www.samajalive.in
Monday, December 8, 2025
24.1 C
Bhubaneswar

ମନରେ ରାଗଥିଲେ ହସନ୍ତୁ!

ସୁସ୍ଥ, ନିରୋଗ ରହିବାକୁ ଚାହୁଁଥିଲେ, ପାଠକେ ବନ୍ଧୁ ଏଇ ନୂଆ ବର୍ଷରୁ ନିଜ ସହ ଏକ ଶପଥ କରନ୍ତୁ। ଘରେ ହେଉ କି ବାହାରେ କାହା ସହ ଯଦି କଥା କଟାକଟି କିମ୍ବା କଳିଝଗଡ଼ା ହେଉଛି, ସେଇ ସମୟରେ ହସନ୍ତୁ। ଶୁଣିବାକୁ ଆପଣଙ୍କୁ ବିଚିତ୍ର ଲାଗୁଥିଲେ ମଧ୍ୟ ଏଇ କାମଟି କଲେ ସୁସ୍ଥ ଜୀବନ ଅତିବାହିତ କରିପାରିବେ। ହସିବା ସମସ୍ତଙ୍କ ପାଇଁ ଜରୁରୀ, ବିଶେଷଜ୍ଞଙ୍କ ମତରେ ଏହା ଏକ ଔଷଧ, ଯାହାକୁ କିଣିବାର କିମ୍ବା ଅନ୍ୟଠାରୁ ମାଗିବାର ଆଦୌ ଆବଶ୍ୟକତା ନାହିଁ। କାଲିଫର୍ଣ୍ଣିଆର ବିଶେଷଜ୍ଞ ଦଳ ୧୯ମାସ ଅନୁଧ୍ୟାନ କରିବା ପରେ ହସିବାର ଆବଶ୍ୟକତା ଅବଗତ କରାଇଛନ୍ତି। କୌଣସି କାରଣ ପାଇଁ କାହା ଉପରେ ରାଗିଥିଲେ କିମ୍ବା ଝଗଡ଼ା ହୋଇଥିଲେ, ଆପଣ ପ୍ରଥମେ ହସନ୍ତୁ। ହସିଲେ ହିଁ ଆପଣଙ୍କ ରାଗ କମିବ, ମନରେ ରାଗ ଥିଲେ ନିୟନ୍ତ୍ରଣକୁ ଆଣିବାର ସବୁଠୁ ସହଜ ଓ ସରଳ ଉପାୟ ହେଲା ମନଖୋଲା ହସିଦିଅନ୍ତୁ। ଜାପାନରେ ଅଧିକାଂଶ ଖବରକାଗଜ, ଟେଲିଭିଜନ ଚ୍ୟାନେଲ୍‌ ଜରିଆରେ ପ୍ରଶାସନ ନିୟମିତ ହସିବାକୁ ପ୍ରଚାର କରାଉଛି। ସେଠା ଲୋକଙ୍କ ସୁସ୍ଥ ଜୀବନଶୈଳୀ ତଥା ଦୀର୍ଘାୟୁ ଜୀବନ ବିଷୟରେ ପାଠକବନ୍ଧୁ ନିଶ୍ଚୟ ଜାଣିଥିବେ। ବିଶେଷଜ୍ଞ ମୁଖ୍ୟ କହିଛନ୍ତି, କଳିଝଗଡ଼ା ହେବା ସ୍ବାଭାବିକ, କିନ୍ତୁ ଅଧିକଦିନ ଏସବୁ କଥାକୁ ଧରିବସିଲେ ଆପଣଙ୍କ ସ୍ବାସ୍ଥ୍ୟ ଅବନତି ହେବା ସହ ମାନସିକ ଚାପ ବଢ଼େ। ୪୫ଜଣ ଦମ୍ପତିଙ୍କୁ ନେଇ ସେମାନେ ଅନୁଧ୍ୟାନ ଆରମ୍ଭ କଲେ, ପୂର୍ବଦିନ ଯେତେ ମନାନ୍ତର ହେଲେ ମଧ୍ୟ ତହିଁ ଆରଦିନ ସକାଳୁ ଦମ୍ପତି ଉଠିବା ପରେ ପ୍ରଥମେ ୪୫-୬୦ସେକେଣ୍ଡ ବିଭିନ୍ନ ମଜା କଥା କହି ପରସ୍ପରକୁ ହସାଇବେ। ଏହି କଥା ସେହି ଦମ୍ପତିଙ୍କୁ ଜଣାଇ ଦିଆଯାଇଥିଲା, ଦେଢ଼ ମାସ ଏଇ ପ୍ରକ୍ରିୟା ଚାଲିବା ପରେ ଦମ୍ପତିଙ୍କ କଳହରେ ପୂର୍ଣ୍ଣ​‌ଚ୍ଛେଦ ପଡ଼ିବା ସହ ରକ୍ତଚାପ, ମଧୁମେହ ରୋଗୀ ଏକରକମ ସୁସ୍ଥ ହୋଇଥିଲେ କହିଲେ ଚଳେ। ପାଠକେ, ଏଥରକ ଘରେ କଳି ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ ମତାନ୍ତର, ସବୁବେଳେ ମନେ ରଖିବେ ଯେ ରାଗ ଆସିବା ମାତ୍ରେ ହସିବେ। ଏହା ହେଲା ଆପଣଙ୍କ ସୁସ୍ଥ ଜୀବନଶୈଳୀର ସୂତ୍ର।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories