www.samajalive.in
Saturday, December 13, 2025
26.1 C
Bhubaneswar

ସାଇବର ଠକେଇ ରୋକିବାକୁ ହେଲ୍‌ପ ଡେସ୍କ ଆରମ୍ଭ, ଠକେଇର ଶିକାର ହେଲେ ୧ ଘଣ୍ଟା ମଧ୍ୟରେ ୭୪୪୦୦୦୬୭୦୯ ନମ୍ବରକୁ ଜଣାଇବା ପାଇଁ ପରାମର୍ଶ

ଭୁବନେଶ୍ବର: ସାଇବର ଠକେଇ ରୋକିବାକୁ କମିଶନରେଟ୍‌ ପୁଲିସ ପକ୍ଷରୁ ହେଲ୍‌ପ ଡେସ୍କ ଆରମ୍ଭ କରାଯଇଛି। କମିଶନରେଟ୍‌ ପୁଲିସର ସ୍ପେଶାଲ୍‌ ସ୍କ୍ବାଡ୍‌ରେ ଆରମ୍ଭ ହୋଇଛି ହେଲ୍‌ପ ଡେସ୍କ। ଯେଉଁମାନେ ସାଇବର ଠକେଇର ଶିକାର ହେବେ ସେମାନେ ୧ ଘଣ୍ଟା ମଧ୍ୟରେ ହେଲ୍‌ପ ଡେସ୍କକୁ ଜଣାଇବା ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଠକେଇର ଶିକାର ହୋଇଥିବା ବ୍ୟକ୍ତି ହେଲ୍‌ପ ଡେସ୍କ ଲାଇନ୍‌ ନମ୍ବର ୭୪୪୦୦୦୬୭୦୯ରେ ଜଣାଇବାକୁ ଅନୁରୋଧ କରାଯାଇଛି। ଏପରିକି ମହିଳାଙ୍କୁ ହଇରାଣ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଫୋନ୍‌ କଲ୍‌ କରି ମଧ୍ୟ ଜଣାଇପାରିବେ। ପ୍ରାରମ୍ଭିକ ଭାବେ ଜଣେ ସବ୍‌-ଇନ୍ସିପେକ୍ଟର ଓ ୭ଜଣ କନେଷ୍ଟବଳଙ୍କୁ ଏହି ହେଲ୍‌ପ ଡେସ୍କର ଦାୟିତ୍ବ ଦିଆଯାଇଛି ବୋଲି କମିଶନରେଟ୍‌ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

କମିଶନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି ଯେ ସାଇବର ଅପରାଧ ରୋକିବା ପାଇଁ ହେଲପ ଡେସ୍କ ଖୋଲାଯାଇଛି। ଏଥିପାଇଁ ସହାୟତା ନମ୍ବର ୭୪୪୦୦୦୬୭୦୯ ଜାରି କରାଯାଇଛି। ଠକଙ୍କ ମୋବାଇଲ ନମ୍ବର ବ୍ଲକ ସହ ଆକାଉଣ୍ଟ ଖୋଲିଲେ ବ୍ଲକ କରାଯିବ। ଠକେଇ ଟଙ୍କା କୁଆଡେ ଯାଉଛି ଓ କୋଉ ଆକାଉଣ୍ଟକୁ ଯାଉଛି ଧରାଯାଇ ପାରିବ। ଠକେଇ ହେବାର ପ୍ରଥମ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଠକେଇ ଶିକାର ହୋଇଥିବା ବ୍ୟକ୍ତି ସଙ୍ଗେସଙ୍ଗେ ହେଲପ ଲାଇନ ନମ୍ବରରେ ଯୋଗାଯୋଗ କରିବାକୁ ନିର୍ଦେଶ ଦିଆଯାଇଛି। ଆସିଥିବା ୟୁଆରଏଲ ଦେବାମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଥାନାରେ ଅଭିଯୋଗ ପହଞ୍ଚିବା ମାତ୍ରେ ଆଇଆଇସିଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦେଶ ଜାରି କରାଯାଇଛି। ସନ୍ଦେହଜନକ କଲ୍ ଆସିଲେ ପୁଲିସକୁ ଜଣାଇବାକୁ ପରାମର୍ଶ ଦିଆଯାଇଛି।
ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ ରାଜ୍ୟରେ ବଢ଼ିଚାଲିଥିବା ସାଇବର ଠକେଇ ରୋକିବାକୁ କମିଶନରେଟ ପୁଲିସ ପକ୍ଷରୁ ହେଲ୍‌ପ ଡେସ୍କ ଖୋଲାଯାଇଛି। ଯେକେହି ସାଇବର ଠକେଇର ଶିକାର ହେଲେ ୭୦୦-୦୦୦-୬୭୦୯ରେ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଏମିତିକି ମହିଳାଙ୍କୁ ଯଦି କେହି ଫୋନ୍‌ କରି ହଇରାଣ ହରକତ କରୁଥିବ, ତାହେଲେ ଏ ସମ୍ପର୍କରେ ହେଲ୍‌ପ ଡେସ୍କକୁ ଜଣାଇ ପାରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories