www.samajalive.in
Friday, December 5, 2025
20.1 C
Bhubaneswar

କଲକାତାରେ ବଡଧରଣର ଏଟିଏମ୍‌ ଜାଲିଆତି

କଲକାତା :ସମ୍ପ୍ରତି କଲକାତାରେ ଏକ ବଡଧରଣର ଏଟିଏମ୍‌ ଜାଲିଆତି ସଂଘଟିତ ହୋଇଛି ା ବର୍ତ୍ତମାନ ଯାଏ ହୋଇଥିବା ହିସାବ ଅନୁଯାୟୀ, ଏହି ଏଟିଏମ୍‌ ଜାଲିଆତିର ଶିକାର ୭୬ ଜଣ ହୋଇଛନ୍ତି ା ମାତ୍ର ୫ ଦିନରେ ଠକମାନେ ଏଟିଏମ୍‌ରୁ ୨୦ ଲକ୍ଷ ଟଙ୍କା ଠକେଇ କରି ନେଇଛନ୍ତି ା ଏହାକୁ ​‌େ​‌ଦଶର ସବୁଠାରୁ ବୃହତ୍‌ ଏଟିଏମ୍‌ ଠକେଇ କୁହାଯାଉଛି ା ଏହି ଜାଲିଆତି ଘଟଣାରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ,କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କର ଗ୍ରାହକ ଶିକାର ହୋଇଛନ୍ତି ା ସହରର ବିଭିନ୍ନ ସ୍ଥାନରେ ରହିଥିବା ଏଟିଏମ୍‌ରୁ ଏହି ଗ୍ରାହକଙ୍କ ଆକାଉଣ୍ଟରୁ ଅର୍ଥ ଉଠାଣ କରାଯାଇଛି ା ଏ ନେଇ ଗ୍ରାହକ ମେସେଜ୍‌ ମଧ୍ୟ ପାଇଛନ୍ତି ା​‌
ତେବେ ଦକ୍ଷିଣ କଲକାତା ଅଞ୍ଚଳରେ ଏହି ଏଟିଏମ୍‌ ଠକେଇ ସଂଘଟିତ ହୋଇଛି ା ଏହି ଜାଲିଆତି ଘଟଣା ସହ ୫ ଜଣିଆ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା କୁହାଯାଉଛି ା ଏହି ଜାଲିଆତି ଘଟଣାକୁ ପୂର୍ଣ୍ଣ ରୂପ ଦେବା ପାଇଁ ଠକମାନେ ୪ମାସ ଯାଏ ଯୋଜନା ଚଳାଇଥିଲେ ା ମଙ୍ଗଳବାର ପ୍ରଥମ କରି ଏହି ଘଟଣା ଲୋକଲୋଚନକୁ ଆସିଥିଲା ା ଗରିଆହାଟ୍‌ ଅଞ୍ଚଳରୁ ଆରମ୍ଭ ହୋଇଥିବା ଏହି ଜାଲିଆତି ଏବେ ସରୋବର, ପାର୍କ ଷ୍ଟ୍ରିଟ୍‌, କାସ୍‌ବା, ବେହେଲା,ତିଲଜଲା ଏବଂ ବନିଆ ପୁକୁର ଅଞ୍ଚଳକୁ ବ୍ୟାପୀଯାଇଛି ା ଗ୍ରାହକମାନେ କରିଥିବା ଅଭିଯୋଗ ଅନୁଯାୟୀ, କଲକାତାଠାରୁ ହଜାର କି.ମି. ଦୂର ନୂଆଦିଲ୍ଲୀର ପାଲିକା ବଜାର, ହଜ୍‌ଖାସ୍‌ ଏବଂ କାଲ୍‌କା ଜୀ ସମେତ ଝାଡଖଣ୍ଡ ଏବଂ ହରିୟାଣାର ଏଟିଏମ୍‌ରୁ ସେମାନଙ୍କ ଆକାଉଣ୍ଟରୁ ଅର୍ଥ ଉଠାଣ କରାଯାଇଛି ା ଏହି ଜାଲିଆତି ଘଟଣାରେ ଅର୍ଥ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୦ ଜଣ ହେଉଛନ୍ତି ବ୍ୟାଙ୍କ କର୍ମଚାରୀ ା ଏହାଛଡା ଜଣେ ବ୍ୟାଙ୍କ ଏଜିଏମ୍‌ ମଧ୍ୟ ଏହି ଠକେଇ ଘଟଣାରେ ଅର୍ଥ ହରାଇଥିବା ଜଣାଯାଇଛି ା

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories