www.samajalive.in
Monday, December 8, 2025
13.1 C
Bhubaneswar

ପୂର୍ବତନ କୁଳପତିଙ୍କ ଅଡୁଆ ବଢିଲା : ପାଣ୍ଠି ଅପବ୍ୟବହାରର ପୁନଃ ତଦନ୍ତ ନିର୍ଦେଶ

ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସଙ୍କ ଅଡୁଆ ବଢିଛି। ତାଙ୍କ ସମୟରେ ବିଶ୍ବବିଦ୍ୟାଳୟ ପାଣ୍ଠି ଅପବ୍ୟବହାର ଓ ବ୍ୟବସ୍ଥାପନା ଅନିୟମିତତା ଅଭିଯୋଗ ଉପରେ କୁଳାଧିପତିଙ୍କ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପାଣ୍ଠି ଅପବ୍ୟବହାର ଅଭିଯୋଗ ଉପରେ କ’ଣ ତଦନ୍ତ କରାଯାଇଛି ଏବଂ ଏହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ଜଣାଇବାକୁ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଛି। ପ୍ରଫେସର ଦାସ କୁଳପତି ରହିବା ସମୟରେ ବିଶ୍ବବିଦ୍ୟାଳୟର ପାଣ୍ଠି ଅପବ୍ୟବହାର ସମ୍ପର୍କରେ ବିଭିନ୍ନ ଅଭିଯୋଗ ଆସିବା ସହିତ ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଏହା ଉପରେ ଆରଡିସି ସ୍ତରୀୟ ତଦନ୍ତ ହୋଇଥିଲା। ଏହା ସତ୍ତ୍ବେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରଫେସର ଦାସଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଘଟଣାରେ କୁଳାଧିପତିଙ୍କ କାର୍ଯ୍ୟାଳୟ ଜବାବ ତଲବ କରିଛି। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କୁ ତାଗିଦ୍ କରାଯିବା ସହ ପୁଣିଥରେ ପ୍ରଫେସର ଦାସଙ୍କ ବିରୋଧରେ ହୋଇଥିବା ବିଭିନ୍ନ ଅଭିଯୋଗର ତଦନ୍ତ କରିବା ଏବଂ ପୂର୍ବରୁ ହୋଇଥିବା ଅଭିଯୋଗ ଆଧାରରେ କ’ଣ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଜଣାଇବାକୁ ନିର୍ଦେଶ ଦିଆଯାଇଛି।ରାଜଭବନ ପକ୍ଷରୁ କୁଳାଧିପତିଙ୍କ ସଚିବ ଚିତ୍ତରଞ୍ଜନ ମହାନ୍ତିଙ୍କ ପକ୍ଷରୁ ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ନଂ ୩୪୩,ତା ୦୫/୦୧/୨୧ ପ୍ରକାରେ ଏହି ଆଦେଶ ଆସିଛି। ସୂଚନାଯୋଗ୍ୟ ଯେ ପ୍ରଫେସର ଦାସ ଗତ ୨୦୧୩ ଅଗଷ୍ଟରୁ ୨୦୧୬ ଜୁଲାଇ ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ କୁଳପତି ଭାବେ କାର୍ଯ୍ୟରତ ରହିଥିଲେ। ଏହି ସମୟ ମଧ୍ୟରେ ପ୍ରଫେସର ଦାସ ନିଜ‌ ପଦର ଦୁରୁପଯୋଗ କରି ବିଶ୍ବବିଦ୍ୟାଳୟକୁ ଆସିଥିବା ବିଭିନ୍ନ ପାଣ୍ଠିର ଅପବ୍ୟବହାର କରି ମନଇଚ୍ଛା ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କୁଳାଧିପତି ଓ ଉଚ୍ଚଶିକ୍ଷା ବିଭାଗରେ ପହଞ୍ଚିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରଡିସିସ୍ତରୀୟ ତଦନ୍ତ କରାଯାଇଥିଲା। ୨୨ ଅକ୍ଟୋବର,୨୦୧୮ ରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ନଂ ୨୯୫୦୪ ପ୍ରକାରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଏହାର କୁ ତଦନ୍ତ କରି ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଥିଲା। ଆରଡିସିଙ୍କ ପକ୍ଷରୁ କରାଯାଇଥିବା ତଦନ୍ତ ରିପୋର୍ଟକୁ କୁଳାଧିପତିଙ୍କୁ ପ୍ରଦାନ ନିମନ୍ତେ ତିନି ଥର ଉଚ୍ଚ ଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ଆଜି ଯାଏଁ ତାହା କୁଳାଧିପତିଙ୍କ କାର୍ଯ୍ୟାଳୟରେ ପହଞ୍ଚି ନଥିବା ନେଇ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି। ବିଭିନ୍ନ ସମୟରେ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଚ୍ଚ ଶିକ୍ଷା ବିଭାଗ କୁ ଚିଠି କରାଯାଇ ପ୍ରଫେସର ଦାସ ଙ୍କ ବିରୋଧ ରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନଥିବା ପତ୍ରରେ ଉଲ୍ଲେଖ ରହିଛି। ଏଣୁ ବର୍ତ୍ତମାନ ପୁଣିଥରେ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂର୍ବତନ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସଙ୍କ ବିରୋଧ ରେ ହୋଇଥିବା ଅଭିଯୋଗର ତଦନ୍ତ କରିବା ସହ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ପରେ ପ୍ରଫେସର ଦାସଙ୍କ ଅଡୁଆ ବଢିଥିବା ଅନୁମାନ କରାଯାଉଛି। ଘଟଣା ସମ୍ପର୍କରେ ପ୍ର​‌ଫେସର ଦାସ ଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହି।

Hot this week

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

Related Articles

Popular Categories