www.samajalive.in
Thursday, December 11, 2025
13.1 C
Bhubaneswar

ଆଲେପି-ଧାନବାଦ ଟ୍ରେନ୍ ରହଣି ଦାବିରେ ରେଳରୋକ; ଆନ୍ଦୋଳନକାରୀଙ୍କୁ ଗିରଫ ପରେ ହଟିଲା ରୋକ୍

ରେଙ୍ଗାଲି : ରେଙ୍ଗାଲି ଷ୍ଟେସନରେ ଆଲେପି-ଧାନବାଦ ଟ୍ରେନ୍ ରହଣୀ ଦାବି କରି ରେଙ୍ଗାଲି ନାଗରିକ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକ୍ରମେ ଆଜି ରେଙ୍ଗାଲି ରେଲଷ୍ଟେସନ୍ ରେ ରେଳରୋକ କରାଯାଇଥିଲା। ରେଳରୋକ ସହିତ ଆଜି ରେଙ୍ଗାଲି ବନ୍ଦ ପାଳନ ମଧ୍ୟ କରାଯାଇଥିଲା। ସମଦତ ଦୋକାନ ବଜାର ବ୍ୟବସାୟ ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଦଳମତ ନିର୍ବିଶେଷ ରେ ସମସ୍ତେ ରେଲରୋକ ଅଂଶ ଗ୍ରହଣ କରି ଆଜି ସକାଳ ୬ଟାରୁ ରେଲଧାରଣାରେ ବସି ଆନ୍ଦୋଳନ ଆରମ୍ଭ କରିଥିଲେ। ଫଳରେ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନ୍ ଅପରାହ୍ନ ୩ଟା ଯାଏଁ ଅଟକି ରହିଥିଲା। କ୍ରିୟାନୁଷ୍ଠାନ କମିଟିର ଆବାହକ ଅନ୍ତର୍ଯାମୀ ପାଣିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଅଶୋକ ଅଗ୍ରୱାଲ, ରେଙ୍ଗାଲି ବିଧାୟକ ନାଉରି ନାଏକ,କୁଚିଣ୍ଡା ବିଧାୟକ କିଶୋର ନାଏକ, ବିଜେଡି ନେତା ମୋତିଲାଲ୍ ତନ୍ତି,ଅଶୋକ ଗୁରୁ,ରେଙ୍ଗାଲିବ୍ଳକ୍ ଉପାଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରଓାଲା,ବିଜେପିନେତା ଗୋବିନ୍ଦ ଅଗ୍ରୱାଲା, ଯୁଗଳ କିଶୋର ଅଗ୍ରଓାଲା, ପୂର୍ବତନ ବିଧାୟକ ଦୁର୍ଯୋଧନ ଗଡିଆ,ସଲିମ ଖାନ୍ ସୁବାଷ ବିଶ୍ୱାଲ,ରାଜୀବ ମିଶ୍ର, ସନ୍ଦିପ ଶର୍ମା,ବିଶିକେଶନ ପଣ୍ଡା,ରିଙ୍କା ଅଗ୍ରୱାଲ, ଶ୍ରୀପତି ଷଣ୍ଢ ,ଚମ୍ପେଶ୍ୱର ଅଗ୍ରୱାଲ ପ୍ରମୁଖ ବହୁ ସଂଖ୍ୟ ନେତା ଏବଂ ବିଭିନ୍ନ ,ସାମାଜିକ ସଙ୍ଗଠନ କର୍ମକର୍ତ୍ତା ଏଥିରେ ଅଂଶ ଗ୍ରହଣ କରିଥିଲେ। ଆନ୍ଦୋଳନରେ ସ୍ଥାନୀୟ ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ।

ରେଳରୋକର ସୂଚନା ପାଇଁ ଆରପିଏଫ୍ କମିଶନର ଅନୁକ୍ ଗର୍ନିକ୍ ଆସିଷ୍ଟାଣ୍ଟ କମିଶନର ମୁକେଶକୁମାର ଏବଂ ସମ୍ବଲପୁର ଅତକ୍କ୍ ଆରକ୍ଷୀ ଅଧିକ୍ଷକ ଉଗ୍ରସେନ ପ୍ରଧାନ,ଡିଏସ୍‌ପି ନରେନ୍ଦ୍ର ଷଡଙ୍ଗୀ ରେଙ୍ଗାଲି ଥାନା ଅଧିକାରି ଧବଲେଶ୍ୱର ସାହୁ,କତରବଗା ଥାନା ଆଇଆଇସି ଅଜୟ କୁମାର ଜେନା ପ୍ରମୁଖ ସଦଳବଳେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଆରପିଏଫ୍ କମିଶନର ଅନୁକ୍ ଗର୍ନିକ୍ ଆସିଷ୍ଟାଣ୍ଟ କମିଶନର ମୁକେଶକୁମାର ଆନ୍ଦୋଳନକାରୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରି ବୁଝା ସୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନଥିଲା। ରେଙ୍ଗାଲି ଷ୍ଟେସନରେ ଆଲେପି-ଧାନବାଦ ଟ୍ରେନ୍ କରୋନା ଲକ୍ ଡାଉନ୍ ପୂର୍ବରୁ ରହଣିଥିଲା। ଏଣୁ ଏବେ କାହିଁକି ଷ୍ଟପେଜ୍ ପାଇଁ ରେଲବାଇ ମନା କରୁଛି ବୋଲି ଆନ୍ଦୋଳକାରୀ ମାନେ ପ୍ରଶ୍ନ କରିଥିଲେ। ଆଲେପି-ଧାନବାଦ ଟ୍ରେନ୍ ଷ୍ଟପେଜ୍ ପାଇଁ ଲିଖିତ ପ୍ରତିଶ୍ରୁତି ନଦେବା ଯାଏଁ ରେଳରୋକ ଜାରି ରହିବ ବୋଲି କ୍ରିୟାନୁଷ୍ଠାନ କମିଟି ଜିଦ୍ ରେ ଅଟଳ ରହିଥିଲା। ଦିନ ପ୍ରାୟ ୧୨ ଟା ସମୟ ରେ ଏକଜ୍ୟୁକେଟିଭ୍ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଆସି ରେଙ୍ଗାଲି ତହସିଲଦାର ସୁନିଲ କୁମାର ମେହେର ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ନ ହେବାରୁ ଆନ୍ଦୋଳନର ନେତୃତ୍ବ ନେଇଥିବା ୧୮ ଜଣରୁ ଉର୍ଦ୍ଧ୍ବ ନେତାଙ୍କ ନାମରେ ରେଲବାଇ ପୁଲିସ ସିଆରପିସି ଧାରା ୧୫୧ ମାମଲା ରୁଜ୍ଜୁ କରି ଗିରଫ କଲା ପରେ ରେଳରୋକ ହଟିଥିଲା। ଗିରଫ ହୋଇଥିବା ନେତା ମାନେ ହେଲେ ରେଙ୍ଗାଲି ନାଗରିକ କ୍ରିୟାନୁଷ୍ଠାନ କମିଟିର ଆବାହକ ଅନ୍ତର୍ଯାମୀ ପାଣି,ରେଙ୍ଗାଲି ବିଧାୟକ ନାଉରି ନାଏକ,ବିଜେଡି ନେତା ମୋତିଲାଲ ତନ୍ତି, ବିଜେଡି ବ୍ଳକ୍ ସଭାପତି ଅଶୋକ ଗୁରୁ, ଅଶୋକ ଅଗ୍ରଓାଲା,ସଲିମ୍ ଖାନ୍,.ବ୍ଳକ୍ ଉପାଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରଓାଲା ,ରିଙ୍କା ଶର୍ମା ରାଜିବ ମିଶ୍ର,ଅମର ବାରିକ,ସନ୍ଦିପ ଶର୍ମା,ନିରୁ ଶର୍ମା,ଶ୍ରୀପତି ଷଣ୍ଢ,ବିଶିକେଶନ ପଣ୍ଡା,ତୁଳସୀ ଓରାମ,ଦୟାନିଧି ଭଇଁସାଲ,ପବନ ଶର୍ମା,ସନ୍ତୋଷ ସାହୁ। ଗିରଫ ର କିଛି ସମୟ ପରେ ଏମାନଙ୍କୁ ବ୍ୟକ୍ତିଗତ ମୁଚାଳିକାରେ ଛାଡି ଦିଆଯାଇଥିଲା।

- Advertisement -

ରେଳରୋକ ହଟିଲା ପରେ ଟ୍ରେନ୍ ଫେରିବାକୁ ନେଇ ଅସନ୍ତୁଷ୍ଟ ରେଲଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଏବଂ ହୋହଲ୍ଲା ପ୍ରକାଶ ପାଇଥିଲା। ରେଲରୋକ ହଟିଗଲା ପରେ ଷ୍ଟେସନରେ ସକାଳ ୭ଟା୩୦ ମିନିଟ୍  ରୁ ଆସି ଅଟକି ରହିଥିବା ରାଉରକେଲା-ଭୁବନେଶ୍ୱର ଟ୍ରେନ୍ ରେଙ୍ଗାଲି ରୁ ରାଉରକେଲା କୁ ଫେରିଯିବ ବୋଲି ରେଲବାଇ କର୍ତ୍ତୃପକ୍ଷ ଘୋଷଣା କରିଥିଲେ। ଫଳରେ ଟ୍ରେନ୍ ରେ ଆସିଥିବା ପ୍ରାୟ ୯ଶହ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଯାତ୍ରୀ ହୋହଲ୍ଳା କରି ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ଡିଆରଏମ୍ ଅଫିସରୁ ଆସିଥିବା ଜନୈକ ମହିଳା ରେଲବାଇ କର୍ମଚାରୀଙ୍କ ସହିତ ବଚସା ହୋଇ ମହିଳା ଯାତ୍ରୀଙ୍କ ସହିତ ଧସ୍ତାଧସ୍ତି ହୋଇଥିବାର ମଧ୍ୟ ଦେଖାଯାଇଥିଲା। ଅପରାହ୍ନ ୩ଟା ରେ ଏହାର ସମାଧାନ ହୋଇଥିଲା। ଟ୍ରେନ୍ ରେ ଆସୁଥିବା ୯ଶହ ଯାତ୍ରୀଙ୍କ ମଧ୍ୟରୁ ୪ଶହ ଯାତ୍ରୀ ରାଉରକେଲା ଅଭିମୁଖେ ଫେରିଯାଇଥିଲେ। ବାକି ଯାତ୍ରୀ ମାନଙ୍କୁ ସେମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବା ପାଇଁ ରେଲବାଇ ପକ୍ଷରୁ ୯ଟି ବସ୍ ଯୋଗାଡ କରାଯାଇ ଯାତ୍ରୀ ମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା।ଯେଉଁ ଯାତ୍ରୀମାନେ ନିଜ ସୁବିଧାରେ ଯିବାକୁ ଚାହିଲେ ସେମାନଙ୍କୁ ରେଲବାଇ ବିଭାଗ ପକ୍ଷରୁ ଟଙ୍କା ଫେରସ୍ତ କରାଯାଇଥିଲା। ଯାତ୍ରୀ ମାନଙ୍କ ପାଇଁ ରେଳବିଭାଗ ପକ୍ଷରୁ ଫୃଟି ଏବଂ ପାଣି ବୋତଲ ଯୋଗାଇ ଦିଆଯାଇଥିଲା। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଧ୍ୟ ଯାତ୍ରୀ ମାନଙ୍କ ପାଇଁ ପାଣି ବୋତଲ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories