www.samajalive.in
Sunday, December 7, 2025
26.1 C
Bhubaneswar

ସମସ୍ତେ ପାଉଛନ୍ତି ସମସ୍ତେ ମାଁ ସମଲେଶ୍ୱରୀଙ୍କ ଦର୍ଶନ 

ସମ୍ବଲପୁର : ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିର ରବିବାର ସକାଳୁ ଦୀର୍ଘ ୮ ମାସ ପରେ କଡା କୋଭିଡ– ୧୯ କଟକଣା ମଧ୍ୟରେ ଖୋଲାଯାଇଥିଲା। ପ୍ରଥମ ୫ ଦିନ କେବଳ ଜିଲାବାସୀଙ୍କୁ ପରିଚୟପତ୍ର ଦେଖାଇ କୋଭିଡ – ୧୯ କଟକଣା ମଧ୍ୟରେ ଦର୍ଶନର ଅନୁମତି ଦିଆଯାଇଥିବା ବେଳେ ଶୁକ୍ରବାର ଠାରୁ ସମସ୍ତଙ୍କୁ ମନ୍ଦିରରେ ମାଁଙ୍କ ଦର୍ଶନ ପାଇଁ ଅନୁମତି ପ୍ରଦାନ କରାଯାଇଛି। କିନ୍ତୁ ଏବେ ମଧ୍ୟ କରୋନା ସଙ୍କଟ ଟଳି ନ ଥିବାରୁ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦ ବର୍ଷରୁ କମ ଶିଶୁ ଓ ୬୫ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ମାନଙ୍କୁ ମନ୍ଦିର ନ ଆସିବାକୁ ପରାମର୍ଶ ଦିଆଯାଇଛି। ସେହିପରି ମନ୍ଦିର ପରିସରକୁ ପ୍ରବେଶ ପୂର୍ବରୁ ହାତ ସାନିଟାଇଜେସନ, ଥର୍ମାଲ ସ୍କାନିଂ, ସାମାଜିକ ଦୂରତ୍ୱ ରକ୍ଷା ଭଳି ସମସ୍ତ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରାଯାଇ କମ ସମୟ ମଧ୍ୟରେ ସମସ୍ତେ ଯେମିତି ଦର୍ଶନ କରିପାରିବେ ସେଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

- Advertisement -

ମନ୍ଦିର ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ନିର୍ଦ୍ଦିଷ୍ଟ ଦୂରତା ରକ୍ଷା କରାଯାଇ ସ୍ଥାନ ଚିହ୍ନିତ କରାଯାଇଛି। ମନ୍ଦିର ମଧ୍ୟକୁ ଭକ୍ତ ମାନେ ଫୁଲ, ଦୀପ, ଧୂପ, ନୈବଦ୍ୟ ଆଦି କୌଣସି ପୂଜା ସାମଗ୍ରୀ ନେଇ ପାରିବେ ନାହିଁ। ବେଢ଼ା ଦର୍ଶନ ଓ ଗମ୍ଭୀରା ମଧ୍ୟକୁ ପ୍ରବେଶ ମଧ୍ୟ ନିଷେଧ କରାଯାଇଛି। ପୂଜକ ମାନଙ୍କୁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ଏବେ ମଧ୍ୟ ମନ୍ଦିର ସକାଳ ୬ଟାରୁ ଦିନ ସାଢ଼େ ୧୧ ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ମନ୍ଦିରର ଦ୍ୱାର ଖୋଲା ରହିବା ନିୟମ ବଳବତ୍ତର ରହିଛି। ଅନ୍ୟ ସମୟରେ ମନ୍ଦିରର ସାନିଟାଇଜେସନ ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ। ଏହା ସହିତ ଆସନ୍ତା ରବିବାର ଠାରୁ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ପ୍ରତି ରବିବାର ମନ୍ଦିର ଦର୍ଶନ ସାନିଟାଇଜେସନ ପାଇଁ ବନ୍ଦ ରହିବ।

ସୂଚନାଯୋଗ୍ୟ ଯେ, କରୋନା ସଙ୍କଟ ଯୋଗୁଁ ଗତ ମାର୍ଚ୍ଚ ମାସରୁ ଜିଲାରେ ମାଁ ସମଲେଶ୍ୱରୀ ମନ୍ଦିର ସମେତ ସମସ୍ତ ଧାର୍ମିକ ଅନୁଷ୍ଠାନରେ ଶ୍ରଦ୍ଧାଳୁ ମାନଙ୍କର ଦର୍ଶନ ବନ୍ଦ ରହିଥିବା ବେଳେ ପ୍ରଶାସନ କଡା ନିୟମାବଳୀ ଜାରି କରି ଗତ ୩ ତାରିଖରୁ ମନ୍ଦିର ଖୋଲିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ଏହା ସହିତ ମନ୍ଦିର ଖୋଲିବାର ପୂର୍ବ ଦିନ ଅଚାନକ ଜିଲାପାଳ, ଏସପି ଓ ଜିଲାସ୍ତରୀୟ ଅଧିକାରୀ ମାନେ ମନ୍ଦିର ପରିଦର୍ଶନ କରି ପ୍ରାକ ପ୍ରସ୍ତୁତିକୁ ଅନୁଧ୍ୟାନ ପରେ ସନ୍ତୋଷ ପ୍ରକାଶ କରିଥିଲେ। ଜିଲାପାଳ ଓ ମନ୍ଦିର ପ୍ରଶାସନ କୋଭିଡ ନିୟମ ମାନି ମାଁଙ୍କ ଦର୍ଶନ କରି ଆର୍ଶିବାଦ ଲାଭ କରିବାକୁ ଜନତାଙ୍କୁ ଅନୁରୋଧ କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories