www.samajalive.in
Friday, December 5, 2025
17.1 C
Bhubaneswar

ପୁରସ୍କାର ରାଶି ପାଇଁ ମିଥ୍ୟା ଏନକାଉଣ୍ଟର, ଧରାପଡ଼ିଲା କ୍ୟାପଟେନ୍‌ଙ୍କ ଷଡ଼ଯନ୍ତ୍ର

ଜାମ୍ମୁ: ଆତଙ୍କବାଦୀଙ୍କ ମୁଣ୍ଡ ବଳଦରେ ଘୋଷଣା ହୋଇଥିବା ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ହଡ଼ପ କରିବାକୁ ମିଥ୍ୟା ଏନକାଉଣ୍ଟରର ଷଡ଼ଯନ୍ତ୍ର ରଚିଥିଲେ ସେନାର ଜଣେ କ୍ୟାପଟେନ ଭୂପିନ୍ଦର ସିଂହ। ବହୁ ଚର୍ଚ୍ଚିତ ଅମଶୀପୋରା ମିଥ୍ୟା ଏନକାଉଣ୍ଟର ମାମଲାରେ ପୁଲିସ କୋର୍ଟରେ ଦାଖଲ କରିଥିବା ଚାର୍ଜଶିଟ୍‌ରେ ଏହାର ପର୍ଦ୍ଦାଫାଶ କରିଛି। କ୍ୟାପଟେନ ଭୂପିନ୍ଦର ସିଂହ ନିଜ ପଦବୀର ଅପବ୍ୟବହାର କରି ୨ ଜଣଙ୍କ ସହିତ  ମିଶି ୩ ଯୁବକଙ୍କୁ ହତ୍ୟା କରିବା ପରେ ତା’କୁ ଏନକାଉଣ୍ଟର ରୂପ ଦେଇଥିଲେ। ମୃତ ଯୁବକଙ୍କ ହାତରେ ଅସ୍ତ୍ରଶସ୍ତ୍ର ଧରାଇ ସେମାନଙ୍କୁ ଆତଙ୍କବାଦୀ ସଜାଇ ଦେଇଥିଲେ।

ଭୂପିନ୍ଦର ଏବେ ସେନା ହାଜତରେ ଅଛନ୍ତି। ତାଙ୍କ ବିରୋଧରେ କୋର୍ଟ ମାର୍ଶଲ ଚାଲୁଛି। ସୂଚନା ଅନୁସାରେ, ଗତବର୍ଷ ଜୁଲାଇ ୧୮ ତାରିଖରେ ସୋପିଆନ ଜିଲାର ଅମଶୀପୋରା ଅଞ୍ଚଳରେ ଏକ ଏନକାଉଣ୍ଟରରେ ୩ ଜଣ ନିହତ ହୋଇଥିଲେ। ସେମାନେ ହେଲେ ରଜୌରୀ ଜିଲାର ଇମତିଆଜ ଅହମ୍ମଦ, ଅବରାର ଅହମ୍ମଦ ଏବଂ ମହମ୍ମଦ ଇବରାର। ଏହି ୩ ଜଣ ଆତଙ୍କବାଦୀ ବୋଲି କୁହାଯାଇଥିଲା। କିନ୍ତୁ ମୃତକଙ୍କ ପରିବାର ଲୋକେ ଏହାକୁ ଖଣ୍ଡନ କରିଥିଲେ। ଏହି ୩ ଜଣ ଶ୍ରମିକ ଏବଂ ସେମାନେ କାମ କରିବାକୁ ଅମଶୀପୋରା ଯାଇଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଥିଲା। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେନା ପକ୍ଷରୁ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଥିଲା।

- Advertisement -

ତଦନ୍ତରୁ ଜାମ୍ମୁ-କାଶ୍ମୀର ପୁଲିସ ଜାଣିବାକୁ ପାଇଥିଲା ଯେ ଏହା ଏକ ମିଥ୍ୟା ଏନକାଉଣ୍ଟର। ୬୨ ରାଷ୍ଟ୍ରୀୟ ରାଇଫଲ୍ସର କ୍ୟାପଟେନ ଭୂପିନ୍ଦର ସିଂହ ଏହାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ। ଆତଙ୍କବାଦୀଙ୍କ ମୁଣ୍ଡ ପାଇଁ ଘୋଷଣା ହୋଇଥିବା ୨୦ ଲକ୍ଷ ଟଙ୍କାର  ପୁରସ୍କାର ରାଶି ହଡ଼ପ କରିବାକୁ ସେ ଏହି ଯୋଜନା କରିଥିଲେ। ତାଙ୍କୁ ସହଯୋଗ କରିଥିବା ୨ ଜଣ ବ୍ୟକ୍ତି ତାବିଶ ନଜୀର ଏବଂ ବିଲାଲ ଅହମ୍ମଦ ଲୋନଙ୍କୁ ପୁଲିସ ସିଜେଏମ କୋର୍ଟରେ ହାଜର କରିଛି। ଅଭିଯୁକ୍ତଦ୍ବୟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଦୋଷ ସ୍ବୀକାର କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories