www.samajalive.in
Sunday, December 14, 2025
23.1 C
Bhubaneswar

ଶିଶୁଆ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ବ୍ଲକ ଶିଶୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୯୯୮ ପଞ୍ଚମ ଶ୍ରେଣୀ ବ୍ୟାଚ ଛାତ୍ରଛାତ୍ରୀମାନଙ୍କର ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମସ୍ତ ବନ୍ଧୁୁମାନେ ପରସ୍ପରକୁ ଆଲିଙ୍ଗନ କରି ସ୍ୱାଗତ କରିବା ସହ ପୁରୁଣା ଦିନର ସ୍ମୃତିକୁ ମନେ ପକାଇଥିଲେ।

ଏହି କାର୍ଯ୍ୟକ୍ରମରେ ଶର୍ମିଷ୍ଠା ସ୍ୱାଇଁ, ପ୍ରସନ୍ନ ବେହେରା, ଗଦାଧର ବେହେରା, ଦୀପକ ରାଉତ, ରୋହିତ ବେହେରା, ରାକେଶ ସାହୁ, ସୌଦାମିନୀ ବେହେରା, ରଶ୍ମିତା ବେହେରା, ରୀତାରାଣୀ ବେହେରା, ମୋନାଲିସା ବେହେରା, ରଶ୍ମିତା ରାଉତ, ସତ୍ୟଭାମା ରାଉତ, ଚୁମୁକି ସାହୁ, ସୁନୀତା ସାହୁ, ସଂଯୁକ୍ତା ପରିଡାଙ୍କ ସମେତ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତ ବନ୍ଧୁମାନଙ୍କୁ ଆଶୁତୋଷ ପାଣି ଧନ୍ୟବାଦ ଅର୍ପଣ କରିଥିଲେ। ଆଗାମୀ ଦିନରେ ପ୍ରତି ବର୍ଷ ଏହି ବନ୍ଧୁ ମିଳନ ପର୍ବକୁ ଜାରି ରଖିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ଛାତ୍ରଛାତ୍ରୀମାନେ ଶପଥ ନେଇଥିଲେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories