www.samajalive.in
Wednesday, December 10, 2025
18.1 C
Bhubaneswar

ପାଠପଢ଼ାରେ ଆଗ୍ରହ ଆସିବ କିପରି ?

ଆଜିକାଲିର ପିଲାଙ୍କୁ ପାଠପଢ଼ାଇବାକୁ ବସାଇବା ପ୍ରକୃତରେ ଏକପ୍ରକାର ଚ୍ୟାଲେଞ୍ଜ୍। ମୋବାଇଲ୍‌ରେ ଗେମ୍ ଖେଳିବାକୁ, ୟୁ-ଟ୍ୟୁବ୍‌ରେ କାର୍ଟୁନ୍ ଦେଖିବାରେ ଏମାନେ ମସଗୁଲ୍ ହୋଇଯାନ୍ତି, ହେଲେ ପାଠ କଥା କହିଲେ ପିଲାଙ୍କୁ ଘଡ଼ିଏ ବସାଇବା ମଧ୍ୟ ମୁସ୍କିଲ୍ ହୋଇଯାଉଛି। ଲକ୍-ଡାଉନ୍ ସମୟରେ ଅନ୍-ଲାଇନ୍ ପାଠପଢ଼ାକୁ ଛାତ୍ରଛାତ୍ରୀ ଏତେଟା ଗୁରୁତ୍ବ ଦେଉନାହାନ୍ତି, ବିଭିନ୍ନ ମହଲରେ ସମାନ ଅଭିଯୋଗ ଆସିବା ପରେ ବିଶେଷଜ୍ଞ ଦଳ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି।

-ପିଲାଙ୍କ ପାଠ ପ୍ରତି ଆଗ୍ରହ ବଢ଼ାଇବାକୁ ହେଲେ ସେମାନଙ୍କ ପଢ଼ା ସ୍ଥାନ ନିୟମିତ ବ୍ୟବଧାନରେ ପରିବର୍ତ୍ତନ କରନ୍ତୁ। ବିଶେଷ କରି ୭-୧୪ ବର୍ଷ ବୟସର ପିଲା ଏଇସବୁ କାମରେ ଆଗ୍ରହ ପ୍ରକାଶ କରନ୍ତି। ସପ୍ତାହେ ସେମାନଙ୍କୁ ପୂର୍ବ ଦିଗକୁ ବସାଇ ପଢ଼ାଇବା ପରେ କିଛିଦିନ ଦକ୍ଷିଣ ପାଖକୁ ସେମାନଙ୍କ ପଢ଼ା ଟେବୁଲ୍ ରଖନ୍ତୁ। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପଢ଼ା ଟେବୁଲ୍‌ ଏପାଖସେପାଖ କଲାବେଳେ ପିଲାଙ୍କ ସହାୟତା ଅଳ୍ପଅଳ୍ପ ନିଅନ୍ତୁ, ଦେଖିବେ ସେମାନେ କେତେ ଆଗ୍ରହ ପ୍ରକାଶ କରୁଛନ୍ତି?

- Advertisement -

– ଛୋଟ ଶ୍ରେଣୀର ପିଲା ଦୁଷ୍ଟାମି କରନ୍ତି, ପାଠ ପ୍ରତି ଏମାନଙ୍କର ଆଗ୍ରହ ବଢ଼ାଇବାକୁ ପ୍ରତିଦିନ ହସ୍ତାକ୍ଷାର ଲେଖାନ୍ତୁ। ଅନୁଧ୍ୟାନରୁ ଜଣାପଡ଼ିଛି, ନିୟମିତ ହସ୍ତାକ୍ଷର ଲେଖୁଥିବା ପିଲାଙ୍କର ଏକାଗ୍ରତା ବଢ଼ିବା ସହ ସେମାନଙ୍କ ଅକ୍ଷର ମଧ୍ୟ ସମୟକ୍ରମେ ସୁନ୍ଦର ହୁଏ।
– ପ୍ରତିଦିନ ୨-୩ ଘଣ୍ଟା ପିଲା ପାଠ ପଢ଼ିବା ଜରୁରୀ, ଏହି ସବୁ ଉପଦେଶ ସେମାନଙ୍କୁ ବିଭିନ୍ନ ମାଧ୍ୟମରେ ବୁଝାନ୍ତୁ। ପଢ଼ା ପ୍ରତି ଆଗ୍ରହ ନଥିଲେ, ସେମାନଙ୍କୁ ଚିତ୍ରାଙ୍କନ କିମ୍ବା ଗପ ବହି ପଢ଼ିବାକୁ ଉତ୍ସାହିତ କରିବା ଆବଶ୍ୟକ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories