www.samajalive.in
Wednesday, December 10, 2025
23.1 C
Bhubaneswar

ସାମାଜିକ ଦୂରତାର ନୂଆ ଉପାୟ

କରୋନା ସହ ଲଢ଼ିବା ପାଇଁ ମୂଳ ଅସ୍ତ୍ର ହେଉଛି ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା, ଲୋକେ ଯଥାସମ୍ଭବ ଏଇ ନିୟମକୁ ପାଳନ କରୁଥିବାର ଦେଖାଯାଉଛି। କିଛି ସମୟ ପାଇଁ ବିଶ୍ବର ପ୍ରମୁଖ ରାଷ୍ଟ୍ରମାନେ ତାଲାବନ୍ଦ ଘୋଷଣା କଲେ, କିନ୍ତୁ ଏହା ସମସ୍ୟାର ସମାଧାନ ନଥିଲା। ସମୟକ୍ରମେ ଜନଜୀବନ ସ୍ବାଭାବିକ ହେବାର ଦେଖାଯାଉଛି, ସାମାଜିକ ଦୂରତା ରକ୍ଷା କରିବାକୁ ଯାଇ ରେସ୍ତୋରାଁ, ସିନେମା ହଲ୍‌ରେ ଅଜବ ପଦକ୍ଷେପମାନ ନିଆଯାଉଛି। ପ୍ୟାରିସ୍‌ର ଏକ ଜଣାଶୁଣା କଫି କେଫେ, ୪ଜଣିଆ ବସିବା ଟେବୁଲ୍‌ରେ ୨ଟି ବଡ଼ ଟେଡି ବିୟର୍ କଣ୍ଢେଇ ରଖି ସାମାଜିକ ଦୂରତା ଗ୍ରାହକଙ୍କ ମଧ୍ୟରେ ରକ୍ଷା କରୁଛି। ଫ୍ରାନ୍ସର କେତେକ ପ୍ରାନ୍ତରେ ରେସ୍ତୋରାଁର ଗୋଟିଏ ଟେବୁଲ୍‌ର ଦୁଇ ପାର୍ଶ୍ବରେ କାଚର ଝରକା ରହିଛି, ଦୁଇ ବନ୍ଧୁ ପରସ୍ପରକୁ ଦେଖିପାରିବେ କିନ୍ତୁ ପାଖାପାଖି ବସିବାର ସୁବିଧା ନାହିଁ।

ତୁର୍କୀର ଇସ୍ତାନବୁଲ୍‌ର ଏକ ପଞ୍ଚତାରକା ହୋଟେଲ ୩ଜଣ ଗ୍ରାହକ ବସିପାରିବା ଭଳି କାଚର ଘର ତିଆରି କରିଛି। ମୋଟ୍ ୧୫ଟି କାଚର ଘର ତିଆରି ହେବା ସହ ସାନିଟାଇଜ୍‌ର ମଧ୍ୟ ଯଥା ବନ୍ଦୋବସ୍ତ ରହିଛ।
ରୁଷିଆର ମସ୍କୋରେ ଥିବା ଏକ ରେସ୍ତୋରାଁରେ ଏବେ କର୍ମଚାରୀ ନାହାନ୍ତି। ସବୁକାମ ଯନ୍ତ୍ରଚାଳିତ, ବ୍ୟଞ୍ଜନ ତିଆରି ଠାରୁ ଖାଦ୍ୟ ପରଷିବା ପର୍ଯ୍ୟନ୍ତ ଡ୍ରୋନ୍ ଓ ଅନ୍ୟାନ୍ୟ ଯନ୍ତ୍ର ସହାୟତାରେ ହେଉଛି।
ବେଲିଜିୟମ୍‌ର ଏକ ରେସ୍ତୋରାଁ ନେଇଥିବା ପଦକ୍ଷେପ ପୂରା ବିଶ୍ବରେ ଚର୍ଚ୍ଚିତ। ଲମ୍ବା ବ୍ୟବଧାନ ପରେ ରେସ୍ତୋରାଁ ଖୋଲାଗଲା, ଗ୍ରାହକଙ୍କୁ ହସହସ ମୁହଁରେ ନିମନ୍ତ୍ରଣ ଜଣାଇବାକୁ ରେସ୍ତୋରାଁ କର୍ମଚାରୀ ନିଜ ମୁହଁର ହସ ପ୍ରିଣ୍ଟ ମୁଖା ପିନ୍ଧି ଗ୍ରାହକଙ୍କୁ ସ୍ବାଗତ ଜଣାଇଥିଲେ।

- Advertisement -

ଜର୍ମାନୀସ୍ଥିତ ବର୍ଗର କିଙ୍ଗ୍ ଫାଷ୍ଟଫୁଡ୍ ଚେନ୍‌ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ପାଇଁ ୬ ଫୁଟ୍ ବ୍ୟାସର ମୁକୁଟ ପିନ୍ଧିବା ନିୟମ କାର୍ଯ୍ୟକାରୀ ହୋଇଛି। ଗ୍ରାହକ ବର୍ଗର କିଙ୍ଗ୍ କିଣିବା ପୂର୍ବରୁ ପ୍ରଥମେ ଏହି ମୁକୁଟ କିଣିବା ବାଧ୍ୟତାମୂଳକ। ଥାଇଲାଣ୍ଡର ରେସ୍ତୋରାଁଗୁଡ଼ିକରେ ଏବେ ଖେଳନା ଡ୍ରାଗନ୍‌ଙ୍କ ରାଜୁତି ଚାଲିଛି। ଗ୍ରାହକ କେଉଁ ସ୍ଥାନରେ ବସିବେ, ସେଇଠାରେ ହିଁ ଡ୍ରାଗନ୍ ଖେଳନା ରଖାଯାଇ ସେମାନଙ୍କୁ ଜଣାଯାଏ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories