www.samajalive.in
Sunday, December 7, 2025
23.1 C
Bhubaneswar

ଶିଶୁ ବିକାଶ ପାଣ୍ଠିକୁ ସମାଜସେବୀ ତଥା ସାମ୍ବାଦିକଙ୍କ ଅର୍ଥ ଦାନ

ବେଗୁନିଆ: ବେଗୁନିଆ ବ୍ଲକର ନୂତନ ପେନସନଭୁକ୍ତ ଶିକ୍ଷକ ସଂଘ ପକ୍ଷରୁ ଗଠିତ ହୋଇଥିବା ଶିଶୁ ବିକାଶ ପାଣ୍ଠିକୁ ସମାଜସେବୀ ତଥା ସାମ୍ବାଦିକ ଯୋଗେଶ୍ୱର ପଣ୍ଡା ଏକ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ପାଣ୍ଠି ଅବହେଳିତ ଶିଶୁ, ଗରିବ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦେବା ସହ ପାଠପଢ଼ାରେ ଯେଭଳି ପ୍ରତିବନ୍ଧକ ସୃଷ୍ଟି ନହୁଏ ସେଥିପ୍ରତି ଯଥେଷ୍ଟ ଯତ୍ନବାନ ରହିଛି । ଆଜିର ଏହି କାର୍ୟ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ରବୀନ୍ଦ୍ର ନାଥ ସାହୁ, ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବେଣୁଧର ପଣ୍ଡା, ସାମ୍ବାଦିକ ବିବେକାନନ୍ଦ ମିଶ୍ରଙ୍କ ଉପସ୍ଥିତିରେ ସମ୍ପୃକ୍ତ ଅର୍ଥରାଶି ପ୍ରଦାନ କରାଯାଇଛି। ତାଙ୍କର ଏହି ମହତ କାର୍ୟ୍ୟ ପାଇଁ ସଂଘ ତରଫରୁ ସମ୍ପାଦକ ଶ୍ରୀ ସାହୁଙ୍କ ସହିତ ଅନ୍ୟ କର୍ମକର୍ତ୍ତାମାନେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories