www.samajalive.in
Saturday, December 13, 2025
26.1 C
Bhubaneswar

ସୁଖସମୃଦ୍ଧି ପ୍ରାପ୍ତି ପାଇଁ ମଙ୍ଗଳବାରର ବିଶେଷ ଉପାୟ

ମଙ୍ଗଳବାର ପ୍ରଭୁ ହନୁମାନଙ୍କୁ ସମର୍ପିତ। ଏହିଦିନ ପ୍ରଭୁଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ। ମଙ୍ଗଳବାରରେ କିଛି ଏପରି ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ। ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜାଣନ୍ତୁ ସେହି ଉପାୟ….
ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ଲାଲ ରଙ୍ଗର ରୁମାଲ ଅର୍ପଣ କରନ୍ତୁ। ପୂଜା ପରେ ରୁମାଲଟିକୁ ଯତ୍ନର ସହ ନିଜ ପାଖରେ ରଖନ୍ତୁ। ଯେକୌଣସି କାର୍ଯ୍ୟରେ ଯିବା ପୂର୍ବରୁ ସେହି ରୁମାଲକୁ ନିଜ ସାଙ୍ଗରେ ନେଇ ଯାଆନ୍ତୁ। ଏହା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ। ମାତ୍ର ନିଜ ମୁହଁ ପୋଛିବା ପାଇଁ ବ୍ୟବହାର କରନ୍ତୁ ନାହିଁ।
ଏକ ମାଟିର ପାତ୍ରରେ ସେଥିରେ କିଛି ଗହମ, ପାଞ୍ଚଟି ଲାଲ ଫୁଲ ଏକା ସହ ନେଇ ଏହାକୁ ଘରର ଛାତରେ ପୂର୍ବ ଦିଗରେ ଏକ କୋଣରେ ରଖନ୍ତୁ। ଦୀର୍ଘ ଏକ ସପ୍ତାହ ପରେ ସେହି ଗହମକୁ ଛାତରେ ଖେଳାଇ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ମଙ୍ଗଳବାର ଦିନ ତମ୍ବା, କେସର, କସ୍ତୁରୀ, ଗହମ, ଲାଲ ଚନ୍ଦନ, ଲାଲ ଗୋଲାପ, ସିନ୍ଦୂର, ମହୁ, ଲାଲ ଫୁଲ, ମସୁର ଡାଲି, ଲାଲ ଲଙ୍କା, ଲାଲ ପଥର, ଆଦି ଜିନିଷ ଦାନ ହେବା ଉତ୍ତମ। ଏହାଦ୍ୱାରା ମଙ୍ଗଳ ଗ୍ରହ ମଜଭୂତ ହୋଇଥାଆନ୍ତି।
ଯଦି ଆପଣ ଧନର ଅଭାବକୁ ଦୂର କରିବାକୁ ଚାହୁଁଛନ୍ତି, ତେବେ ମଙ୍ଗଳବାର ଦିନ ଦେବୀ ମା’ଙ୍କ ମନ୍ଦିରରେ ଦୀପ ଲଗାନ୍ତୁ। ସୁଖସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତୁ। ଏହାଦ୍ୱାରା ଧନର ଅଭାବ ଦୂର ହୋଇଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories