www.samajalive.in
Friday, December 12, 2025
15.1 C
Bhubaneswar

ଜାତିସଂଙ୍ଘ ସୁରକ୍ଷା ପରିଷଦରେ ଭାରତକୁ ମିଳିଲା ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ୩ଟି ସମିତିରେ ଅଧ୍ୟକ୍ଷତା କରିବ ଭାରତ। ଭାରତ ଅଧ୍ୟକ୍ଷତା କରିବାକୁ ଥିବା ଏହି ତିନି ସମିତି ହେଲା ତାଲିବାନ ପ୍ରତିବନ୍ଧ ସମିତି, ଆତଙ୍କବାଦ ନିରୋଧି ସମିତି ଏବଂ ଲିବ୍ୟା ପ୍ରତିବନ୍ଧ ସମିତି। ଭାରତ ପାଇଁ ସମସ୍ତ କ୍ଷେତ୍ର ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିବା କହିଛନ୍ତି ମିଳିତ ଜାତିସଙ୍ଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟି.ଏସ୍. ତ୍ରିମୂର୍ତ୍ତି। ୨୦୨୨ରେ ଆତଙ୍କବାଦ ନିରୋଧି ସମିତର ଅଧ୍ୟକ୍ଷତା କରିବ ଭାରତ। ବିଶେଷ କରି ଆତଙ୍କବାଦ ବିରୋଧରେ ଭାରତ ଜାରି ରଖିଥିବା ଲଢ଼େଇକୁ ଏହା ଅଧିକ ବଳ ଦେବ ବୋଲି ଆଶା କରାଯାଉଛି। କାହିଁକିନା ଭାରତ ହିଁ ଆତଙ୍କବାଦର ସବୁଠାରୁ ଅଧିକ ପ୍ରଭାବିତ ରାଷ୍ଟ୍ର।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories