www.samajalive.in
Friday, December 12, 2025
27.1 C
Bhubaneswar

ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା : କୋହଲିଙ୍କୁ ପଛରେ ପକାଇ ୨ନଂରେ ସ୍ମିଥ୍‌

ଦୁବାଇ, ୧୨ା୧ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ମଙ୍ଗଳବାର ପ୍ରକାଶିତ ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଅଷ୍ଟ୍ରେଲିଆର ତାରକା ବ୍ୟାଟସମ୍ୟାନ୍‌ ଷ୍ଟିଭେନ୍‌ ସ୍ମିଥ୍‌ ୨ନଂ ସ୍ଥାନ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ୍ ଦଳର ମଧ୍ୟଭାଗ ବ୍ୟାଟସମ୍ୟାନ୍‌ ଚେତେଶ୍ବର ପୂଜାରା ୨ଟି ସ୍ଥାନ ଉପରକୁ ଉଠି ମାନ୍ୟତାର ୮ମ ସ୍ଥାନରେ ରହିଛନ୍ତି।

ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳର ଅଧିନାୟକ କେନ୍‌ ୱିଲିୟମସନ୍‌ ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ୯୧୯ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ସ୍ମିଥ୍‌ ୯୦୦ ପଏଣ୍ଟ ସହ ଦ୍ବିତୀୟ ଓ କୋହଲି ୮୭୦ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛନ୍ତି। ସୂଚନାଥାଉକି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳି କୋହଲି ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ଅନ୍ୟପକ୍ଷରେ ସିଡନୀ ଟେଷ୍ଟରେ ସ୍ମିଥ୍‌ ଦୁଇଟି ଇନିଂସରେ ଯଥାକ୍ରମେ ୧୩୧ ଓ ୮୧ ରନ୍‌ ସ୍କୋର କରିଥିବାରୁ ତାଙ୍କ ବ୍ୟାଟିଂ ମାନ୍ୟତାରେ ଉନ୍ନତି ଘଟିଛି। ସିଡନୀ ଟେଷ୍ଟରେ ଯଥାକ୍ରମେ ୫୦ ଓ ୭୭ ରନ୍ କରିଥିବା ଅନ୍ୟତମ ଭାରତୀୟ ବ୍ୟାଟସମ୍ୟାନ୍‌ ଚେତେଶ୍ବର ପୂଜାରା ମାନ୍ୟତାରେ ୨ଟି ସ୍ଥାନ ଉପରକୁ ଉଠି ୮ନଂରେ ରହିଛନ୍ତି। ଅଜିଙ୍କ୍ୟ ରାହାଣେ ଗୋଟିଏ ସ୍ଥାନ ତଳକୁ ଖସି ୭ନଂରେ ରହିଛନ୍ତି। ସିଡନୀ ଟେଷ୍ଟର ଦୁଇଟି ଇନିଂସରେ ୩୬ ଓ ୯୭ ରନ୍‌ କରିଥିବା ଭାରତୀୟ ୱିକେଟରକ୍ଷକ ଋଷଭ ପନ୍ତ୍‌ ବ୍ୟାଟିଂ ମାନ୍ୟତାରେ ୧୯ଟି ସ୍ଥାନ ଉପରକୁ ଉଠି ୨୬ନଂରେ ରହିଛନ୍ତି। ବ୍ୟାଟିଂ ମାନ୍ୟତାରେ ହନୁମା ବିହାରୀ ୫୨, ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ୮୯ ଓ ଶୁବମାନ୍‌ ଗିଲ୍‌ ୬୯ନଂରେ ରହିଛନ୍ତି।

- Advertisement -

ବୋଲିଂ ମାନ୍ୟତାରେ ଭାରତୀୟ ଅଫ୍‌ସ୍ପିନର୍‌ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଦୁଇଟି ସ୍ଥାନ ତଳକୁ ଖସି ୯ନଂରେ ରହିଥିବା ବେଳେ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରା ଗୋଟିଏ ସ୍ଥାନ ତଳକୁ ଖସି ୧୦ନଂରେ ରହିଛନ୍ତି। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ୍‌ କମିନ୍‌ସ ଶୀର୍ଷ ସ୍ଥାନରେ ରହିଥିବା ବେଳେ ୨ନଂରେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ଼ ଓ ୩ନଂରେ ନ୍ୟୁଜିଲାଣ୍ଡର ନିଲ୍‌ ୱାଗନର୍‌ ରହିଛନ୍ତି।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories