www.samajalive.in
Saturday, December 13, 2025
14.1 C
Bhubaneswar

ଆଢୁଆଳରେ ଅନ୍ତୁଡ଼ିଶାଳ, ଲକ୍ଷ୍ୟଠୁ ଦୂରରେ ଓଡ଼ିଶୀ ଗବେଷଣା କେନ୍ଦ୍ର !

ଉତ୍ତରଭୁବନେଶ୍ୱର: ଓଡ଼ିଶୀ ନୃତ୍ୟ ଜଗତର କିମ୍ବଦନ୍ତୀ ପୁରୁଷ ସ୍ବର୍ଗତ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ସମ୍ମାନ ଜଣାଇ ୧୯୮୬ରେ ରାଜଧାନୀରେ ପ୍ରତିଷ୍ଠା ହୋଇଥିଲା ‘ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର’। ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଗବେଷଣା ସାଙ୍ଗକୁ ଭବିଷ୍ୟତ ପିଢ଼ି ତିଆରି କରିବା। ଏଥିପାଇଁ ରାଜ୍ୟ ସରକାରଙ୍କପକ୍ଷରୁ ଗବେଷଣା କେନ୍ଦ୍ର ସହ ଶିକ୍ଷାର୍ଥୀଙ୍କ ରହିବା ପାଇଁ ଏକ ହଷ୍ଟେଲ ଓ ଅନ୍ୟ ଭିତ୍ତିଭୂମି କରାଯାଇଥିଲା। ୮୦ ଦଶକରୁ ଆରମ୍ଭ ହୋଇଥିବା ଏହି ଗବେଷଣା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଅଭିଯୋଗ ହୋଇଛି। ଏହି କେନ୍ଦ୍ରକୁ ଯେତିକି ଗୁରୁତ୍ୱ ଦିଆଯିବା କଥା ଦିଆଯାଇ ନାହିଁ । ଏହାର ଭିତ୍ତିଭୂମି ବିକାଶ ହୋଇପାରି ନାହିଁ। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ପ୍ରତିପାଦନ ପାଇଁ ରାଜ୍ୟ ସରକାର କ୍ୟାବିନେଟ୍‌ରେ ପାରିତ କରିବା ସହ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ପାଇଁ ପତ୍ର ପଠାଇଛନ୍ତି। ଗବେଷଣା କେନ୍ଦ୍ର ନୃତ୍ୟ ଓ ସଙ୍ଗୀତର ଅନ୍ତୁଡ଼ିଶାଳ ସଦୃଶ ତାକୁ ଉପେକ୍ଷିତ କରାଯାଉଥିବା ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ କ୍ଷେତ୍ର ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ ମତ ରଖିଛନ୍ତି। ପୂର୍ବରୁ ନୃତ୍ୟ ଓ ସଙ୍ଗୀତଗୁରୁଙ୍କୁ ନିଯୁକ୍ତି ଦିଆଯିବା ସହ ବେହେଲା, ତବଲା, ମର୍ଦଳ ଓ ସୀତାର ଗୁରୁଙ୍କ ପଦ ପୂରଣ ହୋଇଥିଲା। ଇତିମଧ୍ୟରେ ୩୪ ବର୍ଷ ଅତିକ୍ରାନ୍ତ ହୋଇଥିବାବେଳେ ଏହା ମଧ୍ୟରେ ଅନେକ ଅବସର ନେଇ ସାରିଲେଣି; କିନ୍ତୁ ସେହି ପଦଗୁଡ଼ିକ ଖାଲି ପଡ଼ିଛି। ମର୍ଦଳ ଓ ସୀତାରରେ ଦୁଇଜଣ ଗୁରୁ ଥିବାବେଳେ ଆଗାମୀ କିଛି ମାସ ମଧ୍ୟରେ ସେମାନେ ଅବସର ନେବେ। ନୃତ୍ୟକ୍ଷେତ୍ରରେ ୫ରୁ ଊର୍ଦ୍ଧ୍ବ ଗୁରୁ ଅବସର ନେଇଥିଲେ ମଧ୍ୟ ସେମାନଙ୍କ ସ୍ଥାନ ପୂରଣ ହୋଇପାରି ନାହିଁ ବରଂ ଅତିଥି ଅଧ୍ୟାପକରେ କାମ ଚାଲିଛି। ଅନୁରୂପ ଅବସ୍ଥା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମଧ୍ୟ ଥିବା ଅଭିଯୋଗ ହୋଇଛି। ଏହି ଗବେଷଣା କେନ୍ଦ୍ରରେ ଦୁଇରୁ ତିନିବର୍ଷ ପାଇଁ ନୃତ୍ୟ ଏବଂ ସଙ୍ଗୀତ ବିଭାଗରେ ୧୦ଜଣ ଲେଖାଏଁ ମୋଟ ୨୦ଜଣଙ୍କୁ ଆଡ଼ମିସନ କରାଯାଇଥାଏ। କୋଭିଡ ପରଠାରୁ ଛାତ୍ରଛାତ୍ରୀ ସିଧାସଳଖ ଶିକ୍ଷାଗ୍ରହଣ କରିବାର ସୁଯୋଗ ପାଇ ନଥିବା ବେଳେ କେବଳ ଅନ୍‌ଲାଇନରେ ଶିକ୍ଷା ଗ୍ରହଣ କରୁଥିବା ଜଣାପଡ଼ିଛି। ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି କହିଛନ୍ତି ଗବେଷଣା କାମକୁ ଆଗେଇ ନେବା କ୍ଷେତ୍ରରେ ଆଗ୍ରହ ଓ ଦକ୍ଷତା ଥିବା ସ୍ଥାୟୀ ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଗଲେ ଏହାର ଅଧିକ ଉନ୍ନତି ହେବ। ସମସ୍ତ ପଦପୂରଣ ହେବା ମଧ୍ୟ ଅତ୍ୟନ୍ତ ଜରୁରୀ। ସଂସ୍କୃତି ନିର୍ଦେଶକ ରଞ୍ଜନକୁମାର ଦାସ କହିଛନ୍ତି କରୋନା ପାଇଁ କିଛି ମାସ ଗବେଷଣା କେନ୍ଦ୍ର ବନ୍ଦ ଥିଲା। ଏବେ ପୁଣି ଆରମ୍ଭ ହୋଇଛି। ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ଇଡ୍‌କୋ ଦ୍ବାରା କାମ ଆରମ୍ଭ ହୋଇଛି। ଗୁରୁ କେଶବ ରାଉତଙ୍କ ମତରେ କେବଳ କାଗଜ କଲମରେ ଆଗେଇବା କଥା କୁହାଯାଉ ଥିଲେ ବି ପଦଶୂନ୍ୟ ଥିବାରୁ ସଙ୍ଗୀତ ନୃତ୍ୟର ଭବିଷ୍ୟତ କିପରି ହେବ ଚିନ୍ତା କରିବାର ସମୟ ଉପନୀତ। ସ୍ଥାୟୀ ଭାବେ କେହି କାର୍ଯ୍ୟନିର୍ବାହୀ ନାହାନ୍ତି, ଗ୍ରନ୍ଥାଗାରିକ ପଦ ଖାଲି ପଡ଼ିଛି।

କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ସଙ୍ଗୀତା ଗୋସାଇଁ କହିଛନ୍ତି, କୋଭିଡ ପାଇଁ ୮ ମାସ ହେଲା ଅନଲାଇନରେ ଶିକ୍ଷା ବ୍ୟବସ୍ଥା କରାଯାଉଛି। ୭ଜଣ କର୍ମଚାରୀଙ୍କ ମଧ୍ୟରୁ ୫ଜଣ ଅବସର ନେଇଥିବାରୁ ଏବେ ଦୁଇଜଣ ନିୟମିତ କର୍ମଚାରୀ ଅଛନ୍ତି। ଅନୁଷ୍ଠାନର ପ୍ରାୟ ଦେଢ଼ ଏକର ଜମି ଜବରଦଖଲରେ ଥିବାରୁ ସେଥିରେ କୌଣସି ବିକାଶମୂଳକ କାର୍ଯ୍ୟ ଆଗେଇ ପାରୁନି। ଆବଶ୍ୟକ ସମୟରେ ସ୍ୱଳ୍ପ ବେତନରେ ବିଭିନ୍ନ ଗୁରୁଙ୍କୁ ମଧ୍ୟ ଅଣାଯାଇ ଶିକ୍ଷା ସମ୍ପନ୍ନ କରାଯାଉଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories