www.samajalive.in
Saturday, December 6, 2025
19.1 C
Bhubaneswar

ବ୍ରହ୍ମପୁରରେ ପୁଲିସ ମହାନିର୍ଦେଶକ : ନିଖୋଜ ଶିଶୁ ମାମଲା ତ୍ବରାନ୍ବିତ ଓ ସାଇବର ପ୍ରଶିକ୍ଷଣକୁ ଗୁରୁତ୍ବ

ବ୍ରହ୍ମପୁର : ଓଡ଼ିଶା ପୁଲିସ ମହାନିର୍ଦେଶକ(ଡିଜିପି) ଅଭୟ ଶନିବାର ବ୍ରହ୍ମପୁରରେ ପହଞ୍ଚି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ସେହିପରି ବର୍ଷ ବର୍ଷ ଧରି ନିଖୋଜ ଥିବା ଶିଶୁଙ୍କୁ ଖୋଜି ବାହାର କରିବା ସହ ସମସ୍ତ ଥାନାର ପୁଲିସ ଯେପରି ସାଇବର ଅପରାଧ ମୁକାବିଲା ଦିଗରେ ପ୍ରଶିକ୍ଷଣ ନେଇପାରିବେ ସେ ନେଇ ପୁଲିସ ମହାନିର୍ଦେଶକ ଗୁରୁତ୍ବ ଦେଇଥିଲେ।
ଦକ୍ଷିଣାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ଜିଲାରେ  ୨୦୨୦ ବର୍ଷର ପ୍ରଦର୍ଶନକୁ ନେଇ ମହାନିର୍ଦେଶକ ସମୀକ୍ଷା କରିଥିଲେ। ବୈଠକରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସପି ପିନାକ ମିଶ୍ର, ଗଞ୍ଜାମ ଏସପି ବ୍ରିଜେଶ ରାୟ ଉପସ୍ଥିତ ଥିଲେ। ବୈଠକ ଶେଷ ହେବା ପରେ ଡିଆଇଜି ଶ୍ରୀ ଭୋଇ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ନିଖୋଜ ଶିଶୁଙ୍କୁ ଖୋଜିବାକୁ ଓଡ଼ିଶା ପୁଲିସ ପକ୍ଷରୁ ଆଗାମୀ ୧୮ ତାରିଖରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେଉଛି। ସେହିକ୍ରମରେ ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ଜିଲାରେ ନିଖୋଜ ଥିବା ଶିଶୁଙ୍କୁ କିପରି ଖୋଜାଯାଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଡ଼ିଜିପି ଗୁରୁତ୍ବ ଦେଇଥିଲେ। ଗଞ୍ଜାମ ପୁଲିସ ଜିଲାରେ ୨୦୧୨ ଠାରୁ ଆଜି ଯାଏ ନିଖୋଜ ହୋଇଥିବା ଶିଶୁଙ୍କ ମଧ୍ୟରୁ ୭୧ ଜଣଙ୍କ ପତ୍ତା ମିଳୁନଥିବା ବେଳେ ବ୍ରହ୍ମପୁର ପୁଲିସ ଜିଲାରେ ଏହି ସଂଖ୍ୟା ୧୦୦ରୁ ଅଧିକ ବୋଲି ଜଣାପଡ଼ିଛି। ତେବେ ଏହି ୨ ପୁଲିସ ଜିଲାରେ ଯେତିକି ଶିଶୁ ନିଖୋଜ ହୋଇଛନ୍ତି ସେଥିରୁ ୮୫ ରୁ ୯୦ ଭାଗ ଶିଶୁ ଉଦ୍ଧାର ହୋଇଛନ୍ତି। ବଳକା ୧୦ ରୁ ୧୫ ପ୍ରତିଶତ ଶିଶୁଙ୍କୁ ଖୋଜିବାକୁ ଆବଶ୍ୟକ ପଦକ୍ଷେପ ନିଆଯିବ। ବର୍ଷ ବର୍ଷ ଧରି ନିଖୋଜ ରହିଥିବା ଶିଶୁଙ୍କ ମାମଲାକୁ ତ୍ବରାନ୍ବିତ କରିବାକୁ ଡିପିଜି ଗୁରୁତ୍ବ ଦେଇଥିଲେ ବୋଲି ଡିଆଇଜି ସୂଚନା ଦେଇଥିଲେ। ଦିନକୁ ଦିନ ସାଇବର ଅପରାଧ ବଢୁଥିବାରୁ ସବୁ ଥାନାର କର୍ମଚାରୀମାନେ ଯେପରି ସାଇବର ଅପରାଧ ମୁକାବିଲା ପ୍ରଶିକ୍ଷଣ ନେଇପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା ହୋଇଥିଲା। ଏହାବାଦ ପାସପୋର୍ଟ ଆବେଦନ କରୁଥିବା ଲୋକଙ୍କୁ କିଭଳି କମ୍ ସମୟରେ ସେବା ମିଳିପାରିବ ତାକୁ ଗୁରୁତ୍ବ ଦିଆଯାଇଥିଲା। ପୁଲିସ ଅଧିକାରୀଙ୍କ ଯୁଗ୍ମ ତଦନ୍ତ ବିଷୟରେ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories