www.samajalive.in
Saturday, December 6, 2025
23.1 C
Bhubaneswar

କୁଳମଣି ଏବଂ ତାଙ୍କ ସହଯୋଗୀଙ୍କ ହତ୍ୟା ହେଉଛି ରାଜନୈତିକ ଅସହିଷ୍ଣୁତାର ସଦ୍ୟତମ ଉଦାହରଣ: ବୈଜୟନ୍ତ 

 

ଭୁବନେଶ୍ବର- ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ନିର୍ମମ ହତ୍ୟାକୁ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦୃଢ଼ ନିନ୍ଦା କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ବିଜେପି ନେତା  କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ  ଦିବ୍ୟସିଂହ ବରାଳଙ୍କ ହତ୍ୟା ହେଉଛି ଓଡ଼ିଶାର ଶାସକ ଦଳ ବିଜେଡି ଦ୍ୱାରା ତିଆରି ହୋଇଥିବା ହିଂସା ଏବଂ ରାଜନୈତିକ ଅସହିଷ୍ଣୁତାଯୁକ୍ତ ସଂସ୍କୃତିର ସଦ୍ୟତମ ଉଦାହରଣ। ଏହା ନୂଆ ନୁହେଁ। ଉଭୟ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ଅନେକ ବିଜେପି ନେତାଙ୍କ ହତ୍ୟା ସହ କିଛି ବର୍ଷ ହେଲା ଏପରି ହୋଇଆସୁଛି। କିନ୍ତୁ ଏହି ହିଂସା ବହୁତ ବଢ଼ିଗଲାଣି ଏବଂ ବନ୍ଦ ହେବା ଉଚିତ। ଚିନ୍ତାଜନକ କଥା ହେଉଛି ଶ୍ରୀ ବରାଳ ବିଜେଡ଼ିଠାରୁ ପାଉଥିବା ଧମକ ବିଷୟରେ ଗଣମାଧ୍ୟମକୁ କହିଥିଲେ, ପୋଲିସରେ ଅଭିଯୋଗ କରିଥିଲେ ଓ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ପାଇଁ ଚିଠି ଲେଖିଥିଲେ, କିନ୍ତୁ ତଥାପି ତାଙ୍କର ହତ୍ୟା କରାଗଲା। ଏଥିସହ ସେ ଯେଉଁ ବିଷୟରେ ସ୍ୱର ଉଠାଇଥିଲେ, ତାହା ଉଲ୍ଲେଖ କରିବା ଯୋଗ୍ୟ। ସେ ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଦୁର୍ନୀତି, ଯେଉଁଥିରେ ବୃହତ ପରିମାଣର ଟଙ୍କା ବିଜେଡି ନେତାମାନେ ଉଠାଇଥିବା କହି ସେ ଏହାର ବିରୋଧ କରିଥିଲେ। ଏଥିସହ ସେ ବିକାଶ ଜେନା, ଯିଏ ସେହି ସମାନ ଦୁର୍ନୀତି ବିଷୟରେ କହିବାରୁ ତାଙ୍କୁ ହତ୍ୟା କରାଯାଇଥିଲା, ତାହା ନେଇ ସ୍ୱର ଉଠାଇଥିଲେ। ଓଡ଼ିଶାରେ ଏଭଳି ପରିସ୍ଥିତିକୁ ଜାରି ରହିବାକୁ କେବେବି ଅନୁମତି ଦିଆଯିବ ନାହିଁ। ବିଜେପି ଏନେଇ ସମସ୍ତ ଜିଲ୍ଲାରେ ବିରୋଧ ପ୍ରଦର୍ଶନ କରୁଛି। ସମସ୍ତ ଥାନା ଘେରାଉ କରୁଛି ଓ ନ୍ୟାୟ ଦିଆଯିବା ପାଇଁ ଦୃଢ଼ ଦାବି କରୁଛି। ଏପରିକି ଏଫଆଇଆରରେ ଯେଉଁମାନଙ୍କ ନାମ ରହିଛି, ଘଟଣାରେ ଯେଉଁମାନଙ୍କ ସମ୍ପୃକ୍ତି ରହିଛି, ସେମାନଙ୍କ ମଧ୍ୟରୁ ଜଣେ ରାଜ୍ୟର ଆଇନ ମନ୍ତ୍ରୀ ହୋଇଥାନ୍ତୁ ପଛେ, ସମସ୍ତଙ୍କୁ ଗିରଫ କରାଯାଉ ଓ ଜେରା କରାଯାଉ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories