www.samajalive.in
Friday, December 12, 2025
23.1 C
Bhubaneswar

ନେତାଜୀଙ୍କ ୧୨୫ତମ ଜୟନ୍ତୀ ପ୍ରସଙ୍ଗ; ରାଜ୍ୟପାଳ, ମୁଖ୍ୟ ବିଚାରପତିଙ୍କ ସମେତ ୨୫ଜଣଙ୍କୁ ସାମିଲ୍‌ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ନିରଞ୍ଜନ

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ କରିଥିବା ୮୫ ଜଣିଆ କମିଟିରେ ଓଡ଼ିଶାକୁ ଉପେକ୍ଷା କରାଯାଇଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଉଦ୍‍ବେଗ ପ୍ରକାଶ କରିଛନ୍ତି। ଏହି କମିଟିରେ ଓଡ଼ିଶାରୁ କେବଳ ୩ଜଣ ଥିବାବେଳେ ପଡ଼ୋଶୀ ପଶ୍ଚିମବଙ୍ଗରୁ ୨୬ଜଣ ରହିଛନ୍ତି। ଯାହାକି ଓଡ଼ିଶା ପାଇଁ ଦୁଃଖ ଓ ପରିତାପର ବିଷୟ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓଡ଼ିଶାର କଟକ ଜିଲାରେ ଜନ୍ମଗ୍ରହଣ କରି ବାଲ୍ୟଶିକ୍ଷା ସମାପ୍ତ କରିଛନ୍ତି। ଏପରିକି ତାଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନକୁ ରାଜ୍ୟ ସରକାର ନେତାଜୀ ସଂଗ୍ରହାଳୟରେ ପରିଣତ କରିଛନ୍ତି। ଯେଉଁଠାରେ ନେତାଜୀଙ୍କ ସହ ଜଡ଼ିତ ସ୍ମାରକପତ୍ର ପ୍ରଦର୍ଶିତ କରାଯାଉଛି। ଏଠାରେ ଉପଲବ୍ଧ ଥିବା ଅବିସ୍ମରଣୀୟ ଫଟୋଚିତ୍ର, କାଗଜପତ୍ର, ସ୍ମୃତିକୁ ଜାତି ଉଦ୍ଦେଶ୍ୟରେ ସୁରକ୍ଷିତ ରଖିବା ପାଇଁ ସୁଭାଷ ବୋଷଙ୍କ ଜନ୍ମପୀଠକୁ ଜାତୀୟ ସଂଗ୍ରହାଳୟରେ ପରିବର୍ତ୍ତନରେ ଘୋଷଣା କରିବା ପାଇଁ ଶ୍ରୀ ପଟ୍ଟନାୟକ ଏକ ପତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ର ସରକାର ଗଠନ କରିଥିବା କମିଟିରେ ଓଡ଼ିଶାର ରାଜ୍ୟପାଳ, ହାଇକୋର୍ଟର ମୁଖ୍ୟ ବିଚାରପତି, ଆଜାଦ ହିନ୍ଦ ଫୌଜ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ, ରାଜନେତା, ବୁଦ୍ଧିଜୀବୀ, ଐତିହାସିକ, ସାମ୍ବାଦିକଙ୍କ ସମେତ ବିଭିନ୍ନ ବର୍ଗରେ ପାରଦର୍ଶିତା ଲାଭ କରିଥିବା ୨୫ଜଣ ବ୍ୟକ୍ତିବଶେଷଙ୍କୁ ଏହି କମିଟିରେ ସ୍ଥାନିତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ପିସିସି ସଭାପତି ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

- Advertisement -

ଜାନୁଆରୀ ୨୩ ତାରିଖରୁ ବର୍ଷ ବ୍ୟାପୀ ଆରମ୍ଭ ହେବାକୁ ଥିବା ନେତାଜୀ ଜୟନ୍ତୀ ଉତ୍ସବକୁ କଟକଠାରେ ଏକ ବିରାଟ ପ୍ରଦର୍ଶନୀ ମାଧ୍ୟମରେ ପାଳନ କରିବାକୁ ପ୍ରସ୍ତାବ ଦେବା ସହିତ ପ୍ରଧାନମନ୍ତ୍ରୀ ସଂସ୍କୃତି ବିଭାଗକୁ ଏ ସମ୍ପର୍କରେ ପ୍ରାଧାନ୍ୟ ଦେବା ପାଇଁ ନିର୍ଦେଶ ଦେବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories