www.samajalive.in
Monday, December 8, 2025
24.1 C
Bhubaneswar

ରୟାଲ ଆମେରିକାନ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇବେ ସାଧୁରାମ ଅଗ୍ରୱାଲ

ନର୍ଲା : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡର ସ୍ଥାୟୀ ବାସିନ୍ଦା, ବରିଷ୍ଠ ନାଗରିକ, ବର୍ଷିଆନ ସମାଜସେବୀ ତଥା ବର୍ତ୍ତମାନ ‘ସମାଜ’ ଖବର କାଗଜ ନର୍ଲା ପାଠକ ମଞ୍ଚର ସଭାପତି ସାଧୁରାମ ଅଗ୍ରୱାଲ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇବା ପାଇଁ ମନୋନୀତ ହୋଇଛନ୍ତି । ବୁଧବାର ଏ ସଂପର୍କରେ ରୋୟାଲ ଆମେରିକାନ ବିଶ୍ବବିଦ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।

ଭାରତୀୟ ପ୍ରତିନିଧି ଡଃ ପୱନ କୁମାର ଭୂତଙ୍କ ଦ୍ବାରା ପ୍ରେରିତ ସୂଚନା ହସ୍ତଗତ ହୋଇଛି । ଶ୍ରୀ ଅଗ୍ରୱାଲ ନିଜ ଜୀବନ କାଳରେ ଜଣେ ସଂଗ୍ରାମୀ ଭାବରେ ସାଧାରଣ ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିବା ସହ ଅଞ୍ଚଳରେ ବିଭିନ୍ନ ସରକାରୀ ସୁବିଧା ଉପଲବ୍ଧ କରେବାରେ ସଫଳ ହୋଇପାରିଛନ୍ତି । ରୁପ୍ରାରୋଡ ହାଇସ୍କୁଲର ପ୍ରତିଷ୍ଠାତା ସଂପାଦକ ଭାବରେ କାର୍ଯ୍ୟକରି ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ସହ ସ୍ବାସ୍ଥ୍ୟ, ଗମନାଗମନର ବ୍ୟବସ୍ଥାକୁ ସୁଧାରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏହାକୁ ହୃଦୟଙ୍ଗମ କରି ରୟାଲ ଆମେରିକାନ ବିଶ୍ବବିଦ୍ୟାଳୟ ତରଫରୁ ତାଙ୍କୁ ଡକ୍ଟରେଟ ପ୍ରଦାନ ପାଇଁ ନିଷ୍ପତ୍ତି ନିଅ ଯାଇଥିବା ଜଣାପଡିଛି ।

- Advertisement -

ଏହା ଜଣା ପଡିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯିବା ସହ ବିଭିନ୍ନ ମହଲରୁ ଶ୍ରୀ ଅଗ୍ରୱାଲଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିଛି । ନିଜର ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ସେବା ଧର୍ମ ସର୍ବଦା ମାନବକୁ ସମ୍ମାନ ଓ ଶାନ୍ତି ପ୍ରଦାନ କରିଥାଏ । ଏହା ମୁଁ ଜନ୍ମରୁ ବିଶ୍ବାସ କରେ । ଏଥିପାଇଁ ସେ ଇଶ୍ବରଙ୍କୁ, ମୋ ମାଟି ମାଆକୁ ଓ ସମଗ୍ର ମାନବ ଜାତିକୁ ନିଜର କୃତଜ୍ଞତା ଜଣାଇଛନ୍ତି ।

ଏହା ଆସନ୍ତା ୩୦ ତାରିଖରେ କୋଲକାତାରେ ତାଙ୍କୁ ଏହି ପ୍ରଦାନ କରାଯିବ ବୋଲି ଜଣାପଡିଛି।

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories