www.samajalive.in
Wednesday, December 10, 2025
14.1 C
Bhubaneswar

ଆଫଗାନିସ୍ତାନରେ ଭାରତୀୟଙ୍କ ସହ ତିନି ବିଦେଶୀଙ୍କୁ ହତ୍ୟା

କାବୁଲ : ଆଫଗାନିସ୍ତାନରେ ଜଣେ ଭାରତୀୟଙ୍କ ସହିତ ତିନି ଜଣ ବିଦେଶୀ ନାଗରିକଙ୍କୁ ହତ୍ୟା କରାଯାଇଛି। ଏକ ଆନ୍ତର୍ଜାତିକ ଖାଦ୍ୟ ଯୋଗାଣକାରୀ କମ୍ପାନୀରେ ଏହି ତିନି ବିଦେଶୀ ରୋଷେୟା ଭାବେ କାମ କରୁଥିଲେ। କେତେକ ବନ୍ଧୁକଧାରୀ ସେମାନଙ୍କୁ କାବୁଲରୁ ଅପହରଣ କରିନେବା ପରେ ହତ୍ୟା କରିଥିଲେ। ଅପହରଣର ଦୁଇଘଣ୍ଟା ପରେ ସେମାନଙ୍କୁ ହତ୍ୟା କରାଯାଇଥିଲା। କାବୁଲ ପ୍ରଦେଶର ମୁସାହି ଜିଲାରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଅନ୍ୟ ବିଦେଶୀମାନେ ମାଲେସିଆ ଓ ମ୍ୟାସିଡୋନିଆର ନାଗରିକ। ସେମାନଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ। ଏହି ହତ୍ୟା ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ଅନ୍ୟପଟେ ଏହି ଘଟଣାକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ନିନ୍ଦା କରିଛି। ଭାରତୀୟଙ୍କ ମୃତଦେହକୁ ସ୍ୱଦେଶ ଆଣିବା ଲାଗି ମନ୍ତ୍ରଣାଳୟ କାବୁଲସ୍ଥିତ ଏହାର ଦୂତାବାସ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଭାରତୀୟଙ୍କ ମୃତଦେହ ସ୍ୱଦେଶ ଆଣିବା ଲାଗି ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଆଫଗାନ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories