www.samajalive.in
Sunday, December 14, 2025
26.1 C
Bhubaneswar

ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେଲେ ସ୍ୱାସ୍ଥ୍ୟକର୍ମୀ

ଭବାନୀପାଟଣା: ଭବାନୀପାଟଣା ବ୍ଲକର ଦୁଆରସୁନୀ ଗ୍ରାମର ସ୍ୱାସ୍ଥ୍ୟକର୍ମୀ ଜୈନିକା ମହିଳାକୁ ଆଶା କର୍ମୀ କରାଇଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେବା ଘଟଣା ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଭବାନୀପାଟଣା ବ୍ଲକର ଦୁଆରସୁନୀ ଗ୍ରାମର ସ୍ୱାସ୍ଥ୍ୟ କର୍ମୀ ଅନିଲ କୁମାର ସେନାପତି ଉକ୍ତ ବ୍ଲକର ଜମୁନାବାହାଲ ଗ୍ରାମର ଉପେନ୍ଦ୍ର ବେହେରାଙ୍କ ସ୍ତ୍ରୀ ସବ୍ୟାରାଣୀ ବେହେରା ୩୦ ହଜାର ଟଙ୍କା ଲାଞ୍ଚ ଦେଲେ ଆଶା କର୍ମୀ ଭାବ ନିଯୁକ୍ତି କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଗରିବ ହୋଇଥିବାରୁ ଏତେ ଟଙ୍କା ଲାଞ୍ଚ ଦେଇ ପାରିବେ ନାହିଁ। କମ୍ ଟଙ୍କା ଦେବେ ବୋଲି ସବ୍ୟାରାଣୀ ସ୍ୱାସ୍ଥ୍ୟ କର୍ମୀ ଅନିଲ ସେନାପତିଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ୩୦ ହଜାର ଟଙ୍କାରୁ ଏକ ଟଙ୍କା କମହେଲେ ସବ୍ୟାରାଣୀର କାମ ହେବ ନାହିଁ ବୋଲି କହିବା ପରେ ଉପେନ୍ଦ୍ର ବେହେରା ଓ ତାର ସ୍ତ୍ରୀ ସବ୍ୟାରାଣୀ ଭବାନୀପାଟଣା ଭିଜିଲାନ୍ସ ବିଭାଗରେ ଘଟଣା ସଂମ୍ପର୍କରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି ସତ୍ୟାସତ୍ୟ ଥିବା ଜାଣିବା ପରେ ୬ ତାରିଖ ବୁଧବାର ଦିନ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶ କ୍ରମେ ସବ୍ୟାରାଣୀର ସ୍ୱାମୀ ଉପେନ୍ଦ୍ର ବେହେରା ୩୦ ହଜାର ଟଙ୍କା ସ୍ୱାସ୍ଥ୍ୟ କର୍ମୀ ଅନିଲ କୁମାର ସେନାପତିଙ୍କୁ ଲାଞ୍ଚ ଦେଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ନିକଟରେ ଲୁଚିଥିବା କଳାହଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍ସ ବିଭାଗର ଅଜୟ ସିଂ, ସନ୍ତୋଷ ମହାନ୍ତି, ରାଜେଶ ନାୟକ ଅଚାନକ ଭାବେ ଚଢ଼ାଉ କରି ସ୍ୱାସ୍ଥ୍ୟ କର୍ମୀ ଅନିଲ ସେନାପତି ଙ୍କ ପାଖରୁ ଲାଞ୍ଚ ନେଇଥିବା ୩୦ ହଜାର ଟଙ୍କା ଜବତ କରିଥିଲେ। ଶ୍ରୀ ସେନାପତିକୁ ଗିରଫ କରିବା ସହିତ ଅଧିକ ଜେରା କରାଯାଉଥିବା ଡିଏସପି ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories