www.samajalive.in
Saturday, December 6, 2025
26.1 C
Bhubaneswar

କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ୍‍ ପାଇପ୍‍ଲାଇନ୍‍ ଉଦ୍‍ଘାଟନ କଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ୍‍ ପାଇପ୍‍ଲାଇନ୍‍କୁ ଉଦ୍‍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଏହା ଉଭୟ କର୍ଣ୍ଣାଟକ ଓ କେରଳର ଜନସାଧାରଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏହି ଗ୍ୟାସ୍‍ ପାଇପ୍‍ଲାଇନ୍‍ ପ୍ରଦୂଷଣ ମାତ୍ରା ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କର ଭାଷଣରେ କହିଛନ୍ତି। ଶ୍ରୀ ମୋଦୀ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଗ୍ୟାସ୍‍ ପାଇପ୍‍ଲାଇନ୍‍କୁ ଉଦ୍‍ଘାଟନ କରିଛନ୍ତି। ଏହି ଅବସରରେ କର୍ଣ୍ଣାଟକ ଓ କେରଳର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀବୃନ୍ଦ ଓ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

ଏହି ଗ୍ୟାସ୍‍ ପାଇପ୍‍ଲାଇନ୍‍ ‘ଏକ ଦେଶ-ଏକ ଗ୍ୟାସ୍‍ ଗ୍ରୀଡ଼୍‍’ ସୃଷ୍ଟି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ୪୫୦ କିଲୋମିଟର ଦୀର୍ଘ ଏହି ଗ୍ୟାସ୍‍ ପାଇପ୍‍ଲାଇନ୍‍କୁ ଏଇଓଖ ଇଣ୍ଡିଆ ଲିମିଟେଡ୍‍ ଦ୍ୱାରା ନିର୍ମାଣ କରାଯାଇଛି। ଏହି ପାଇପ୍‍ଲାଇନ୍‍ ଜରିଆରେ ଦୈନିକ ୧୨ ନିୟୁତ ମେଟ୍ରିକ୍‍ ଷ୍ଟାଣ୍ଡାର୍ଡ ଘନ ମିଟର ଗ୍ୟାସ୍‍ ପଠାଯାଇପାରିବ।

- Advertisement -

ଏହି ଗ୍ୟାସ୍‍ ପାଇପ୍‍ଲାଇନ୍‍ କେରଳସ୍ଥିତ କୋଚିର Liquefied Natural Gas Regasification Terminalରୁ କର୍ଣ୍ଣାଟକର ମାଙ୍ଗାଲୋରକୁ ଗ୍ୟାସ୍‍ ପ୍ରେରଣ କରିବ। ଏହା ଏର୍ଣ୍ଣାକୁଲମ, ତ୍ରିଶୁର, ପାଲ୍ଲାକଡ, ମାଲ୍ଲାପୁରମ, କୋଜିକୋଡେ, କନ୍ନଉର ଓ କେଶରଗଡ ଜିଲ୍ଲା ଦେଇ ଯିବ। ଏହି ପ୍ରକଳ୍ପ ବାବଦରେ ପ୍ରାୟ ୩ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ତୈଳ ଓ ଗ୍ୟାସ୍‍ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିଛନ୍ତି। ପୁର୍ନବ୍ୟବହାରକ୍ଷମ ଶକ୍ତିର ବହୁଳ ବ୍ୟବହାର ପାଇଁ କେନ୍ଦ୍ର ସରକାର ଏ କ୍ଷେତ୍ରରେ ମୌଳିକ ଢ଼ାଞ୍ଚାର ବିକାଶ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ତାଙ୍କ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଯୋଗୁଁ କିରୋସିନି ଉପରୁ ନିର୍ଭରଶୀଳତା ହ୍ରାସ କରାଯାଇପାରିଛି ଓ ରନ୍ଧନ ଗ୍ୟାସ୍‍ର ବହୁଳ ବ୍ୟବହାର ହେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୧୪ ସୁଦ୍ଧା ଦେଶରେ ୨୪କୋଟି ଲୋକଙ୍କୁ ଏଲ୍‍.ପି.ଜି. ସଂଯୋଗ ଯୋଗାଇ ଦିଆଯାଇଥିଲା। କିନ୍ତୁ ଗତ ୬ ବର୍ଷ ଭିତରେ ଆଉ ୨୪କୋଟି ଲୋକଙ୍କୁ ରନ୍ଧନ ଗ୍ୟାସ୍‍ ଯୋଗାଇ ଦିଆଯାଇଛି।

ଉଜ୍ଜ୍ୱଳା ଯୋଜନା ଅଧୀନରେ ଗରିବ ଲୋକମାନଙ୍କୁ ୮କୋଟି ଗ୍ୟାସ୍‍ ସଂଯୋଗ ଯୋଗାଇ ଦିଆଯାଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି। କୋଭିଡ ନାଇଣ୍ଟିନ୍‍ ଯୋଗୁଁ ଲକ୍‍ଡାଉନ୍‍ ସମୟରେ ସରକାର ୧୨କୋଟି ମାଗଣା ସିଲିଣ୍ଡର ଯୋଗାଇଛନ୍ତି। ୧୯୮୭ ମସିହାରେ ପ୍ରଥମ ପ୍ରାକୃତିକ ଗ୍ୟାସ୍‍ ପାଇପ୍‍ଲାଇନ୍‍ ସ୍ଥାପନ ହେବା ପରଠାରୁ ୨୦୧୪ ସୁଦ୍ଧା ୨୭ବର୍ଷ ଭିତରେ ମାତ୍ର ୧୫ହଜାର କିଲୋମିଟର ପାଇପ୍‍ଲାଇନ୍‍ ବିଛା ଯାଇଥିଲା। କିନ୍ତୁ ଗତ ୬ ବର୍ଷ ଭିତରେ ୧୬ହଜାରରୁ ଅଧିକ ନୂଆ ପାଇପ୍‍ଲାଇନ୍‍ ବିଛାଇବା କାର୍ଯ୍ୟ ହାତକୁ ନିଆଯାଇଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories