www.samajalive.in
Saturday, December 6, 2025
16.1 C
Bhubaneswar

ଗୋବିନ୍ଦପୁରରେ କୁକୁଡା ମଡ଼କ, କାରଣ ଅସ୍ପଷ୍ଟ

ଭୁବନେଶ୍ବର/ବେଗୁନିଆ : ବାର୍ଡ-ଫ୍ଲୁ ଯୋଗୁଁ ରାଜ୍ୟ ବାହାରେ ପକ୍ଷୀ ମଡ଼କ ଦେଖିବାକୁ ମିଳୁଥିବା ବେଳେ ଏବେ ରାଜ୍ୟରେ ସେଭଳି କିଛି ଘଟଣା ସାମ୍ନାକୁ ଆସିଛି। ବେଗୁନିଆ ବ୍ଲକ ବଡବେରଣା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର କୁକୁଡା ଚାଷୀ ବିରଞ୍ଚି ମହାନ୍ତିଙ୍କ କୁକୁଡା ଫାର୍ମରେ ଶହ ଶହ ସଂଖ୍ୟାରେ କୁକୁଡା ମରିଯାଉଥିବା ଦେଖିବାକୁ ମିଳିଛି। ସଂପୃକ୍ତ ଚାଷୀ ଜଣକ ଡିସେମ୍ବର ମାସରେ ୩ହଜାର ଦୁଇ ଶହ କୁକୁଡ଼ା ପାଳନ କରିଥିଲେ । ଗତ ୫ ତାରିଖ ସନ୍ଧ୍ୟାରୁ କୁକୁଡା ଗୁଡିକ ମରିବା ଆରମ୍ଭ ହୋଇଥିଲା। ଆଜି ସକାଳେ ବେଗୁନିଆ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ବିଶ୍ୱରଞ୍ଜନ ରାଉତ ଘଟଣାସ୍ଥଳରେ ପହଞ୍ଚି ୧୦ଟି ମୃତ କୁକୁଡାକୁ ସଂଗ୍ରହ କରି ଭୋପାଳ ସ୍ଥିତ ପରୀକ୍ଷାଗାରକୁ ପଠାଇଥିଲେ। ପରେ ବେଗୁନିଆ ବିଡିଓ ରତିକାନ୍ତ ମିଶ୍ର ,ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଡାକ୍ତର ବିଷ୍ଣୁ ଚରଣ ସାହୁ ଓ କଟକ ଜିଲ୍ଲାର ଫୁଲନଖରା ସ୍ଥିତ ପ୍ରାଣୀ ଗବେଷଣା କେନ୍ଦ୍ରର ଡେପୁଟି ଡ଼ାଇରେକ୍ଟର ଡାକ୍ତର ବିଭୁ ରଞ୍ଜନ ଦାଶ ପ୍ରମୁଖ ପହଁଚି ଫାର୍ମର ସବିଶେଷ ବିବରଣୀ ନେବା ସହ କୁକୁଡା ମରିବାର କାରଣ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଏଠାରେ ମରିଥିବା କୁକୁଡା ଗୁଡ଼ିକ କାରଣ ଅସ୍ପଷ୍ଟ ଥିବା ସମୟରେ ପରୀକ୍ଷାର ରିପୋର୍ଟ ଚାରି ଦିନ ପରେ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଥିଲେ। ମୃତ୍ୟୁବରଣ କରିଥିବା କୁକୁଡାଗୁଡିକୁ ଜେସିବି ସାହାଯ୍ୟରେ ଏକ ଖାତ ଖୋଳି ପୋତି ଦିଆଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories