www.samajalive.in
Saturday, December 13, 2025
26.1 C
Bhubaneswar

ସାଇନା ନେହୱାଲ କରୋନା ପଜିଟିଭ, ଥାଇଲାଣ୍ଡ ଓପନ୍‌ରୁ ବାଦ୍‌ ପଡ଼ିଲେ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ ଷ୍ଟାର ସାଇନା ନେହୱାଲ ମଙ୍ଗଳବାର କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଫଳରେ ଆଜିଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ବ୍ୟାଡ୍‌ମିଣ୍ଟନ ଓପନ ଟୁର୍ନାମେଣ୍ଟରୁ ସେ ବାଦ୍‌ ପଡ଼ିଛନ୍ତି।

ଟୁର୍ନାମେଣ୍ଟରେ ଭାଗନେବାକୁ ସାଇନା ବ୍ୟାଙ୍କକ୍‌ ଯାଇଥିଲେ। ଆଜିଠାରୁ ଟୁର୍ନାମେଣ୍ଟ ଆରମ୍ଭ ହେଉଛି। କିନ୍ତୁ ଏହା ପୂର୍ବରୁ ତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ହସ୍ପିଟାଲରେ କ୍ବାରେଣ୍ଟାଇନରେ ରହିବାକୁ ପଡ଼ିଛି। ତେବେ କେବଳ ସାଇନା କରୋନାରେ ଆକ୍ରାନ୍ତ ହୋଇନାହାନ୍ତି, ଅନ୍ୟତମ ଭାରତୀୟ ଖେଳାଳି ଏଚ.ଏସ. ପ୍ରଣୟ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରଣୟ ଏହା ପୂର୍ବରୁ ଗତ ଡିସେମ୍ବରରେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।

- Advertisement -

ତେବେ ଏହି କାରଣରୁ ସାଇନାଙ୍କୁ ବଡ଼ ଝଟ୍‌କା ଲାଗିଛି। ଥାଇଲାଣ୍ଡ ଓପନ ପରେ ଆସନ୍ତା ୧୯ ତାରିଖରୁ ଟୟୋଟା ଥାଇଲାଣ୍ଡ ଓପନ ଏବଂ ଜାନୁୟାରୀ ୨୭ରୁ ୩୧ ପର୍ଯ୍ୟନ୍ତ ବିଡବ୍ଲ୍ୟୁଏଫ ୱାର୍ଲ୍ଡ ଟୁର୍‌ ଫାଇନାଲ୍ସ ଖେଳାଯିବ। ତେବେ ସାଇନା ଟୟୋଟା ଥାଇଲାଣ୍ଡ ଓପନରେ ଭାଗନେଇ ପାରିବେ ନାହିଁ ବୋଲି କୁହାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories