www.samajalive.in
Wednesday, December 10, 2025
23.1 C
Bhubaneswar

ଦେଢ଼ ଲକ୍ଷ ମୂଲ୍ୟର ଗୋଲ୍‌ଡେନ୍‌ ବୁଦ୍ଧା ଫୋନ୍‌

ଚୀନ୍ ବଜାରରେ ଗ୍ରାହକ ଭଳିକିଭଳି ଡିଜାଇନର ବିଭିନ୍ନ ସାମଗ୍ରୀ ପାଇଥାନ୍ତି। ଶସ୍ତାଠାରୁ ମହରଗ, ନକଲି-ଅସଲି ସବୁ ସେଠିକା ବଜାରରେ ଠୁଳ ହୋଇରହିଛି। ବେଜିଂ, ସାଂଘାଇର ବଜାରରେ ନାମୀ କମ୍ପାନୀକୁ ନକଲ କରି ତିଆରି ହେଉଥିବା ଫୋନ୍‌ଗୁଡ଼ିକର ଚାହିଦା ବିଦେଶ ବଜାରରେ ବେଶ୍ ଅଧିକ। ୨୦୧୨ରେ ଚୀନ୍‌ର ଏକ କମ୍ପାନୀ ‘ଗୋଲଡେନ୍ ବୁଦ୍ଧା ଫୋନ୍’ ତିଆରି କଲା, ବିଶେଷ କରି ଜାପାନ ଓ ଚୀନ୍‌ ବାସିନ୍ଦାଙ୍କୁ ଲକ୍ଷ୍ୟରେ ରଖି ଏଇ ଫୋନ୍‌ର ଡିଜାଇନ୍ ହୋଇଥିଲା। ଫୋନ୍‌‌ର ନିଜସ୍ବ ଆପ୍ଲିକେସନ୍ ବ୍ୟତୀତ ଅନ୍ୟ କୌଣସି ଆପ୍ ଡାଉନଲୋଡ କରିବାର ସୁବିଧା ଏଥିରେ ନଥିଲା, ୨୪ କ୍ୟାରେଟ୍ ସୁନାର ଆସ୍ତରଣ ସହ ଦାମୀ ମୋତି ମଧ୍ୟ ଏଥରେ ଖଞ୍ଜା ହୋଇ ଫୋନ୍‌କୁ ଅଧିକ ଆକର୍ଷକ ରୂପ ଦେଉଥିଲା। ସେ ସମୟରେ ଫୋନ୍‌ର ଦର ୧ଲକ୍ଷ ୫୫ହଜାର ଟଙ୍କା ଧାର୍ଯ୍ୟ ହେବା ସହ ଆମେରିକା, କାନାଡା, ଇଟାଲୀର ଲୋକେ ମଧ୍ୟ ଏଇ ଫୋନ୍‌ ବ୍ୟବହାର କରିବାକୁ ବୁକିଂ କଲେ। ହେଲେ କମ୍ପାନୀର ନିୟମ ଅନୁସାରେ ଗୋଲ୍‌ଡେନ୍‌ ବୁଦ୍ଧା ଫୋନ୍ କେବଳ ଚୀନ୍, ଜାପାନରେ ବିକ୍ରି ହେବାର ଅନୁମତି ଥିଲା। ୨୦୧୨ ଜୁଲାଇରେ ଏହି ବିଶେଷ ଡିଜାଇନର ଫୋନ୍ ବଜାର ପ୍ରବେଶ କଲା, କିନ୍ତୁ ପରବର୍ତ୍ତୀ ସମୟରେ ଫୋନ୍‌‌କୁ ନେଇ ବିବାଦ ଉପୁଜିବାରୁ ଏହାର ଉତ୍ପାଦନ ବନ୍ଦ ହେଲା।
– ବିଚିତ୍ର ଡିଜାଇନ୍‌ର ଏଇ ଫୋନ୍ ତାଲିକାରେ କାର୍‌ ଫ୍ଲିପ୍ ଫୋନ୍‌ ଅନ୍ୟତମ, କାନାଡାର ଏକ କମ୍ପାନୀ ପ୍ରଥମେ ଏଭଳି କାର୍‌ ଡିଜାଇନ୍‌ର ଫୋନ୍ ତିଆରି କରିଥିଲା। ଆଜିକାଲି ଅଧିକାଂଶ ଅଭିଭାବକ ନିଜ ପିଲାଙ୍କୁ ଏଇ ଖେଳନା ଆକୃତିର ସ୍ମାର୍ଟଫୋନ୍ କିଣିଦେବାର ଦେଖାଯାଉଛି। ଏଇ କାର୍ ଡିଜାଇନର ମୋବାଇଲ୍ ଫୋନ୍‌ରେ ସେଭଳି ବିଶେଷ ସୁବିଧା ନାହିଁ, ଏହାର ଡିଜାଇନ୍ ହିଁ ପିଲାଙ୍କୁ ଆକର୍ଷିତ କରୁଛି। କାର୍ ଫ୍ଲିପ୍ ଫୋନ୍‌ର ମୂଲ୍ୟ ୨୦୦୦-୨,୫୦୦ ଟଙ୍କା ମଧ୍ୟରେ ରହୁଛି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories