www.samajalive.in
Sunday, December 14, 2025
16.1 C
Bhubaneswar

ସାରା ଦେଶରେ କଂଗ୍ରେସ ସାଂଗଠନିକ ସ୍ତରରେ ମଜବୁତ୍‌: ଭକ୍ତ ଦାସ

ଭବାନୀପାଟଣା: ଓଡ଼ିଶା ସମେତ ସାରା ଭାରତ ବର୍ଷରେ କଂଗ୍ରେସର ସାଂଗଠନିକ ସ୍ଥିତିକୁ ଅଧିକ ମଜବୁତ୍‌ କରିବା ସହିତ କଂଗ୍ରେସକୁ ସାରା ଦେଶରେ କ୍ରୀୟାଶୀଳ କରିବା ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସଭାନେତ୍ରୀ ସୋନିଆ ଗାନ୍ଧୀ ଦଳୀୟ ସଂଗଠନରେ ବଡ଼ଧରଣର ପୁନର୍ବିନ୍ୟାସ କରିଛନ୍ତି। ଏଥିସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏଆଇସିସିର ରାଷ୍ଟ୍ରୀୟ ମୁଖପତ୍ର ଭକ୍ତ ଚରଣ ଦାସଙ୍କୁ ପୂର୍ବରୁ ଏଆଇସିସିର ସମ୍ମାନ ଜନକ କଂଗ୍ରେସ କାର୍ୟ୍ୟକାରୀ କମିଟି (ସିଡବ୍ଲୁସି)ର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ସହିତ ମିଜୋରାମ ଓ ମଣିପୁର ରାଜ୍ୟର କଂଗ୍ରେସ ପ୍ରଭାରି ଭାବେ ଏଆଇସିସି ସଭାନେତ୍ରୀ ଶ୍ରୀମତୀ ଗାନ୍ଧୀ ନିଯୁକ୍ତି ଦେଇଥିଲେ। ଶ୍ରୀ ଦାସଙ୍କ କାର୍ୟ୍ୟକଳାପ ଓ ସଂଗଠନ ଦକ୍ଷତାରେ ସନ୍ତୁଷ୍ଟ ହୋଇ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣି ଶ୍ରୀ ଦାସଙ୍କୁ ବର୍ତ୍ତମାନ ଏହି ଦୁଇ ରାଜ୍ୟ ପ୍ରଭାରୀ ସହିତ ବିହାରର ଏଆଇସିସି ଇନ୍‌ଚାର୍ଜ (ପ୍ରଭାରି) ନିଯୁକ୍ତି ଦେବା ଖବର ପ୍ରଚାରିତ ହେବା ପରେ କଳାହାଣ୍ଡି ସମେତ ସାରା ରାଜ୍ୟରେ କଂଗ୍ରେସ ମହଲରେ ଖୁସିର ଲହରି ଖେଳି ଯିବା ସହିତ କଂଗ୍ରେସ କର୍ମୀ ଓ ନେତାଙ୍କ ମହଲରେ ଏକ ନୂତନ ଉଦ୍ଦୀପନା ଦେଖାଦେଇଛି।

ଶ୍ରୀ ଦାସଙ୍କ ସାଂଗଠିନ ଦକ୍ଷତା ଉପରେ ଏଆଇସିସି ସନ୍ତୁଷ୍ଟ ହୋଇ ପ୍ରବକ୍ତା, ସିଡବ୍ଲୁସିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଓ ମିଜୋରାମ ଓ ମଣିପୁର ରାଜ୍ୟର କଂଗ୍ରେସ ପ୍ରଭାରୀ ସମେତ ବିହାରର ଏଆଇସିସି ଇନ୍‌ଚାର୍ଜ (ପ୍ରଭାରୀ) ଶକ୍ତିସିଂ ଗୋହେଲଙ୍କ ସ୍ଥାନରେ ଗତ ୫ ତାରିଖ ଦିନ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦେଶକ୍ରମେ ବିହାର ଏଆଇସିସି ଇନ୍‌ଚାର୍ଜ (ପ୍ରଭାରି) ଭାବେ ମନୋନୀତ କରାଯାଇଥିବା ଏଆଇସିସି ସାଧାରଣ ସମ୍ପାଦକ ତଥା ଏମ୍‌ପି କେ.ସି. ବେନୁଗୋପାଲଙ୍କ ଲିଖିତ ପତ୍ରରୁ ଜଣାଯାଇଛି। ବର୍ତ୍ତମାନ ଓଡ଼ିଶା ସମେତ ସାରା ଦେଶରେ କଂଗ୍ରେସ ଅବସ୍ଥାକୁ ଆଖି ଆଗରେ ରଖି ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀ ଶ୍ରୀ ଦାସଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଥିବାରୁ ଶ୍ରୀ ଦାସ ସୋନିଆ ଗାନ୍ଧି, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମନମୋହନ ସିଂହଙ୍କ ସମେତ ସମସ୍ତ ବରିଷ୍ଠ କଂଗ୍ରେସ ନେତୃ ମଣ୍ଡଳୀଙ୍କ ଠାରେ କୃତଜ୍ଞତା ଜଣାଇଛନ୍ତି। ଏଥିସହିତ ଆଗାମି ଦିନରେ ଓଡ଼ିଶା ସମେତ ସାରା ଦେଶରେ କଂଗ୍ରେସ ସଂଗଠନକୁ ଅଧିକ ମଜବୁତ୍‌ କରିବା ସହିତ ଦେଶର ବିଜେପି ଓ ରାଜ୍ୟର ବିଜେଡି ସରକାରର ବିରୁଦ୍ଧରେ ଜନମତ ସୃଷ୍ଟି କରିବା ପାଇଁ ଅଧିକ ଉଦ୍ୟମ କରିବେ ବୋଲି ସେ ପ୍ରକାଶ କରିଥିଲେ। ଶ୍ରୀ ଦାସଙ୍କୁ ଏଆଇସିସି ବିଭିନ୍ନ ଗୁରୁତ୍ୱ ପଦବୀରେ ନିଯୁକ୍ତି ଦେଇଥିବାରୁ କଳାହାଣ୍ଡି, ନୂଆପଡ଼ା ଜିଲା ସମେତ ସାରା ଓଡ଼ିଶାରେ କଂଗ୍ରେସ କର୍ମୀ ମହଲରେ ନାହିଁ ନଥିବା ଉତ୍ସାହ ଦେଖାଦେଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories