www.samajalive.in
Tuesday, December 9, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ: ଚିଠି ଡିସିପିଙ୍କ ନେତୃତ୍ବରେ ତଦନ୍ତ ଆରମ୍ଭ  

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ। ହତ୍ୟା ଧମକ ସଂକ୍ରାନ୍ତ ବେନାମୀ ଚିଠି ହସ୍ତଗତ ହେବା ପରେ କମିସନରେଟ  ପୁଲିସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି।  ନବୀନ ନିବାସରେ ଅଧିକ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ନବୀନ ନିବାସକୁ ସଂଯୋଗ କରୁଥିବା ରାସ୍ତାରେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡାକଡି କରାଯାଇଛି। ଏସ୍‌ଏସ୍‌ ବାଟାଲିଅନ୍‌ ସହିତ ସାଦା ପୋଷାକଧାରୀ ଗୁଇନ୍ଦା ପୁଲିସ ୨୪ ଘଣ୍ଟିଆ ପଇଁତରା ମାରୁଛନ୍ତି। ଫରେଷ୍ଟ ପାର୍କ ଛକ, ପୁନାମା ଗେଟ୍‌ ଛକ ଓ ବିମାନବନ୍ଦର ରାସ୍ତାରେ ପୁଲିସ ମୁତୟନ କରାଯାଇ ଯାନବାହନର ନମ୍ବର ଆଦିକୁ ଟିକିନିକି ଯାଞ୍ଚ କରାଯାଉଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକାଇ ପଚରାଉଚରା କରାଯାଉଛି।

ହତ୍ୟା ଷଡଯନ୍ତ୍ରକାରୀ ଅତ୍ୟାଧୁନିକ ବନ୍ଧୁକ ଏକ-୪୭ ବ୍ୟବହାର କରିପାରନ୍ତି। ସେଥିପ୍ରତି ପୁଲିସ ଅଧିକ ସତର୍କତା ଅବଲମ୍ବନ କରିଛି।  ଅନ୍ୟପକ୍ଷରେ  ବେନାମୀ ଚିଠି କେଉଁଠୁ ଆସିଲା, ହାତଲେଖାଟି କାହାର, ଚିଠିରେ ଯେଉଁ ଗାଡି ନମ୍ବର ଉଲ୍ଲେଖ ରହିଛି ସେ ଗାଡିର ମାଲିକ  କିଏ, ଏସବୁର ତଥ୍ୟ କମିସନରେଟ ପୁଲିସ ପରିବହନ ସହଯୋଗରେ ଯୋଗାଡ କରିବାରେ ଲାଗିଛି।  ଡିସିପି ଡ. ଉମାଶଙ୍କର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସ୍ପେଶାଲ ସ୍କ୍ବାଡ଼ ଟିମକୁ ଅତି ଗୋପନୀୟତା ସହକାରେ ତଦନ୍ତ କରିବାକୁ ଦାୟିତ୍ବ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରସଙ୍ଗ ହୋଇଥିବାରୁ ତାଙ୍କର ସୁରକ୍ଷା ଦୃଷ୍ଟିରୁ ବରିଷ୍ଠ ଅଧିକାରୀ ତଦନ୍ତ ସମ୍ପର୍କରେ କହିବାକୁ ମନା କରୁଛନ୍ତି।

- Advertisement -

ସୂଚନାଯୋଗ୍ୟ, ଗତ ୪ ତାରିଖରେ କେହି ବେନାମୀ ଚିଠି ନବୀନ ନିବାସକୁ ପଠାଇଥିଲା। ସେଥିରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବା ଭଳି ଷଡଯନ୍ତ୍ର ଧମକ ଦିଆଯାଇଥିଲା।  ଚିଠିର ସତ୍ୟତା ଜାଣିବା ଲାଗି ଗୃହ ବିଭାଗ ପକ୍ଷରୁ ଘଟଣାର ଅନୁସନ୍ଧାନ କରିବା ଲାଗି କମିସନରେଟ୍‌ ପୁଲିସକୁ ନିର୍ଦେଶ ଦିଆଯାଇଛି। ଚିଠିଟି ରାଜ୍ୟ ଭିତରୁ କିମ୍ବା ବାହାରୁ ଆସିଛି ସେ ନେଇ ଅନୁସନ୍ଧାନ କରାଯାଉଛି। ଚିଠିରେ ୧୭ଟି ଗାଡ଼ିର ନମ୍ବର ଉଲ୍ଲେଖ ରହିଛି। କେତେକ ଗାଡ଼ି ନମ୍ବର ଓଡ଼ିଶାର  ହୋଇଥିବା ବେଳେ ଅନ୍ୟ ଗୁଡିକ, ପଶ୍ଚିମବଙ୍ଗ ଓ ହରିଆଣାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୁଲିସ ମହାନିର୍ଦେଶକ ଓ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଘଟଣାକୁ ଅନୁଧ୍ୟାନ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories