www.samajalive.in
Sunday, December 14, 2025
26.1 C
Bhubaneswar

ଶୁଭ ମକର ସଂକ୍ରାନ୍ତି : କେବଳ ଦୀପ ଓ କଉଡି ଚମକାଇବ ଆପଣଙ୍କ ଭାଗ୍ୟ

ଶୁଭ ମକର ସଂକ୍ରାନ୍ତି ପର୍ବ ଜାନୁଆରୀ ୧୪ରେ ପାଳନ କରାଯିବ। ଏହି ଦିନ କିଛି ବିଶେଷ ଉପାୟ ପାଳନ କରାଯାଏ। ଯାହା ଦ୍ୱାରା ଧନ,ସମ୍ପତ୍ତି,ମା’ଲକ୍ଷ୍ମୀଙ୍କ କୃପା ଓ ସଫଳତା ମିଳିଥାଏ। ଜାଣନ୍ତୁ…..
ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତରେ ୧୪ଟି ସ୍ୱଚ୍ଛ କଉଡି ନିଅନ୍ତୁ।
ଏହାକୁ କେଶର ମିଶ୍ରିତ ଖିରରେ ବୁଡାଇ ରଖନ୍ତୁ। ଏହାପରେ ଏହି କଉଡିକୁ ଗଙ୍ଗାଜଳରେ ଶୁଦ୍ଧ କରି ଏକ ସଫା ପାତ୍ରରେ ପୂଜା ସ୍ଥାନରେ ରଖନ୍ତୁ।
ମା’ଲକ୍ଷ୍ମୀଙ୍କ ନିକଟରେ ଶୁଦ୍ଧ ଘିଅ ଓ ଆଉ ଏକ ରାଶି ତେଲର ଦୀପ ଲଗାନ୍ତୁ।
ରାଶିର ତେଲର ଦୀପକୁ ବାମ ପଟେ ରଖନ୍ତୁ। ଘିଅ ଦୀପ ଡ଼ାହାଣ ପଟେ ରଖନ୍ତୁ।
ଏହାସହ ସୂର୍ଯ୍ୟଦେବତାଙ୍କୁ ଯେପରି ନୀତିନିୟମରେ ପୂଜାର୍ଚ୍ଚନା କରିବା ଆବଶ୍ୟକ ସେଭଳି କରନ୍ତୁ। ଦାନ ଦେବାକୁ ଥିବା ସାମଗ୍ରୀକୁ ଏକତ୍ରିତ କରି ରଖନ୍ତୁ।
ଏହାପରେ ଦିନ ୧୨ଟା ପରେ ପୂଜା କରିଥିବା କଉଡିକୁ ଘରର ଶୁଦ୍ଧ ଓ ଉନ୍ନତି କର ସ୍ଥାନରେ ରଖନ୍ତୁ। ଯେପରି ପର୍ସ, ଆଲମିରା, ଠାକୁରଙ୍କ ନିକଟରେ, ରୋଷଇ ଘରେ, ପଲଙ୍କ ତଳେ, କାର୍ଯ୍ୟ କରୁଥିବା ଟେବୁଲ ତଳେ, ଭଣ୍ଡାର ଘରେ ରଖନ୍ତୁ।
ଏହି କାର୍ଯ୍ୟ ଆପଣଙ୍କୁ ସଂକ୍ରାନ୍ତି ଦିନ କରିବା ଆବଶ୍ୟକ। ଏହାପରେ ଦୀପର ସ୍ଥାନର ପୁଣି ପରିବର୍ତ୍ତନ କରନ୍ତୁ। ଡାହାଣ ପଟେ ଦୀପକୁ ବାମ ପଟେ ଓ ବାମ ପଟେ ଦୀପକୁ ଡାହାଣ ପଟେ ରଖନ୍ତୁ। ତେଲ ଓ ଘିଅ ଶେଷ ହେଉଥିଲେ ପୁଣି ଦୀପରେ ଭରନ୍ତୁ।
ସେହିପରି ରାଶିର ତେଲର ଦୀପ ସନ୍ଧ୍ୟା ସମୟରେ ଘରର ଅଗଣାରେ ଅଥବା ଦୁଆର ସାମ୍ନାରେ ଓ ଘିଅର ଦୀପ ମା’ ବୃନ୍ଦାବତୀଙ୍କ ନିକଟରେ ଲଗାନ୍ତୁ।
ଏହି ଉପାୟ ଘରେ ସୁଖ, ସମୃଦ୍ଧି,ଧନ, ମା’ଲକ୍ଷ୍ମୀଙ୍କ କୃପା ଓ ସଫଳତା ଆଣିଥାଏ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories