www.samajalive.in
Saturday, December 13, 2025
26.1 C
Bhubaneswar

ମମତାଙ୍କୁ ଆଉ ଏକ ଝଟ୍‌କା, ଇସ୍ତଫା ଦେଲେ କ୍ରୀଡ଼ାମନ୍ତ୍ରୀ

କଲକାତା: ପଶ୍ଚିମବଙ୍ଗରେ ଚଳିତବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ଟିଏମସିର ବହୁ ବରିଷ୍ଠ ନେତା ଦଳ ଛାଡୁଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ମମତାଙ୍କ ମନ୍ତ୍ରିମଣ୍ଡଳରୁ ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।

ଇସ୍ତଫା ଦେଇଥିବା ମନ୍ତ୍ରୀ ହେଲେ ଲକ୍ଷ୍ମୀ ରତନ ଶୁକ୍ଳା। ଶୁକ୍ଳା ଜଣେ ପୂର୍ବତନ କ୍ରିକେଟର ମଧ୍ୟ। ମନ୍ତ୍ରୀ ପଦ ସମେତ ସେ ଟିଏମସିର ଜିଲା ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ମମତା ସରକାରରେ କ୍ରୀଡ଼ା ମନ୍ତ୍ରୀ ଥିଲେ। ତେବେ ସେ ବିଧାୟକ ପଦରୁ ଇସ୍ତଫା ଦେଇନାହାନ୍ତି। ସେ ରାଜନୀତି ଛାଡ଼ିବାକୁ ଚାହୁଁଥିବାରୁ ଏପରି ପଦକ୍ଷେପ ନେଇଛନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

- Advertisement -

ସୂଚନାଯୋଗ୍ୟ, ଶୁକ୍ଳା ଭାରତ ପାଇଁ ୩ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ଏହା ବ୍ୟତୀତ ସେ ଆଇପିଏଲରେ କଲକାତା ନାଇଟ୍‌ ରାଇଡର୍ସ, ଦିଲ୍ଲୀ ଡେୟାର ଡେଭିଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ମଧ୍ୟ ଖେଳିଛନ୍ତି। ଗତ ବିଧାନସଭା ନିର୍ବାଚନ ପୂର୍ବରୁ ସେ ରାଜନୀତିରେ ଯୋଗଦେଇଥିଲେ ଏବଂ ହାଓଡ଼ା ଉତ୍ତର ଆସନରୁ ଟିଏମସି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ମମତା ତାଙ୍କୁ ନିଜ ମନ୍ତ୍ରିମଣ୍ଡଳରେ କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗ ଦାୟିତ୍ଵ ଦେଇଥିଲେ।

ସୂଚନାଯୋଗ୍ୟ, ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିର ବହୁ ବରିଷ୍ଠ ନେତା ଏବଂ ବିଧାୟକ ଦଳ ଛାଡ଼ୁଥିବା ଦେଖିବାକୁ ମିଳିଛି। କିଛିଦିନ ତଳେ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ନେତା ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ଟିଏମସିରେ ଅଭିଷେକ  ବାନାର୍ଜୀ ଏବଂ ପ୍ରଶାନ୍ତ କିଶୋରଙ୍କ ପ୍ରଭାବ ବଢୁଥିବାରୁ ଠିକ୍‌ ଭାବେ କାର୍ଯ୍ୟ ହେଉନାହିଁ, ତେଣୁ ସେମାନେ ଦଳ ଛାଡ଼ୁଥିବା ଅଭିଯୋଗ କରିଛନ୍ତି। ତେବେ କିଛିଦିନ ତଳେ ମମତା ବିଜେପିକୁ ଟାର୍ଗେଟ କରି କହିଥିଲେ ଯେ, କିଛି ଲୋକ ତାଙ୍କ ଦଳରୁ ପଳାଇଲେ କୌଣସି ପ୍ରଭାବ ପଡ଼ିବ ନାହିଁ। ପଶ୍ଚିମବଙ୍ଗରେ ପୁଣି ଥରେ ଟିଏମସି ସରକାର ଗଠନ କରିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories