www.samajalive.in
Sunday, December 7, 2025
18.1 C
Bhubaneswar

ବାଘ ଆକ୍ରମଣରେ ଆହାତ ହୋଇ ଥିବା ସମ୍ବର ମୃତ୍ୟୁ

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ଫରେଷ୍ଟ ବିଟ ଅନ୍ତର୍ଗତ ଭେଜଡିହା ଗ୍ରାମ ନିକଟରେ ସୋମବାର ସକାଳେ ଆହତ ଅବସ୍ଥାରେ ମିଳିଥିବା ଏକ ସମ୍ବରର ମୃତ୍ୟୁ ଘଟିଛି। ମୃତ ସମ୍ବରକୁ ଜଙ୍ଗଲ ଭିତରେ କଲରାପତରିଆ ବାଘ ଆକ୍ରମଣ କରିଥିବାର ବନବିଭାଗ ଅନୁମାନ କରୁଛି। ମୃତ ସମ୍ବରର ବୟସ ପ୍ରାୟ ୩ ବର୍ଷ ଓଜନ ୧୫୦ କେଜି ହେବ ବୋଲି ଜଣାପଡ଼ିଛି। ଶିମିଳିପାଳ ଜଙ୍ଗଲ ଭିତରେ ବାଘ ଆକ୍ରମଣରୁ ଖସି ପଳାଇ ଆସି ଭେଜଡିହା ଗ୍ରାମ ଭିତରକୁ ଦୌଡ଼ି ଆସିବା ବେଳେ ସକାଳ ପ୍ରାୟ ୭ଟା ସମୟରେ ଲୋକେ ସମ୍ବରକୁ ଦେଖି ବନବିଭାଗକୁ ଖବର ଦେଇଥିଲେ।ବନକର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ସମ୍ବରକୁ ଚିକିତ୍ସା ପାଇଁ ପ୍ରସ୍ତୁତି କରୁଥିବା ସମୟରେ ସମ୍ବରର ମୃତ୍ୟୁ ଘଟିଥିଲା। ମୃତ ସମ୍ବରର ବେକ, ଲାଞ୍ଜ, ପିଠି ରେ କ୍ଷତ ହୋଇଛି। ମୃତ ସମ୍ବରକୁ ବନବିଭାଗ କର୍ମଚାରମାନେ ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟକୁ ଆଣାଯାଇ ଶବ ବ୍ୟବଛେଦ କରାଯାଇଥିଲା। ବ୍ୟବଛେଦ ପରେ ଏହା ବନ୍ୟ ଆକ୍ରମଣ  ଏବଂ ହୃଦଘାତରେ ଜନିତ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ପଶୁ ଚିକିତ୍ସାକ ଡ଼ ମନୋରଞ୍ଜନ ମହାପାତ୍ର।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories