www.samajalive.in
Thursday, December 11, 2025
14.1 C
Bhubaneswar

ଜୀବନ ଯୁଦ୍ଧକୁ ଜୟ କରିପାରିଲେନି ଜୟପାଳ

ରେଙ୍ଗାଲି କ୍ୟାମ୍ପ : ବରଗଡ଼ ଜିଲ୍ଳା ଅତାବିରା ବ୍ଲକ କୁଳୁଣ୍ଡା ପଞ୍ଚାୟତର ବାବେବିରା ଗ୍ରାମର ଅବସର ପ୍ରାପ୍ତ ସୈନିକ ଜୟପାଳ ନାୟକ(୬୯) ଆଜି ପଞ୍ଚଭୂତରେ ବିଲୀନ ହୋଇ ପରିବାର ତଥା ବନ୍ଧୁଜନଙ୍କୁ ଶୋକ ସାଗରରେ ଭସାଇ ଚାଲିଯାଇଛନ୍ତି। ଜୀବନ ସାରା ଦେଶ ପାଇଁ ଲଢେଇ କରି ନିଜ ଜୀବନକୁ ସାର୍ଥକମାନେ କରୁଥିବା ଜୟପାଲ୍ ଆଜି ଜୀବନ ଯୁଦ୍ଧରେ ହାରି ଗଲେ। ହୃଦୟ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ବରଗଡ଼ ବିକାଶ ହସ୍ପିଟାଲଠାରେ ସକାଳେ ତାଙ୍କର ଅମର ଆତ୍ମା  ପାର୍ଥିବ ଶରୀରକୁ ତ୍ୟାଗକରି ଜୀବନର ଧ୍ରୁବ ସତ୍ୟ ତାଙ୍କ ମୃତ୍ୟୁ ର ସୂଚନା ଦେଇଛି। ଏହି ଖବର ପାଇବା ମାତ୍ରେ ତାଙ୍କର ଗୋଟିଏ ମାତ୍ର ପୁଅ ଯିଏକି ଦିଲ୍ଲୀରେ ନେଭି କାର୍ଯ୍ୟଳୟରେ କାର୍ଯ୍ୟରତ ଅବସ୍ଥାରେ ଥାଇ ରାଜେଶ ଆଜି ପହଞ୍ଚି ବାପାଙ୍କ ଶବ ସତ୍କାର ଗ୍ରାମର ଝାଉଁନଦୀ ସ୍ଥିତ ସ୍ମଶାନରେ କରିଥିଲେ। ଗ୍ରାମର ସମସ୍ତଙ୍କ ଉପସ୍ଥିତରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ସେ ଜଣେ ଅବସର ସୈନିକ ସଂଘର ସଭ୍ୟ ତଥା ବିଭିନ୍ନ ସଂସ୍ଥାରେ ଜଡିତ ଥିଲେ। ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ଉପସ୍ଥିତ ସମସ୍ତେ ପ୍ରର୍ଥାନା କରିଥିଲେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories