ବରପାଲି଼ : ବରପାଲି ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ଆବର୍ଜନ ବାହାକ ବାହାନର ଅନାବରଣ ହୋଇଯାଇଛି। ଏନଏସି ପରିସରରେ ମୂଖ୍ୟଅତିଥି ଭାବେ ବିଜେପୁର ବିଧାୟିକା ରିତା ସାହୁଙ୍କ ଦ୍ୱାରା କାର୍ଯ୍ୟକ୍ରମର ଉଦଘାଟନ ହୋଇଥିଲା। କାର୍ଯ୍ୟନିର୍ବହୀ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେର କାର୍ଯ୍ୟକ୍ରମ ସମ୍ପର୍କିତ ସବିଶେଷ ବିବରଣୀ ଉପରେ ଆଲୋକପାତ କରିବା ସହ ସ୍ୱାଗତ ଜଣାଇଥିଲେ। ସହରର ସଠିକ ଆବର୍ଜନା ନିଷ୍କାସନ ଓ ଉଚିତ ସ୍ୱଚ୍ଛତା କାର୍ଯ୍ୟ ନିମନ୍ତେ ପାଞ୍ଚଟି ଟେମ୍ପୋ ବୁହା ବାହାନ ସହିତ ଗୋଟିଏ ଜେସିବି ମେସିନ ଯାନ ଉଦଘାଟିତ ହୋଇଥିଲା। ପ୍ରତିଦିନ ସହରର ଗଳିରାସ୍ତାର ଆବର୍ଜନା ଏବଂ ଅପହଞ୍ଚ ସ୍ଥାନର ମଇଳା ଉଠାଇବା ବ୍ୟବସ୍ଥା ସୁରୁଖୁରୁରେ ହୋଇପାରିବ ବୋଲି ସେନିଟେସନ ଅଧିକାରୀ କହିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱଚ୍ଛସାଥି ଓ ସଫେଇ କର୍ମଚାରୀ ମାନଙ୍କ ସମେତ ଜମାଦାର ଫକିର ବେହେରା,ଏକାଉଣ୍ଟଣ୍ଟେନ ନିତ୍ୟାନନ୍ଦ ସାହୁ, କନିଷ୍ଠ ଯନ୍ତ୍ରୀ ଶିବ ଶଙ୍କର ଗିରି, କନିଷ୍ଠ କିରାଣୀ ଅଜିତ ମେହେର, ସୁଦିପ୍ତ ପଧାନ, ରଞ୍ଜନ ପାଣ୍ଡେ, ବାବୁଲୁ ବେହେରା ପ୍ରମୁଖଙ୍କ ଦ୍ୱାରା ସଞ୍ଚାଳିତ ହୋଇଥିଲା।
Popular Categories



