www.samajalive.in
Tuesday, December 9, 2025
17.1 C
Bhubaneswar

କରୋନା ଭୂତାଣୁ ଉତ୍ପତ୍ତିର ତଦନ୍ତ : ୧୪ରେ ଚୀନ ଗସ୍ତରେ ଯିବେ ହୁ’ ଟିମ୍‌

ଜେନେଭା : କରୋନା ଭୂତାଣୁ ଉତ୍ପତ୍ତିର ତଦନ୍ତ ନିମନ୍ତେ ଜାନୁଆରୀ ୧୪ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’) ସ୍ବତନ୍ତ୍ର ଟିମ୍ ଚୀନ ଗସ୍ତ କରିବେ। ଏଥିପାଇଁ ଚୀନ ସରକାର ଅନୁମତି ପ୍ରଦାନ କରିଛନ୍ତି ବୋଲି ହୁ’ର ମହାନିର୍ଦେଶକ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟେସ କହିଛନ୍ତି। ପୂର୍ବରୁ ଜାନୁଆରୀ ୫ରେ ଏହି ଟିମ୍ ଭୂତାଣୁ ଉତ୍ପତ୍ତିର ତଦନ୍ତ ନିମନ୍ତେ ଚୀନ ଯାଇଥିବାବେଳେ ସେମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇ ନଥିଲା। ଫଳରେ ହୁ’ର ଟିମ୍ ବିମାନବନ୍ଦରରେ ଅପେକ୍ଷା କରିବା ସହ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। ତଦନ୍ତ ନିମନ୍ତେ ହୁ’ ଟିମ୍ ପାଖରେ ଅନୁମତି ପତ୍ର ନଥିବା କହି ଚୀନ ସେମାନଙ୍କୁ ଫେରାଇ ଦେଇଥିଲା। ଏବେ ଚୀନ ଏହି ଟିମ୍‌କୁ ତଦନ୍ତ ନିମନ୍ତେ ଅନୁମତି ପ୍ରଦାନ କରିଛି। ଅନୁମତିକୁ ଟେଡ୍ରୋସ ସ୍ବାଗତ ପୂର୍ବକ କହିଛନ୍ତି ଯେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଭିଯାନ। କରୋନା ଭୂତାଣୁ କିପରି ଓ କେଉଁ ଠାରୁ ସୃଷ୍ଟି ହୋଇଛି ତାକୁ ଠାବ କରାଯିବା ସହ ଏହା ମନୁଷ୍ୟ ନିକଟକୁ କିପରି ବ୍ୟାପିଲା ସେଦିଗରେ ତଦନ୍ତ କରାଯିବ। ଚୀନର ଉହାନ ସହରରୁ କରୋନା ଭୂତାଣୁ ଉତ୍ପତ୍ତି ହୋଇଥିବାବେଳେ ଏଥିପାଇଁ ଚୀନକୁ ଦାୟୀ କରାଯାଇଛି। ଏପରିକି କରୋନା ଭୂତାଣୁ ପରିଚାଳନା କ୍ଷେତ୍ରରେ ହୁ’ର ତ୍ରୁଟିକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତବର୍ଷ ଏପ୍ରିଲରେ ସମାଲୋଚନା କରିଥିଲେ। ଏପରି ବିଫଳତା ପାଇଁ ହୁ’କୁ ଆମେରିକା ଏହାର ପାଣ୍ଠି ଯୋଗାଣ ବନ୍ଦ କରିଦେଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories