www.samajalive.in
Sunday, December 14, 2025
14.1 C
Bhubaneswar

ମୋଦି ସରକାରଙ୍କ ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ବିଜେପି କାର୍ଯ୍ୟକର୍ତାଙ୍କ ଦାୟିତ୍ୱ: ପ୍ରହଲ୍ଲାଦ ଯୋଶୀ

ଭୁବନେଶ୍ୱର: ଓଡିଶାକୁ ମୋଦି ସରକାର ଗରିବ କଲ୍ୟାଣ ଯୋଜନାର ପ୍ରୟୋଗଶାଳା କରିଛନ୍ତି। ରାଜ୍ୟର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ। ମୋଦି ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ବିଜେପି କାର୍ଯ୍ୟକର୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି ଦଳୀୟ କାର୍ଯ୍ୟାଳୟକୁ ସୌଜନ୍ୟମୂଳକ ପରିଦର୍ଶନ ଅବସରରେ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି।

- Advertisement -

ରାଜ୍ୟକାର୍ଯ୍ୟାଳୟରେ ପହଂଚିବା ପରେ ଶ୍ରୀ ଯୋଶୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଶ୍ରୀ ଯୋଶୀ ବିଭିନ୍ନ ପ୍ରସଙ୍ଗରେ କାର୍ଯ୍ୟକର୍ତାମାନଙ୍କ ସହ ଆଲୋଚନା କରିବା ସହ ଅଭିଯୋଗ ଶୁଣିଥିଲେ। ରାଜ୍ୟରେ ଡିଏମଏଫ ଫଣ୍ଡ ଏବଂ ରାଷ୍ଟ୍ରାୟତ ଉଦ୍ୟୋଗ କଂପାନୀମାନଙ୍କର ସିଏସଆର ଫଣ୍ଡର ସଠିକ୍‍ ବିନିଯୋଗ ନହୋଇପାରିବା ନେଇ କାର୍ଯ୍ୟକର୍ତାମାନେ ଅଭିଯୋଗ କରିଥିଲେ। ଏହା ସହ ରାଜ୍ୟରେ ନିମ୍ନମାନର ଲୁହାପଥର ଗୁଣ୍ଡର ରପ୍ତାନୀକୁ ନିୟନ୍ତ୍ରଣ କରିବାକୁ କାର୍ଯ୍ୟକର୍ତାମାନେ ଦାବି କରିଥିଲେ। ରାଜ୍ୟରେ ଥିବା ଏମସିଏଲ, ନାଲକୋ ଆଦି ରାଷ୍ଟ୍ରାୟତ କଂପାନୀଗୁଡିକ ଖଣିଜ ଅଂଚଳର ରାସ୍ତା ଘାଟ, ପାନୀୟ ଜଳ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବାରେ ରାଜ୍ୟ ସରକାର ବାଧକ ସାଜିଛନ୍ତି ବୋଲି କାର୍ଯ୍ୟକର୍ତାମାନେ ଅଭିଯୋଗ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କ ନେତୃତ୍ୱରେ ୨୦୨୧-୨୧ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା କୋଲ୍‍ ଇଣ୍ଡିଆ ଲିମିଟେଡ ପାଂଚଟି ସ୍ୱଚ୍ଛ ଇ-ନିଲାମ ପ୍ରକ୍ରିୟାରେ ରେକର୍ଡ ପରିମାଣରେ ୮୧.୪ ନିୟୁତ ଟନ୍‍ ର କୋଇଲା ବୁକିଂ ହୋଇଥିବାରୁ କାର୍ଯ୍ୟକର୍ତାମାନେ ଶ୍ରୀ ଯୋଶୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଡିଏମଏଫ, ଓମ୍ବାଡସି ଓ କାମ୍ପା ପାଣ୍ଠି ପରିଚାଳନାରେ ବ୍ୟାପକ ତୃଟି ଓ ଦୁର୍ନୀତି ସଂପର୍କରେ ତାଙ୍କ ମନ୍ତ୍ରଣାଳୟ ସଚେତନ ଥିବା ପ୍ରକାଶ କରି ଡିଏମଏଫ ପ୍ରକଳ୍ପ ଗୁଡିକରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ରୀୟ କଲ୍ୟାଣ ଯୋଜନା ଉଲ୍ଲେଖ ରହିବା ଅପରିହାର୍ଯ୍ୟ ବୋଲି ଶ୍ରୀ ଯୋଶୀ କହିଥିଲେ। ଏହି ଅବସରରେ ସାଂସଦ ଅଶ୍ୱିନୀ ବୈଷ୍ଣବ, ବିଧାୟିକା କୁସୁମ ଟେଟେ, ବରିଷ୍ଠ ନେତା ଶାରଦା ଶତପଥୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଠାକୁର ରଂଜିତ ଦାସ, ସୋନାଲୀ ସାହୁ, ମହେଶ ମହାନ୍ତି, ଦିଲୀପ ମଲ୍ଲିକ ଏବଂ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

Related Articles

Popular Categories