି। ଏଥିରେ ୫୦ ଶତାଂଶ ଭାରତୀୟ ସାମଗ୍ରୀ ଓ ଉପକରଣ ଲାଗିଛି। ସମୟକ୍ରମେ ଏହାକୁ ୬୦ ଶତାଂଶରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।

ଆଜିର ବୈଠକରେ ବାୟୁସେନାର ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଅନୁମୋଦନ ମିଳିଛି। ଘାଟିର ମୌଳିକ ସୁବିଧା ସୁଯୋଗ ବୃଦ୍ଧି ଦ୍ୱାରା ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଅଧିକ ସୁବିଧା ମିଳିବ ଏବଂ ଯୁଦ୍ଧ ବିମାନଗୁଡିକ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିବାକୁ ସକ୍ଷମ ହେବ। ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ଭାରତ ନିଜସ୍ୱ କାରିଗରୀ ଜ୍ଞାନକୌଶଳରେ ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ ମାନ ଉତ୍ପାଦନ କରିବାକୁ ଗୁରୁତ୍ୱ ଦେଉଛି। ସେଥିପାଇଁ ନୂଆ ଟେକ୍‍ନୋଲଜି ଓ ନିର୍ମାଣ କୌଶଳ ଉପଯୋଗ କରାଯାଉଛି। ଏହି କାର୍ଯ୍ୟକ୍ରମରେ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ଼ ଅଗ୍ରଣୀ ସଂସ୍ଥାଭାବେ କାର୍ଯ୍ୟ କରୁଛି। ଏହାଛଡା ପ୍ରାୟ ୫୦୦ ଭାରତୀୟ କଂପାନୀ ଓ କ୍ଷୁଦ୍ରଶିଳ୍ପ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ହିନ୍ଦୁସ୍ଥାନ ଏରୋନେଟିକ୍ସ ସହ କାର୍ଯ୍ୟ କରୁଛନ୍ତି। ପ୍ରତିରକ୍ଷା ସାମଗ୍ରୀ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବାରେ ଏହା ସହାୟକ ହେବ ବୋଲି କୁହାଯାଉଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories