www.samajalive.in
Sunday, December 14, 2025
23.1 C
Bhubaneswar

ସ୍ୱାଦିଷ୍ଟ ମସଲା ପୁଲାଉ

ଆବଶ୍ୟକ ସାମଗ୍ରୀ
ଛତୁ – ୨୫୦ ଗ୍ରାମ
ବାସୁମତୀ ଚାଉଳ – ୪୦୦ ଗ୍ରାମ
ପନିର – ୨୦୦ ଗ୍ରାମ
କଟା ପିଆଜ – ୨ଟି
ପେଷା ଟମାଟୋ – ୧ଟି
ଗରମ ମସଲା – ୧ଚାମଚ
ଅଦା ରସୁଣ ବଟା – ୪ ଚାମଚ
ଘିଅ – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଅଳ୍ପ
ପୁଦିନା – ଅଳ୍ପ
ଡ଼ାଲଚିନି – ୨ଟି
ଲବଙ୍ଗ – ୨ଟି
ଗୁଜୁରାତି – ୨ଟି
କାଜୁବଟା – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣ
ପ୍ରସ୍ତୁତୀ ପ୍ରଣାଳୀ – ପ୍ରଥମେ ବାସୁମତୀ ଚାଉଳକୁ ଧୋଇ ଅଧ ଘଣ୍ଟା ବତୁରାଇ ଦିଅନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ ଓ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଡ଼ାଲଚିନି, ଲବଙ୍ଗ, ଗୁଜୁରାତି, କଟା ପିଆଜ ପକାଇ ଭାଜନ୍ତୁ। କିଛି ସମୟ ବାଜିବା ପରେ ଅଦା ରସୁଣ ବଟା ପକାଇ କଷନ୍ତୁ। କଷିବା ପରେ ପେଷା ଟମାଟୋ ପକାଇ ପୁଣି ଭଲ ଭାବେ କଷନ୍ତୁ। ମସଲା କଷି ହେବାପରେ ଏଥିରେ ଛତୁ , ପନିର ଏବଂ ଗରମ ମସଲା ପକାଇ କଷନ୍ତୁ। କିଛି ସମୟ କଷିବା ପରେ କାଜୁ ବଟା, ଏକ କପ ପାଣି ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ୨ ମିନିଟ ଗ୍ୟାସରେ ବସାଇ ଘୋଡ଼ାଇ ରଖନ୍ତୁ। ଏବେ ଗ୍ୟାସରେ ଆଉ ଏକ ପାତ୍ର ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜି ହେବା ପରେ ଏଥିରେ ୪କପ ପାଣି ଓ ଅଳ୍ପ ଲୁଣ ପକାନ୍ତୁ। ଏବେ ଏଥିରେ ବତୁରାଇଥିବା ଚାଉଳକୁ ପକାଇ ୧୦ ମିନିଟରେ ଗାଳି ଦିଅନ୍ତୁ। ଗାଳିବା ପରେ ଏହି ଭାତକୁ ପୂର୍ବ ପ୍ରସ୍ତୁତ ମସଲାରେ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଗ୍ୟାସ ଲଗାଇ ଧନିଆ ପତ୍ର, ପୁଦିନା ପତ୍ର ପକାଇ ୧ ମିନିଟ ଏହାକୁ ଗରମ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମସଲା ପୁଲାଉ। ଏକ ପାତ୍ରକୁ କାଢି ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories