www.samajalive.in
Saturday, December 6, 2025
26.1 C
Bhubaneswar

କୁପୋଷଣ ର ବିକଳ ଚିତ୍ର: ୭ ବର୍ଷିୟ ଶିଶୁର ଓଜନ ମାତ୍ର ୭ କେଜି

ନୂଆଦିଲ୍ଲୀ : ଜଣେ ୭ ବର୍ଷିୟ ଶିଶୁର ଭୟବୀତ ଚିତ୍ର ସାମ୍ନାକୁ ଆସିଛି। ଶିଶୁଟିର ଓଜନ ମାତ୍ର ୭ କେଜି। ୟେମେନର ଏହି ବାଳକର ନାମ ହେଉଛି ଫାଏଦ ସମିମ। ଶିଶୁଟି ପାରାମେସିସ୍ ଏବଂ ପୁଷ୍ଟିହୀନତାର ଶିକାର ହୋଇଛି।

ରଏଟର୍ସ ରିପୋର୍ଟ ଅନୁଯାୟୀ, ସମିମର ସ୍ବାସ୍ଥାବସ୍ଥା ଖରାପ ହୋଇଯାଇଥିଲା ଏବଂ ତାଙ୍କ ଜୀବନ ବଞ୍ଚାଇ କଷ୍ଟସାଧ୍ୟ ହୋଇଯାଇଥିଲା। ବର୍ତ୍ତମାନ ତାଙ୍କୁ ୟେମେନର ରାଜଧାନୀ ସାନା ର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଶିଶୁଟିର ଚିକିତ୍ସା ଚାଲିଛି।

- Advertisement -

ହସ୍ପିଟାଲର ପୁଷ୍ଟିହୀନତା ୱାର୍ଡର ଡକ୍ଟର ରାଗେ ମହମ୍ମଦ କହିଛନ୍ତି ଯେ, ସାମିମଙ୍କୁ ଏଠାକୁ ଅଣାଯାଇଥିବା ବେଳେ ତାଙ୍କ ଜୀବନ ପ୍ରାୟ ଶେଷ ହେବା ଅବସ୍ଥାରେ ଥିଲା। କିନ୍ତୁ ଭଗବାନଙ୍କୁ ଧନ୍ୟବାଦ ଆମେ ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ନେଇ ଶିଶୁଟିକୁ ବଞ୍ଚାଇପାରିଛୁ। ଏବେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ଅନ୍ୟପକ୍ଷରେ ଚିକିତ୍ସା ପାଇଁ ସାମିମଙ୍କ ପରିବାର ପାଖରେ ଆର୍ଥିକ ସମ୍ବଳ ନାହିଁ। ସେମାନେ ଦାନ ଉପରେ ନିର୍ଭର କରନ୍ତି।

ମିଳିତ ଜାତିସଂଘ ତଥ୍ୟ ଅନୁଯାୟୀ, ୟେମେନ ବିଶ୍ୱର ସବୁଠୁ ବଡ ମାନବିକ ସଙ୍କଟର ସମ୍ମୁଖୀନ ହେଉଛି। ୟେମେନରେ ଆନୁଷ୍ଠାନିକ ଭାବେ ଦୁର୍ଭିକ୍ଷ ଘୋଷଣା କରାଯାଇ ନାହିଁ। ମାତ୍ର ୬ ବର୍ଷର ଯୁଦ୍ଧ ପରେ ଦେଶର ୮୦ ପ୍ରତିଶତ ଲୋକ ଦାନ ଉପରେ ନିର୍ଭର କରି ବଞ୍ଚୁଛନ୍ତି। ଦେଶରେ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ବଢିବାରେ ଲାଗିଛି ବୋଲି ସ୍ଥାନୀୟ ଡାକ୍ତର କହିଛନ୍ତି।

ମିଳିତ ଜାତିସଂଘର ଉଦ୍ୟମ ଯୋଗୁଁ ୨୦୧୮ ଶେଷରେ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା, କିନ୍ତୁ ପରେ କରୋନା ପ୍ରତିବନ୍ଧକ ଯୋଗୁଁ ସେଠାରେ ସମସ୍ୟା ଦେଖାଦେଇଥିଲା। ବନ୍ୟା ଏବଂ ଅନ୍ୟାନ୍ୟ କାରଣରୁ ୟେମେନର ଅବସ୍ଥା ଆହୁରି ବିଗିଡି ଯାଇଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories