www.samajalive.in
Monday, December 8, 2025
20.1 C
Bhubaneswar

ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ଉପରେ ଆଲୋଚନାଚକ୍ର

ବୋଲଗଡ: ବୋଲଗଡ ବ୍ଲକ ରାଜୀବଗାନ୍ଧୀ ସନ୍ମିଳନୀ କକ୍ଷରେ ସ୍ୱେଛାସେବୀ ଅନୁଷ୍ଠାନ ପିକକ୍ ତରଫରୁ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ଉପରେ କର୍ମଶାଳା ଶୁକ୍ରବାର ଆୟୋଜିତ ହୋଇଯାଇଛି। ବ୍ଲକ ଜିପିଓ ତ୍ରିନାଥ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥିଭାବେ ବିଡିଓ ଧୋବେଇ ନାଏକ ଯୋଗଦେଇ ଶିଶୁମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା, ଜୁଭେନାଇଲ ଆକ୍ଟ ଏବଂ ଶିଶୁକୁ କିପରି ସୁରକ୍ଷା ଦିଆଯାଇପାରିବ ତାହା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥିଭାବେ ବ୍ଲକ ବିପିଏମ୍ ପ୍ରକାଶଚନ୍ଦ୍ର ବଳିୟାରସିଂହ, ବିଏସଏସଓ କାମଦେବ ନାୟକ,ବିତ୍ତଅଧିକାରିଣୀ ସୈାଦାମିନୀ ବେହେରା ପ୍ରମୁଖ ଯୋଗଦେଇଥିଲେ। ପିକକ୍ ଅନୁଷ୍ଠାନର କାର୍ଯ୍ୟକାରୀ ଅଧିକାରିଣୀ ଅନୁରାଧା ମହାନ୍ତି ଯୋଗଦେଇ ପ୍ରତ୍ୟେକ ପଞ୍ଚାୟତସ୍ତରରେ ଶିଶୁମାନଙ୍କୁ ସୁରକ୍ଷା ଦେବାପାଇଁ ଚାଇଲ୍ଡହେଲ୍ପ ଲାଇନର ବ୍ୟବାହାର କରିବାକୁ ପରାମର୍ଶ ଦେଇଥିଲେ। ଆଇସିଡିଏସ ସୁପରଭାଉଇଜର ଯୋଗଦେଇ ଶିଶୁ ଶ୍ରମିକମାନଙ୍କୁ କିପରି ଉଦ୍ଧାର କରାଯିବାକୁ ଗୁରୁତ୍ୱ ଅରୋପ କରିଥିଲେ।

ଏହିକାର୍ଯ୍ୟକ୍ରମର ୯ଟି ପଞ୍ଚାୟତର ସରପଞ୍ଚ ଏବଂ ଡାବରଧୁଆ ପାଟଣା, ଦଳେଇସାହି, ବୋଲଗଡ ଏବଂ ଖଙ୍ଗୁରିଆ ପଞ୍ଚାୟତର ସମସ୍ତ ଆଶା ଏବଂ ଅଙ୍ଗନୱାଡି କର୍ମିମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଶିଶୁମାନଙ୍କୁ ସୁରକ୍ଷା ଏବଂ ଅଧିକାର ପାଇଁ ସମସ୍ତେ ସର୍ବଦା ତପ୍ତର ରହିବେ ବୋଲି ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପିକକ୍ ବ୍ଲକ ସଂଯୋଜକ ବାମଦେବ ଜେନା ପରିଚାଳନା କରିଥିବାବେଳେ ଆଗାମୀ ଦିନରେ ସମସ୍ତ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ସହଯୋଗ ଆବଶ୍ୟକତା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories