www.samajalive.in
Monday, December 8, 2025
14.1 C
Bhubaneswar

୨୫ ହଜାର ସ୍ବେଚ୍ଛାସେବୀଙ୍କ ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ହେବ ଭାରତ ବାୟୋଟେକ୍ କୋଭିଡ଼ ଟୀକା କୋଭାକ୍ସିନ

ଭରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ ଗୁରୁବାର ଦିନ ଏହାର ସ୍ୱଦେଶୀ ଉତ୍ପାଦିତ COVID-19 ଟିକା ‘କୋଭାକ୍ସିନ’ର ପର୍ଯ୍ୟାୟ -3 କ୍ଲିନିକାଲ ପରୀକ୍ଷା  ପାଇଁ ପ୍ରସ୍ତୁତ ହୋଇଛି । ଏଥିପାଇଁ ୨୫ ହଜାର ସ୍ବେଚ୍ଛାସେବୀଙ୍କ ତାଲିକା ଚୂଡ଼ାନ୍ତ କରାଯାଇଛି ।
ଭାରତ ବାୟୋଟେକର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁଚିତ୍ରା ଏଲା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଟୀକା କାର୍ଯ୍ୟକ୍ରମରେ ସହାୟତା କରିଥିବା ମୁଖ୍ୟ ଅନୁସନ୍ଧାନକାରୀ ଦଳ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ସେ ଭାରତର ପ୍ରଥମ ସ୍ବଦେଶୀ ଟୀକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ସହଯୋଗ କରିବାକୁ ଆଗେଇ ଆସିଥିବା ସ୍ବେଚ୍ଛାସେବୀମାନଙ୍କୁ  ସେ ପ୍ରଶଂସାକରିଛନ୍ତି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) – ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ସହଯୋଗରେ ଭାରତ ବାୟୋଟେକ୍ ଦ୍ୱାରା ଏହି ସ୍ୱଦେଶୀ ଟିକା ପ୍ରସ୍ତୁତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣରେ COVAXIN କୁ ପ୍ରାୟ ୧୦୦୦ ପର୍ଯ୍ୟାୟ ମୂଲ୍ୟାଙ୍କନ କରାଯାଇଛି। ନିରାପତ୍ତା ଏବଂ ପ୍ରତିରୋପଣ ଫଳାଫଳ ସହିତ ଆନ୍ତର୍ଜାତୀୟ ସମୀକ୍ଷା କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ କୋଭାକ୍ସି ହେଉଛି ସମ୍ପୂର୍ଣ୍ଣ ନିରାପଦ ଓ ସାର୍ସ ସିଓଭି୨ ଟୀକା । ଏହାର ସୁରକ୍ଷର ଟ୍ରାକ ରେକର୍ଡ଼ ଅତି ଭଲ ।

- Advertisement -

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ‘କୋଭିଶିଲ୍ଡ’ ଏବଂ ଭାରତ ବାୟୋଟେକ୍ ର ‘କୋଭାକ୍ସିନ୍’ର COVID-19 ଟିକାକୁ ଜାନୁଆରୀ 3 ରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଦ୍ବାରା ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା।

ଏହାପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ହର୍ଷ ବର୍ଦ୍ଧନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି  ” ‘କୋଭିଶିଲ୍ଡ’ ଏବଂ ‘କୋଭାକ୍ସିନ’ ଦେଶରେ ଉପଲବ୍ଧ ହେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories