www.samajalive.in
Friday, December 12, 2025
26.1 C
Bhubaneswar

ବଜାଜ ଫାଇନାନ୍ସ ଆରମ୍ଭ କଲା ସ୍ଥାୟୀ ସଞ୍ଚୟ ଯୋଜନା; ସୁଧ ହାର ଆକର୍ଷଣୀୟ

ଭୁବନେଶ୍ୱର : ୨୦୨୦ରେ ୪.୨% ର ହ୍ରାସ ସହିତ, ବିଶ୍ୱ ଜିଡିପି ୨୦୨୧ରେ ଏକ ଆଶାର କିରଣ ପ୍ରଦାନ କରିଛି। ଆଗାମୀ ଆର୍ଥିକ ବର୍ଷରେ ଏହା ୪.୬% ବୃଦ୍ଧି ହେବାର ଆଶା କରାଯାଉଛି। ତେଣୁ, ଏହି ନବ ବର୍ଷରେ ଏକ ନୂତନ ଆରମ୍ଭ କରିବା ପାଇଁ ନିବେଶକଙ୍କ ମନରେ ଆଶା ସୃଷ୍ଟି କରିଛି ଓ ବଜାରରେ ପ୍ରଗତି ହେବାର ସମ୍ଭାବନା ଦେଖା ଦେଇଛି।

ଆର୍ଥିକ ସୁରକ୍ଷା ଭାବରେ ସାବଧି ଜମା ଆପଣଙ୍କର ଭବିଷ୍ୟତକୁ ସୁରକ୍ଷା ପ୍ରଦାନ କରିଥାଏ। ଏହା ସହିତ ଏହା ଆପଣଙ୍କର ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ଲକ୍ଷ୍ୟ ମଧ୍ୟ ପୂରଣ ହୋଇଥାଏ। ଆଜିକାଲି ବଜାରରେ ଅନେକ ବିକଳ୍ପ ଉପଲବ୍ଧ ରହିଛି। ଏଥି ମଧ୍ୟରୁ ବଜାଜ ଫାଇନାନ୍ସ ଅନଲାଇନ ଏଫଡିକୁ ବାଛିବାକୁ ଏକ ଉତ୍ତମ ପସନ୍ଦ ବୋଲି କମ୍ପାନୀ ଦାବି କରିଛି ।

- Advertisement -

କମ୍ପାନୀପକ୍ଷରୁ କୁହାଯାଇଛି ଯେ  ଅନ୍ୟ ବ୍ୟାଙ୍କ ଓ ଫାଇନାନ୍ସ ତୁଳନାରେ, ବଜାଜ ଦ୍ୱାରା ପ୍ରଦାନ କରାଯାଉଥିବା ଏଫଡି ସୁଧ ହାର ଆକର୍ଷଣୀୟ ।  ବିଶେଷ କରି ୨୦୨୦ର ରେପୋ ରେଟ କଟ ପରେ ଯାହାଦ୍ୱାରା ସମସ୍ତ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନରେ ଜମା ଉପରେ ସୁଧ ପରିମାଣକୁ ହ୍ରାସ କରାଯାଇଥିଲା। ଯଦି ଆପଣ ୬୦ ବର୍ଷ ବୟସରୁ କମ୍‍ ବୟସର ବ୍ୟକ୍ତି ଅଟନ୍ତି, ଯେତେବେଳେ ଆପଣ ବଜାଜ ଫାଇନାନ୍ସ ଏଫଡିରେ ଅଫଲାଇନ ମାଧ୍ୟମରେ ନିବେଶ କରନ୍ତି ଆପଣଙ୍କୁ ୬.୬୦% ପର୍ଯ୍ୟନ୍ତ ସୁଧ ମିଳିଥାଏ। ଅନ୍ୟ ପକ୍ଷରେ ବଜାଜ ଫାଇନାନ୍ସ ଅନଲାଇନ ଏଫଡିରେ ୦.୧୦% ର ଅତିରିକ୍ତ ସୁବିଧା ଅଣ-ବରିଷ୍ଠ ନାଗରିକମାନଙ୍କୁ ପ୍ରଦାନ କରିଥାଏ ଯେଉଁମାନେ ଅନଲାଇନ ମାଧ୍ୟମରେ ନିବେଶ କରନ୍ତି। ତେଣୁ ଏହାଦ୍ୱାରା ଆପଣ ୬.୭୦%ରେ  ରିଟର୍ଣ୍ଣ ପାଇପାରିଥାନ୍ତି।  ୬୦ ବର୍ଷରୁ କମ ଜଣେ ବ୍ୟକ୍ତି ଭାବରେ, ବଜାଜ ଫାଇନାନ୍ସ ଅନଲାଇନ ଏଫଡିରେ ପାଞ୍ଚ ବର୍ଷ ପାଇଁ ନିବେଶ କରିଛନ୍ତି। ଅନ୍ୟ ବ୍ୟାଙ୍କ ତୁଳନାରେ ଏହିପରି ଭାବରେ ଏହି ଅନୁଷ୍ଠାନରେ ସଞ୍ଚୟ ଅନଲାଇନ ସାବଧି ଜମା ଦ୍ୱାରା ବୃଦ୍ଧି ହୋଇଥାଏ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories