www.samajalive.in
Saturday, December 13, 2025
21.1 C
Bhubaneswar

ଅଡୁଆରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପୁଣି ୨ ମାମଲା ରୁଜୁ

ଗୋପାଳପୁର: ଗୋପାଳପୁର ବିଧାୟକ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନାମରେ ଟାଟା ମୋର୍ଟସ ରେ ନିଯୁକ୍ତି ଦେବା ନାମରେ ଟଂକା ଦେଇ ଠକେଇର ଶିକାର ହୋଇଥିବା ନେଇ ଗୋଳନ୍ଥରା ଥାନରେ ୨ ଟି ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।ଅଭିଯୋଗ ଅନୁଯାୟୀ ଗୋଳନ୍ଥରା ଥାନା ଅନ୍ତର୍ଗତ ଗୁଣପୁର ଗ୍ରାମର ଲକ୍ଷ୍ମୀନାରାୟଣ ନାଏକଙ୍କ ପୁଅକୁ ଟାଟାରେ ଚାକିରି ଦେବା ପାଇଁ ବିଧାୟକ ଡ. ପାଣିଗ୍ରାହୀ ୬ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ ମଧ୍ୟ ନିଯୁକ୍ତି ନମିଳିବା ଏବଂ ଠକେଇର ଶିକାର ହୋଇଥିବା ନେଇ ଗୋଳନ୍ଥରା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ୍ ପକ୍ଷରୁ ୩୭୪/୨୦ ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦(ବି), ୬୬ ଆଇଟି ଆକ୍ଟରେ ମାମଲା ରୁଜୁ କରାଯାଇଛି।

ସେହିପରି ଅନ୍ୟ ଜଣେ ଚିକରଡା ଗ୍ରାମର ପ୍ରଶାନ୍ତ କୁମାର କର ଟାଟାରେ ନିଯୁକ୍ତି ପାଇଁ ବିଧାୟକ ପାଣିଗ୍ରାହୀଙ୍କୁ ୩ ଲକ୍ଷ ଟଙ୍କା ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଟାଟାରେ ନିଯୁକ୍ତି ମିଳିନଥିବା ଯୋଗୁଁ, ସେ ଠକେଇର ଶିକାର ହୋଇଥିବା ଜାଣି ଗୋଳନ୍ଥରା ଥାନାରେ ଆଉ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହାକୁ ଭିତ୍ତି କରି ପୁଲିସ ପକ୍ଷରୁ ୩୮୪/୨୦, ଧାରା ୪୨୦/୩୪ରେ ମାମଲା ରୁଜୁକରି ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ପି.କେ ସାହୁ ତଦନ୍ତ ଜାରି ରଖିଥିବା ଜଣାଯାଇଛି। ଏ ସମ୍ପର୍କରେ ସଦର ଏସ୍‌ଡିପିଓ ଜୟନ୍ତ ମହାପାତ୍ର କହିଛନ୍ତି ଯେ, ୨ଟି ମାମଲାରେ ଆମେ ଅଭିଯୁକ୍ତ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ରିମାଣ୍ଡରେ ଅତି ଶୀଘ୍ର ଆଣିବୁ ବୋଲି ସୂଚନା ଦେଇଛନ୍ତି। ଏହି ଦୁଇଟି ମାମଲା ରୁଜୁ ହେବା ପରେ ବିଧାୟକ ପାଣିଗ୍ରାହୀଙ୍କ ଅଡୁଆ ବଢ଼ିଯିବା ସହ ଆଗାମୀ ଦିନରେ ବିଧାୟକଙ୍କୁ ଜାମିନ ମିଳିଯିବ ବୋଲି ଯେଉଁ ଆଲୋଚନା ଜୋର ଧରିଥିଲା, ସେଥିରେ ବ୍ରେକ ଲାଗିବା ସମ୍ଭାବନା ବଢିଯାଇଥିବା ଜଣାପଡିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories