www.samajalive.in
Saturday, December 6, 2025
26.1 C
Bhubaneswar

ଚିଲିକାରେ ପକ୍ଷୀଗଣନା ସମୟରେ ହାବୁଡିଲେ ହାତୀପଲ

ଚିଲିକା  : ଆଜି ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀଗଣନା। ପକ୍ଷୀଗଣନା ସମୟରେ ଗଣନାକାରୀ ହାତୀପଲଙ୍କୁ ହାବୁଡିଥିବା ଜଣାପଡ଼ିଛି। । ଚିଲିକା ବନଖଣ୍ଡରେ ଆଜି ସକାଳୁ ଆରମ୍ଭ ହୋଇଥିବା ପକ୍ଷୀ ଗଣନାରେ ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ବାଲିପାଟପୁର ଅଞ୍ଚଳରେ ପକ୍ଷୀ ଗଣନାକାରୀ ଟିମ ହାବୁଡିଥିଲେ ଏକ ହାତୀପଲଙ୍କୁ ।
ଗତ ରାତିରୁ ଭୂଷଣ୍ଡପୁର ଦେଇ ହାତୀପଲ ଚିଲିକା ଆର୍ଦ୍ର ଭୁମି ଭିତରେ ପଶିଥିଲେ ଯାହାକି ଗାଁ ଲୋକ ଜାଣିନଥିଲେ । ତେବେ ଆଜି ସକାଳୁ ବାଲିପାଟପୁର ଘାଟରୁ ଟିମ ଲିଡର ଲଳିତ ମୋହନ ପଣ୍ଡାଙ୍କ ନେତୃତ୍ୱରେ ଯାଇଥିବା ଟିମ  ହାତୀପଲଙ୍କୁ ଦେଖି ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ ।
ଏହି ଟିମ ରେ ଭୂଷଣ୍ଡପୁର ଫରେଷ୍ଟର ରାଧାକାନ୍ତ ହୋତା ଏବଂ ୱାର୍ଲଡ଼ ୱାଇଲଡ଼ ଫଣ୍ଡର ବୈଜ୍ଞାନିକ ସାଧ୍ଵୀ ସିନ୍ଦୁରାଙ୍କ ସହିତ ବାର୍ଡ ଗାଇଡ଼ ରାମହରି ବେହେରା ଓ ଗଣେଶ ବେହେରା ସାମିଲ ଥିଲେ । ମଟର ବୋଟ ଚାଳିତ ଡ଼ଙ୍ଗାରେ ଗଲେ ହାତୀମାନେ ବିରକ୍ତ ହେବେ ଆଶଙ୍କା କରି ସେଣ୍ଟର ଫର ରୁରାଲ ଟୁରିଯିମର ସମ୍ପାଦକ ଲଳିତଟିମର ଅନ୍ୟ ମାନଙ୍କୁ ବଡ଼ ଡ଼ଙ୍ଗାରେ ଛାଡି ଏକ ଛୋଟ ଡ଼ଙ୍ଗାରେ ରାମହରିଙ୍କ ସହ ଦଳ ଭିତରେ ଆଗକୁ ଯାଇ ହାତୀ ମାନଙ୍କ ଗତିବିଧି ନିରୀକ୍ଷଣ କରି ଚିଲିକା ବନଖଣ୍ଡ କର୍ମଚାରୀଙ୍କୁ ଅବଗତ କରାଇବା ସହ ଉଠାଇଥିବା ଫୋଟୋ ମଧ୍ୟ ଦେଇଥିଲେ । ଉକ୍ତ ହାତୀ ପଲରେ ସମୁଦାୟ ୧୩ଟି ହାତୀ ଥିଲେ, ଯାହାଙ୍କ ଭିତରେ ୩ ଟି ଦନ୍ତା ଥିଲେ । ତେବେ ଏକ ଛୋଟ ହାତୀ ଥିଲା ଯାହାର ବୟସ ବର୍ଷକରୁ କମ ହେବ, ଏବଂ ସେହି ହାତୀ ଛୁଆଟି ସମ୍ଭବତଃ କାଦୁଅରେ ଗଳି ପଡିଥିଲା ଓ ଯାହାକୁ ଉଠେଇବା ପାଇଁ ସାହାଯ୍ୟ କରିବା ପାଇଁ ହାତୀ ପଲ ସେହି ଜାଗାରେ ରୁଣ୍ଡ ହୋଇଥିଲେ ବୋଲି ଲଳିତ କହିଛନ୍ତି । କିଛି ସମୟ ପରେ ହାତୀ ଛୁଆଟି କାଦୁଆରୁ ଉଠିବା ପାଇଁ ସଫଳ ହେବା ପରେ ହାତୀ ମାନେ ପିକାର ଶବ୍ଦ କରି ପୁଣି ନିଜର ଗତି ବିଧି ଆରମ୍ଭ କରିଥିଲେ ।
ପକ୍ଷୀ ଗଣନା ଟିମ ଫେରିବା ପରେ ଟାଙ୍ଗୀ ରେଞ୍ଜର କର୍ମଚାରୀ ମାନେ ହାତୀ ଘଉଡେଇବା ପାଇଁ ବାଲିପାଟପୁର ଭିତରେ ପଶିଥିଲେ ।
ଡଡୠ ର ବୈଜ୍ଞାନିକ ସାଧ୍ଵୀ ସିନ୍ଦୁରା କହିଛନ୍ତି “ଆଜି ପକ୍ଷୀ ଗଣନା କରିବା ସମୟରେ ଜଙ୍ଗଲୀ ହାତୀ ପଲଙ୍କୁ ଦେଖି ଆମ ଟିମ ସଦସ୍ୟ ମାନେ ରୋମାଂଚିତ ହୋଇଥିଲୁ । ସମ୍ଭବତଃ ଏମାନେ ଚନ୍ଦକା ହାତୀ, କିନ୍ତୁ ଆଗରୁ ଏହି ଅଞ୍ଚଳରେ ହାତୀ ଉପଦ୍ରଵ ଆଦୌ ନଥିଲା କାରଣ ସାଧାରଣତଃ କାଦୁଅ ଭିତରେ ପଶିବାକୁ ହାତୀ ମାନେ ଭଲ ପାଆନ୍ତି ନାହିଁ” ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories