www.samajalive.in
Monday, December 8, 2025
27.1 C
Bhubaneswar

୩ଟି ଭାଗରେ ନିର୍ମାଣ ହେବ ‘ମିଷ୍ଟର ଇଣ୍ଡିଆ’: କିଏ ହେବ ନାୟିକା?

ମୁମ୍ବଇ: ନିଜ ଆଗାମୀ ପ୍ରୋଜେକ୍ଟ ବିଷୟରେ ଘୋଷଣା କରି ଚର୍ଚ୍ଚାରେ ନିର୍ଦ୍ଦେଶକ ଅଲି ଅବାସ୍‍ ଜାଫର୍‍। ତିନୋଟି ଭାଗରେ ନିର୍ମିତ ହେବ ‘ମିଷ୍ଟର୍‍ ଇଣ୍ଡିଆ’ର ରିମେକ ଭର୍ସନ୍। କିଛି ଏପରି ଘୋଷଣା କରିଛନ୍ତି ନିର୍ଦ୍ଦେଶକ ଜାଫର । ସେବେଠୁ ଏଥିରେ କିଏ କେଉଁ ଭୂମିକାରେ ଅଭିନୟ କରିବେ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି । ତେବେ ୧୯୮୭ ମସିହାରେ ମୁକ୍ତିଲାଭ କରିଥିବା ଅନୀଲ କପୁର-ଶ୍ରୀଦେବୀ ଅଭିନୀତ ‘ମିଷ୍ଟର୍‍ ଇଣ୍ଡିଆ’ର କାହାଣୀ ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ରିମେକ ଭର୍ସନରେ ଅନୀଲ କାପୁରଙ୍କର କୌଣସି ଭୂମିକା ରହିବନାହିଁ ବୋଲି ସ୍ପଷ୍ଟ ହୋଇଛି। ସାଇନ୍ସ ଫିକ୍ସନ୍ ଥିମ ଓ ମେଗା ବଜେଟ୍ରେ ଚଳଚ୍ଚିତ୍ରଟି ନିର୍ମାଣ ହେବ । ଏହି ଚଳଚ୍ଚିତ୍ର ଅନ୍ତର୍ଜାତୀୟ ସ୍ତରର ହେବ ବୋଲି ନିର୍ଦ୍ଦେଶକ ମତ ବ୍ୟକ୍ତ କରିଛନ୍ତି। ଫିଲ୍ମର ପ୍ରଯୋଜନା ଭାର ବୋନି କପୁର ବହନ କରୁଥିବା ବେଳେ ତାଙ୍କ ଝିଅ ତଥା ଅଭିନେତ୍ରୀ ଜାହ୍ନବୀ କାପୁର ଏଥିରେ ଶ୍ରୀଦେବୀଙ୍କ ଭୂମିକାରେ ଅଭିନୟ କରିବା ନେଇ ଶୁଣିବାକୁ ମିଳିଛି । ଅନ୍ୟପଟେ ଅର୍ଜୁନ କପୁରଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ହେଲେ ସେ କେଉଁ ଭୂମିକାରେ ଅଭିନୟ କରିବେ ସେ ନେଇ କୌଣସି ଖବର ସାମ୍ନାକୁ ଆସିନାହିଁ। ଅପର ପକ୍ଷରେ ଚଳଚ୍ଚିତ୍ରର ଷ୍ଟାରକାଷ୍ଟ ଚୟନ ହୋଇ ନ ଥିବା କହିଛନ୍ତି ନିର୍ଦ୍ଦେଶକ ଅଲି ଅବାସ୍‍ ଜାଫର୍‍। ତେବେ ଜାହ୍ନବୀ ଶ୍ରୀଦେବୀଙ୍କ ଭୂମିକାରେ ଅଭିନୟ କରିବା ନେଇ ସେ ସାମାନ୍ୟ ସଙ୍କେତ ଦେଇଥିଲେ । ଏପରି ହେଲେ ପ୍ରଯୋଜକ ବୋନି କପୁର ନିଶ୍ଚିତ ଖୁସୀ ହେବେ ବୋଲି ନିର୍ଦ୍ଦେଶକ ଜାଫର୍ ଏକ ସାକ୍ଷାତକାରରେ କହିଥିଲେ ।

- Advertisement -

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories